ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

Udaya_Labanya | August 9, 2023 | 11 views |0 | Breaking News , District


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟତଃ ଏହି ରାସ୍ତା ଦେଇ ଆର.ଆଇ. କାର୍ଯ୍ୟାଳୟ, ଟ୍ରେଜେରି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଓ ବେସରକାରୀ କ୍ଵାଟର ରହିଥିଲେ ମଧ୍ୟ ପ୍ରଶାସନର ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ୧୨ ଓ ୧୩ ନଂ. ୱାର୍ଡ଼ ର ସମସ୍ତ ଜନସାଧାରଣ ଓ ବିଶେଷ କରି ରାସନ କାର୍ଡ ହିତାଧିକାରୀ ମାନେ ଥାନା ସମ୍ମୁଖରେ ଥିବା ଲ୍ୟାମ୍ପ କୁ ପ୍ରତ୍ୟେକ ମାସରେ ଏକ ଟଙ୍କିଆ ଚାଉଳ ଆଣିବା ସମୟରେ ଝୁଣ୍ଟି ପଡ଼ି ଆହତ ହେଉଥିବାର ବହୁ ନଜିର ରହିଛି ।ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କ ରେ ଏନଏସି ଜେ.ଇ. କେଦାର ନାଥ ଚୌଧୁରୀ ଙ୍କୁ ପଚାରିବାରୁ ସେ କହିଲେ ଯେ, ତାହା ଆମ ନଜରକୁ ଆସିଛି, ସର୍ଭେ କରାଯାଇଛି, ଏଣୁ ଉକ୍ତ ରାସ୍ତା ଖୁବ ଶିଘ୍ର ମରାମତି କରାଯିବ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories