ଆଜାଦି କୀ ଅମୃତ ମହୋତ୍ସବ ଅବସରରେ
୧୩ରୁ ୧୫ଯାଏ ତିନି ଦିନ ବ୍ୟାପୀ
କନ୍ଧମାଳ ମହୋତ୍ସବ ୨୦୨୩

Udaya_Labanya | August 13, 2023 | 35 views |0 | Breaking News , District

ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଅକ୍ଟୋବର ୧୩ରୁ ୧୫ଅଗଷ୍ଟ ଯାଏ ଦୀର୍ଘ ୩ ଦିନ ବ୍ୟାପୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ମହୋତ୍ସବ ୨୦୨୩ ଅନୁଷ୍ଠିତ ହେବ l
ଏହି ଅବସରରେ ଜିଲ୍ଲାର ସଂସ୍କୃତି, କଳା, ପରମ୍ପରା, ଖାଦ୍ୟ ପେୟ, ଓ ବାଣିଜ୍ୟ ଶୀର୍ଷକ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଅନନ୍ୟା ଅନନ୍ୟା ସଂଗଠନ ର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସଂପାଦକ ସୁକାନ୍ତ କୁମାର ପାଣିଗ୍ରାହୀ ଗତ କାଲି ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ l
ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ରେ ପ୍ରବନ୍ଧ, ବକ୍ତୃତା, ଚିତ୍ର, ସଙ୍ଗୀତ ଆଦି ପ୍ରତିଯୋଗିତା ମାନ ଜୁନିଅର ଓ ସିନିୟର୍ ଲେବେଲ ରେ କରାଯାଇ ପୁରସ୍କୃତ କରାଯିବ ବୋଲି
କାର୍ଯ୍ୟକ୍ରମ ର ମୂଖ୍ୟ ସୁକାନ୍ତ ଆହୁରି କହି ଛ ନ୍ତି l
କେବଳ ସେତିକି ନୁହେଁ ଜିଲ୍ଲାର ସହିଦ ଯବାନ ଓ ପଦ୍ମଶ୍ରୀ ପୂର୍ଣବାସି ଯାନୀ ଙ୍କୁ ମଧ୍ଯ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା କମିଟି ର ସଦସ୍ୟ ତଥା ସମାଜସେବୀ ଅଶୋକ ପରିଡ଼ା କହିଛନ୍ତି l
ଏହି ଅବସରରେ ଅନୁଷ୍ଠିତଜିଲ୍ଲାସ୍ତରୀୟ କାର୍ଯ୍ୟ କ୍ରମ ରେ, ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଯୋଗ ଦେଉଥିବା ବେଳେ ଦ୍ଵିତୀୟ ଦିନ ଅର୍ଥାତ୍ ୧୪ ରାଜ୍ୟ ର ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଡି ଏଫଓ ପ୍ରଶାନ୍ତ ପଟେଲ, ବରିଷ୍ଠ ସ୍ତମ୍ଭକାର ନିରଞ୍ଜନ ପାଢ଼ୀ ପ୍ରମୁଖ ଯୋଗଦେବେ lସେହିପରି ଉଦଯାପନୀ ଉତ୍ସବ ରେ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସମେତ ରାଜ୍ୟର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେବେ ବୋଲି କାର୍ଯ୍ୟକ୍ରମ ର ସଂଯୋଜକ ତଥା ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି କହିଚନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ଅଶୋକ ପରିଡ଼ା, ତପନ ପାଢୀ, ଇ, ଅବନୀ କହଁର , ଶିବାଶିଷ ପଣ୍ଡା, ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ପାଈଁ ଆନ୍ତରିକ ସହଯୋଗ କାମନା କରିଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories