କେବି ହିଷ୍ଟ କଲେଜ ରେ ଚଳିତ ବର୍ଷ ଚାରୋଟି ବିଷୟ ରେ ସ୍ନାତକୋତ୍ତର ଖୋଲିଲା

Udaya_Labanya | August 12, 2023 | 27 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ)
ଚଳିତ ବର୍ଷ ଫୁଲବାଣୀରେ ଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେ ବି ହୀଷ୍ଟ୍ କଲେଜ ରେ ଗୋଟିଏ କି ଦୁଇଟି ନୁହେଁ ଚାରୋଟି ବିଷୟ ରେ ସ୍ନାତକୋ୍ତର ଶ୍ରେଣୀ ଖୋଲିଲା l
ସେଗୁଡିକ ହେଲା ପଲିଟୀକା ଲ ସାଇନ୍ସ, ଏଯୁକେଶନ, ହିଷ୍ଟ୍ରୀ ଓ ଓଡ଼ିଆ l ସବୁ ବିଷୟ ଲାଗି ୨୪ଟି ଲେଖାଏଁ ସୀଟ ରହିଛି l
ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି ଦେଇଛି l
ଫଳରେ ସ୍ନାତକ ପାସ କରିଥିବା ଛାତ୍ର ଛାତ୍ରୀ ମାନେ କମ୍ ମୂଲ୍ୟ ରେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ବୋଲି କେବୀ ହୀଷ୍ଟ କଲେଜ ସଂପାଦକ , ସମାଜ ସେବୀ ତଥା ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ କହିଛନ୍ତି l
ବିଶେଷ କରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଯୁବକ ଯୁବତୀ ମାନଙ୍କୁ କମ୍ ମୂଲ୍ୟ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଫୁଲବାଣୀ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ରେ ଥିବା କେବି ହିଷ୍ଟ୍ କଲେଜ l ଗତ ୨୦୦୮ରେ ଆରମ୍ଭ ହୋଇଥିବା କଲେଜ ତାର ଗୁଣାତ୍ମକ ଶିକ୍ଷା ଯୋଗୁଁ ପରୀକ୍ଷା ରେ ଭଲ ରେଜୁଲ୍ଟ ଏପରିକି ଶତ ପ୍ରତିଶତ ହେଉଥିବା ରୁ କମ୍ ସମୟ ମଧ୍ୟରେ ସୁନାମ ଅର୍ଜନ କରିବା ସହ ଅନ୍ୟ ଜିଲ୍ଲାରେ ମଧ୍ଯ କାୟା ବିସ୍ତାର କରିବାରେ ସଫଳ ମଧ୍ଯ ହୋଇଛି l
ଏହାର ଫାଇଭ ଷ୍ଟାର ରେଟିଙ୍ଗ ରହିଛି l
ବୌଦ୍ ଜିଲା ର ବୌଦ, କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଅନୁଗୁଳ ଜିଲ୍ଲା ର ଆଠମଲ୍ଲିକ ଆଦି ସ୍ଥାନ ରେ ଶାଖା ଖୋଲି ପିଲାଙ୍କୁ ଉଚ୍ଚ ମାନର ଶିକ୍ଷା ଦାନ କରି ବେଶ୍ ନାଁ କମାଇପାରିଛି l
ସୂଚନା ଯୋଗ୍ୟ ଯେ,
ସହର ନିକଟ ଏଫ ସିଆଇ ନିକଟରେ ରହିଛି ଏହାର କଲେଜ ଥିବାବେଳେ ହଷ୍ଟେଲ ସୁବିଧା ମଧ୍ଯ ରହିଛି l ୨୦୦୮ରେ ଯୁକ୍ତ ଦୁଇ ଆରମ୍ଭ କରିଥିବାବେଳେ ପରେ ପରେ ସ୍ନାତକ ଓ ଏବେ ସ୍ନାତକୋତ୍ତର ଖୋଲିଛି l
ଆଉ ଜିଲ୍ଲା ଓ ଜିଲ୍ଲା ବାହାର ର ବହୁ ଛାତ୍ରଛାତ୍ରୀ ଏଠାରେ ଦୀର୍ଘ ୧୫ ବର୍ଷ ଧରି ଶିକ୍ଷାଲାଭ କରୁଛନ୍ତି l ଆଗରୁ ଜିଲ୍ଲାରେ ଏଭଳି ଶିକ୍ଷାନୁଷ୍ଠାନ ନଥିଲା l

କମ ମୂଲ୍ୟରେ ଏଠାରେ ଛାତ୍ରୀ ମାନଙ୍କୁ ଅଧୟନ କରିବାର ସୁଯୋଗ
ମିଳୁଛି l ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୫ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ଚାଲିଛି l ଆରମ୍ଭ ରୁ ଏଯାଏଁ ପାଖାପାଖି ୩ହଜାର ରୁ ଉର୍ଦ୍ଧ ଛାତ୍ରୀ ଓ ଛାତ୍ର ଙ୍କୁ ଗୁଣାତ୍ମକ ଶିକ୍ଷା ଦେଈ ସ୍ୱାବଲମ୍ବୀ କରିଥିବା କଥା ସଂସ୍ଥା ର ମୁଖ୍ୟ ଚୌଧୁରୀ କହିଛନ୍ତି l
ଅନୁଷ୍ଠାନ ର ପ୍ରତିଷ୍ଠାତା ଅନିଲ କୁମାର ଚୌଧୁରୀ ଙ୍କ ନିଷ୍ଠାପର ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ୍ ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି l
ଏଠାରୁ ପାସ କରିଥିବା ସବୁ ଛାତ୍ରୀ ଓ ଛାତ୍ର ମାନେ ସରକାରୀ ଓ ବେସରକାରୀ ସ୍ତରରେ ଚାକିରୀ କରି ଆତ୍ମ ନିର୍ଭର ଶୀଳ ହୋଇଥିବା ସେ ଆହୁରି କହିଛନ୍ତି l
ସେହିପରି ଏଠାରେ ଛାତ୍ରୀ ମାନଙ୍କ ରହିବାପାଇଁ ମଧ୍ଯ ହଷ୍ଟେଲ ବ୍ୟବସ୍ଥା ଅଛି l ଶିକ୍ଷାର୍ଥୀ ମାନଙ୍କ ଯିବା ଆସିବା ଲାଗି ବସ ର ବ୍ୟବସ୍ଥା ମଧ୍ୟ ରହିଛି l
କେବଳ ସେତିକି ନୁହେଁ ଛାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି l ସେମାନଙ୍କୁ ଆତ୍ମରକ୍ଷା ପାଇଁ ବିଭିନ୍ନ ସମୟରେ ତାଲିମ ମଧ୍ଯ ପ୍ରଦାନ୍ କରାଯାଉଛି l
ଭିନ୍ନ କ୍ଷ ମ ମାନଙ୍କ ପାଈଁ ଅକ୍ସେସେବୁଲ ସିଟ ଓ ଟଏଲେଟ୍ ବ୍ୟବସ୍ଥା ରହିଛି l
ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ ଛାତ୍ର ବୃତ୍ତି ର ବ୍ୟବସ୍ଥା ମଧ୍ୟ ରହିଛି l
ଅଭୀଜ୍ଞ ଓ ଉଚ୍ଚ ଶିକ୍ଷିତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଦ୍ୱାରା ନିୟମିତ ଶିକ୍ଷା ଦେବାସହ ପ୍ରାକ୍ଟିକାଲ ବି କରାଯାଉଛି l
ଏଣୁ ଏହାର ସୁଯୋଗ ନେବା ଲାଗି ଅନୁଷ୍ଠାନ ର ମୁଖ୍ୟ ଅନିଲ କୁମାର ଚୌଧୁରୀ କହିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories