କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ନୂତନ କର୍ମକର୍ତ୍ତା
ଖିତିଶ ସଭାପତି ଓ ସୂଧିର ସଂପାଦକ

Udaya_Labanya | August 13, 2023 | 266 views |0 | Breaking News , District


ଫୁଲବାଣୀ( ଉଲ୍ଲାପ୍ର )
ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ କଂଧମାଳ ଜିଲା ଡିଜିଟାଲ ମିଡିଆ ଏସୋ ସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଜିଲା ସାମ୍ବାଦିକ ସଂଘସଭାପତି ଓ କଳିଙ୍ଗ ସାମ୍ବାଦିକ ସଂଘ୍ ଉପସଭାପତି ଡ, ଅରୂପ କୁମାର ଜେନା, ସାମ୍ବାଦିକ ତଥା ବରିଷ୍ଠ ସମାଜସେବୀ ତଥା ଜିଲା ସାମ୍ବାଦିକ ସଂଘ ସଂପାଦକ ଅଶୋକ ପରିଡ଼ା ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଆଇନ ଜିବି ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ସାମ୍ୱାଦିକ ଓ ୟୁ ଜେ ଜିଲା ସଭାପତି ଅଶୋକ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବର୍ତମାନ ଯୁଗ ହେଉଛି ଡିଜିଟାଲ ମିଡିଆ ର ଯୁଗ l ଆଉ ସବୁଠୁ ଶୀଘ୍ର ନିଉଜ ଡିଜିଟାଲ ମିଡ଼ିଆ ରେ ହିଁ ପ୍ରକାଶ ପାଉଛି l ଏଣୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ନିଷ୍ଠା ଓ ଆନ୍ତରିକତା ର ସହ ସତ୍ୟ ସମ୍ବାଦ ପରିବେଷଣ କରିବା ପାଈଁ ପରାମର୍ଶ ଦେଇଥିଲେ l
ଏହି ସଂଗଠନ ସଦସ୍ୟ ମାନଙ୍କ ସ୍ବାର୍ଥ ରକ୍ଷା ଓ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ସଭାପତି ସୁନୀଲ ପଟନାୟକ କହିଥିଲେ l
ଏହି ଅବସରର ଆଗାମୀ ତିନି ବର୍ଷ ପାଈଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା l କ୍ଷିତିଶ କୁମାର ମଲ୍ଲିକ ସଭାପତି, କାର୍ଯ୍ୟକାରୀ ସଭାପତି ସୁଶ୍ରୀ ମମତା କହଁର, ଉପସଭାପତି ଶିବ ରାମ ନାୟକ, ସହ ସମ୍ପାଦକ ସୁଜିତ ପ୍ରଧାନ, ଓ କୋଷାଧ୍ୟକ୍ଷ ଭାବେ ରଞ୍ଜିତ ଦିଗାଲ ଙ୍କୁ ସର୍ବସମ୍ମତି କ୍ରମେ ମୋନୋନୀତ କରାଯାଇଥିଲା l
ସେହିପରି ବରିଷ୍ଠ ସାମ୍ୱାଦିକ ଡ, ଅରୁପ କୁମାର ଜେନା, ସୁନୀଲ ପଟ୍ଟନାୟକ ଓ ଅଶୋକ ପରିଡ଼ା ପରାମର୍ଶ ଦାତା ରୁପେ ମନୋନୀତ ହୋଇଛନ୍ତି l
ସେହିପରି ସାତ ଜଣ ସଦସ୍ୟ ଓ ସଦସ୍ୟା ଙ୍କୁ କାର୍ଯ୍ୟ କାରି କମିଟି କୁ ମନୋନୀତ କରାଯାଇଥିବା ବିଷୟ ସଂପାଦକ ସୁଧୀର କୁମାର ମହାରଣା କହିଛନ୍ତି l
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ବେହେରା, ଶ୍ରୀମତୀ ନିବେଦିତା ଖାଡଙ୍ଗା, ଅଚ୍ୟୁତ ସେଠୀ, ଅଜିତ ଦିଗାଲ, ପ୍ରଶାନ୍ତ ବେହେରା, ବଦ୍ୟ ନାଥ ନାୟକ, ଲଲିତ ମଲିକ, ସଞ୍ଜୀବ ପ୍ରଧାନ, ଯତୀନ ମଲିକ, ଚିନ୍ମୟ ବେହେରା, ଗୋଲକ ବିହାରୀ କଂହର୍, ଶିବ ପ୍ରସାଦ ନାୟକ, ବିପ୍ରବରସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories