ଜାତୀୟ କର୍ମୀ ନାଶନ ଦିବସ
୨ଲକ୍ଷ ୩୮ହଜାର ୪୭୯ଙ୍କୁ ବଟିକା ଦିଆଯିବ
Udaya_Labanya | August 12, 2023 | 14 views |0
| Breaking News
, District
ଫୁଲବାଣୀ-(ସୁନୀଲ ପଟନାୟକ)
ଅଜି ଫୁଲବାଣୀର ପକନlଗାଁ କନ୍ୟାଶ୍ରମ ଠାରେ ଜାତୀୟ କର୍ମୀ ନା ସନ ଦିବସ୍ ଅନୁଷ୍ଠିତ ହୋଇଥିଲା। ଏଠାରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ତଥା ଅନ୍ୟ ସ୍ୱାସ୍ଥ୍ୟ ଏବଂ ଶିକ୍ଷ୍ୟା ବିଭାଗ ର ଅଧିକାରୀ ମାନେ ଉପସ୍ଥିତି ଥିଲେ। ଏହି ଅବସର ରେ ସ୍କୁଲ ରେ ମୋଟ ୪୨୨ ଜଣ ଛାତ୍ରୀ ଙ୍କୁ ଆଜି କୃମିନlଶକ ବଟିକା ସେବନ କରିଥିବା ବେଳେ ଜିଲ୍ଲା ରେ ସମୁଦାୟ ୨,୩୮,୪୭୯ ଜଣ(୧-୧୯ ବର୍ଷ ଏବଂ ପ୍ରସୂତି ନଥିବା ପ୍ରଜନନ ବର୍ଗ ର ମହିଳା) ମାନେ ଏହି ଔଷଧ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧-୫ ବର୍ଷ ଛୁଆ ସିରପ୍ ଖାଇବେ ଓ ଅନ୍ୟମାନେ ବଟିକା ଖାଇବେ। ଏହି କାର୍ଯକ୍ରମ କୁ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିଲେ। ଯିଏ ଆଜି କୃମିନlଶକ ଔଷଧ ଖାଇବାରୁ ବଞ୍ଚିତ ହେଇଥିବ, ସେ ଆସନ୍ତା ଅଗଷ୍ଟ ମାସ ୧୭ ତାରିଖ ରେ ନିକଟସ୍ଥ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ରେ ଖାଇ ପାରିବେ ବୋଲି ମହାନ୍ତି କହିଛନ୍ତି l