ଅମୃତ କନ୍ଧମାଳ ମହୋତ୍ସବ –
୨୦୨୩ ଉଦଘାଟିତ

Udaya_Labanya | August 14, 2023 | 16 views |0 | Breaking News , District


ଫୁଲବାଣୀ( ଉଲ୍ଲାପ୍ର )ବିଜୁ କଲ୍ୟାଣ ମଣ୍ଡପ ଠାରେ
ଆଜାଦି ର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ଅମୃତ କନ୍ଧମାଳ ମହୋତ୍ସବ ୨୦୨୩ ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ଘଞ୍ଚ ଜଙ୍ଗଲ ଓ
ପ୍ରାକୃତିକ ମୋନୋରମ୍ ପରିବେଶ ମଧ୍ୟରେ ଅବସ୍ଥିତ କଂଧମାଳ ଜିଲା
ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ସେସବୁ ର ବିକାଶ ହେଲେ ରାଜ୍ୟ ଓ ଜାତୀୟ ସ୍ତରରେ କଂଧମାଳ ଏକ ଅଗ୍ରଣୀ ଜିଲା ଭାବେ ପରିଗଣତ ହୋଇପାରିବ ବୋଲି ମନ୍ତ୍ରୀ ଟୁଡୁ କହିଥିଲେ l ଅ ନ୍ୟତମ୍ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣମାସି ଯା ନୀ ଯୋଗ୍ ଦେଇ କନ୍ଧ ମାଳ ର ବିକାଶ ଉପରେ ସରକାର ଦୃଷ୍ଟି ଦେବାକୁ କହିଥିଲେ lସେହିପରି ହାସ୍ୟ ଅଭିନେତା ହରିହର ମହାପାତ୍ର , ଓ ଅନନ୍ୟ l ରପ୍ରତିଷ୍ଠାତା ତଥା ସମାଜସେବୀ ସୁକାନ୍ତ ପାଣଗ୍ରାହୀ, ଓ ମୁଖ୍ୟ କାର୍ଯୟନିର୍ବାହୀ ଅବିନାଶ ମହାନ୍ତି ଯୋଗ ଦେଇ ଏହି ମହୋତ୍ସବସଫଳ କରିବା ଦିଗରେ ସମସ୍ତ ଙ୍କ ସହଯୋଗ ପାଈଁ ଧନ୍ୟବାଦ୍ ଦେଇଥିଲେ l ପରେ ବିଭିନ୍ନ ପ୍ରତିଷ୍ଠିତ କଳାକାର ଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା l ଏହି ଅବସର ରେ ଜିଲ୍ଲାର ବିଭିନ୍ନ ସାମଗ୍ରୀ ଓ ପର୍ଯ୍ୟଟନ ସ୍ଥଳୀ ର ଫୋଟୋ ପ୍ରଦର୍ଶିତ ହୋଇଥିଲା l
ଏହି ମହୋତ୍ସବ ଆସନ୍ତା ୧୫ତାରିଖ ଯାଏ ଚାଲିବ l
ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଶୋକ ପରିଡ଼ା, ଆଇନଜୀବି ଭଗବାନ ମହାନ୍ତି, ରମେଶ ମହାନ୍ତି, ତପନ ପାଢୀ, ଶିବାଶିଷ ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ l
ଫୁଲବାଣୀ ଓ ଆଖ ପାଖ ଗାଁ ରୁ ହଜାର ହଜାର ଲୋକ କାର୍ଯ୍ୟକ୍ରମ କୁ ମ ନ ଭରି ଉପଭୋଗ କରିଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories