ଦାବୀ ପୁରଣ ନେଇ କଳା ବ୍ୟାଚ ପରିଧାନ କଲେ ପିଇଓ ସଂଘ

Udaya_Labanya | August 7, 2023 | 24 views |0 | Breaking News , District


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଆଜିଠୁ ସମସ୍ତେ କଳାବ୍ୟାଚ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ମାନସ ରଂଜନ ପାଣିଗ୍ରାହୀ ଓ କବିରାଜ କହଁର ସୂଚନା ଦେଇଛନ୍ତି ।
ସେମାନଙ୍କ ଦାବୀ ମଧ୍ୟରେ ରହିଛି ଚାକିରି ର ଏଣ୍ଟ୍ରି ସମୟରେ ଥିବା ଯୁକ୍ତ ୨ ଯୋଗୀତା ଉଠାଇ ଯୁକ୍ତ ୩ ପାସ କରାଯିବା, ୨୦୧୭ ଓ ଆର ଏସ.ପି ପ୍ରକାରେ ଦରମା ହାର ଲେବେଲ୍‌ -୫ ୨୧ ହଜାର ୭ ଶହ ରୁ ଲେବେଲ -୯ ୩୫ ହଜାର ୪ ଶହ କରିବା,ନୂଆ ପଦବୀ ସୃଷ୍ଟି କରିବା ସହ ୧୦ ବର୍ଷ ରୁ ଉର୍ଦ୍ଧ୍ଵ ଚାକିରୀ କରିଥିବା ପିଇ ଓ ମାନଙ୍କୁ ଜି ପିଡିଓ ପଦନ୍ନୋତି ଦେବା, ଆଦି ଦାବୀ ଅନ୍ତର୍ଭୁକ୍ତ।
ଆସନ୍ତା ୧୭ ସୁଧା ସରକାର ଦାବୀ ପୁରଣ ନ କଲେ ୧୮ ରୁ ସମୂହ ଛୁଟି ରେ ରହିବେ ବୋଲି ସଂଘ ସଭାପତି ପଦ୍ମଚରଣ ମହାନ୍ତି କହିଛନ୍ତି । ଏଣୁ ସରକାର ସେମାନଙ୍କ ଦାବୀଗୁଡ଼ିକ ସହୃଦୟତାର ସହ ବିଚାର କରିବା କୁ ସଂଘ ଦାବୀ କରିଛି । ଏନେଇ ପ୍ରତି ବ୍ଲକ ସଂଘ ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories