ସର୍ବସାଧାରଣ ଙ୍କ ଯାତାୟତ ରାସ୍ତା ଅବରୋଧ ##ଉପଜିଲ୍ଲାପାଳଙ୍କ ଆଦେଶକୁବେଖାତିର, ଆନ୍ଦୋଳନ ଧମକ

Udaya_Labanya | August 14, 2023 | 24 views |0 | Breaking News , District

… ଫୁଲବାଣୀ( ଉଲ୍ଲାପ୍ର )
ଫୁଲବାଣୀ ମୁନିସିପାଲିଟି ସ୍ଥିତ ନଅ ନମ୍ବର ୱାର୍ଡ ଅରବିନ୍ଦ ନଗର ପେଞ୍ଜି ସାହି ସ୍କୁଲ ପାଖ ରାସ୍ତା ବନ୍ଦ ହେବା ଯୋଗୁଁ ବସ୍ତି ବାସିନ୍ଦା, ସ୍କୁଲ ପିଲା ଯିବା ଆସିବା, ଅତ୍ୟାବଶ୍ୟକୀୟସାମଗ୍ରୀ ଯୋଗାଣ, ଫାୟାର ଓ ଆମ୍ବୁଲାନ୍ସ ସେବା ମିଳିବା
ସମ୍ପୂର୍ଣ ବନ୍ଦ ହୋଇଯାଇଛିl
ପଡିଆ ମଧ୍ୟ ଭାଗ ରାସ୍ତା ଦେଇ ଦୀର୍ଘ ଷାଠିଏ ବର୍ଷ ଧରି ଲୋକେ ଯିବା ଆସିବା କରୁଥିଲେl ହରିଜନ ବସ୍ତି ଓ ସର୍ବସାଧାରଣ ଲୋକ ମଧ୍ୟ ସେହି ରାସ୍ତା କୁ ନିତିଦିନ ବ୍ୟବହାର କରୁଥିଲେ! ହେଲେ ଏହି ରାସ୍ତା କୁ ବନ୍ଦ କରି ବ୍ୟବସାୟ ଭିତ୍ତିରେ ଦୁଇଜଣ ବ୍ୟକ୍ତି ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ କୁଆଡେ ଏହି ରାସ୍ତା କୁ ଗତ କିଛି ଦିନ ହେଲା ବନ୍ଦକରିଦେଇଛନ୍ତି! ସେହିପରି ସେମାନେ କୁଆଡେ କିଛି ସରକାରୀ ଜମିକୁ ମଧ୍ୟ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି!ଗ୍ରାମବାସୀ ତରଫେ ଥିବା ଜମି ବ୍ୟବହାର କରାଯାଇଛି! ଗ୍ରାମବାସୀ ତରଫେ ପ୍ରଦାନ କରାଯାଇଥିବା ଜମି ରେ ବୈଠକ, ପୂଜା, ସାଂସ୍କୃତିକ କାର୍ଯ୍ୟ, ରାସ୍ତା ନିର୍ମାଣ ଓ ହାଟ ଉଦେଶ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଉଛି lକିନ୍ତୁ ସେଠାରେ ବ୍ୟବସାୟ ଭିତ୍ତିରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଥିବା ଶୁଣିବାକୁ ମିଳୁଛି l
ଜମିର ବାମ ପଟେ ୱାଟରସେଡ ଅଫିସ ପାଚେରୀ କୁ ଲାଗି ପାଞ୍ଚ ଫୂଟ ପ୍ରାୟ ସରକାରଜମି ଅଛି!ସରକାର କିମ୍ବା ପ୍ରସାଶନ ଅଳ୍ପ କିଛି ଜାଗା ପ୍ରଦାନ କଲେ ଅନ୍ତତଃ ଦଶ ବାର ଫୂଟ ରେ ଏକ ରାସ୍ତା ନିର୍ମାଣ ହୋଇ ପାରନ୍ତା ବୋଲି ଅରବିନ୍ଦ ନଗର ବାସିନ୍ଧା ବିଭିନ୍ନ ସମୟରେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ତହସିଲଦାର,ମୁନିସିପାଲିଟି କୁ ସାକ୍ଷାତ କରି ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନକରିଥିଲେ! ଦୀର୍ଘ ସାତ ମାସ ପରେ ଅରବିନ୍ଦ ନଗର ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଡିଗଲ ଉପଜିଲ୍ଲାପାଳ ଙ୍କ ଅଦାଲତ ରେ ଧାରା ,୧୩୩ ରେ ଏକ ମକଦ୍ଦମା ଦାଏର କରିଥିଲେ! ମାମଲାର ବିଚାର କରି ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଗତ ୨୮/୦୬ ରେ ଫୁଲବାଣୀ ମୁନିସିପାଲିଟି ଏକଜୁକ୍ୟୁଟିଭ ଅଫିସର ଅଜିତ କୁମାର ପଟ୍ଟନାୟକ ଙ୍କୁ ମୁନିସିପାଲିଟି ଓ ପି ଏଲ ଇ ଆକ୍ଟ 1950 ଧାରା xvl vide ଧାରା 238,240,252ଓ 254 ମୁନିସିଲାଲିଟି ଆକ୍ଟ 1951 ଅନୁଯାୟୀ ଅବରୋଧ ହଟାଇ ସର୍ବସାଧାରଣ ଙ୍କ ସୁବିଧା ପାଈଁ ଏକ ରାସ୍ତା ପ୍ରଦାନ କରିବାକୁ ଆଦେଶ ଦେଇଥିଲେ ଏବଂ ସ୍ଥାନୀୟ ରାଜସ୍ବ କତୃପକ୍ଷ ଙ୍କ ସହାୟତା ନେବା ପାଇଁ ଆଦେଶ ରେ ଉଲ୍ଲେଖ କରିଥିଲେ! ତେବେ ମୁନିସିପାଲିଟି କତୃପକ୍ଷ (ଇ ଓ ) ଜମି ଗୁଡିକୁ ସର୍ବେକ୍ଷଣ କରି ପୁନର୍ବାର ଜମିଗୁଡିକର ଡିମାରକେସନ କରିବାକୁ ରାଜସ୍ବ ଅଧିକାରୀ ରାଧାମୋହନ ସାହୁ ଙ୍କୁ ନିର୍ଦେଶ ଦେଇଥିଲେ! ଏହା ଜାଣି ପାରି ବିବାହ କଲ୍ୟାଣ ମଣ୍ଡପ ନିର୍ମାଣ କରୁଥିବା ଯୁବବ୍ୟବସାୟୀ ମାନେ ତତକ୍ଷଣାତ ଚତୁର୍ପlର୍ଶ୍ଵ ରାସ୍ତା ସମ୍ପୂର୍ଣ ଭାବେ ବନ୍ଦ କରିଦେଇଥିଲେ! ସେହିପରି ଅନ୍ୟ ଏକ ପାର୍ଶ୍ଵ ରାସ୍ତା କୁ ଅନ୍ୟା ମାନେ ଅବରୋ ଦ୍ଧ କରିବା ଫଳରେ ସାମ୍ବାଦିକ ସନ୍ତୋଷ ଡିଗଲ, ଅନ୍ୟ ଦୁଇ ପରିବାର ସମତେ, ସମସ୍ତ ବସ୍ତିବାସିନ୍ଧା ଓ ସ୍କୁଲ ପିଲାଙ୍କପାଇଁ ରାସ୍ତା ବନ୍ଦ ହୋଇ ଯାଇଛି!ଏ ନେଇ ମୁନିସିପାଲିଟି କତୃପକ୍ଷ ଇ. ଓ ଅଜିତ ପଟ୍ଟନାୟକ କୋୖଣସି ପଦ କ୍ଷେପ ନ ନେବାରୁ ଯାତାୟତ କ୍ଷେତ୍ରରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଅପର ପକ୍ଷରେ ପ୍ଲାନ୍ନିଙ୍ଗ ଆପୃ ଭାଲ, ଫାୟାର ସାର୍ଟିଫିକେଟ, ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ, ଟ୍ରିଟ ମେଣ୍ଟ ପ୍ଲାଣ୍ଟ, ୱେଷ୍ଟ ମ୍ୟାନେଜେମେଂଟ ସିଷ୍ଟମ ନ ଥାଇ ଅବାଧ ଭାବେ ବ୍ୟବସାୟ ଭିତ୍ତିକ ବିବାହ କଲ୍ୟାଣ ମଣ୍ଡପ ନିର୍ମାଣ ଜୋର ସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l! ଯେଉଁ ଜମି ଉପରେ ମଣ୍ଡପ ନିର୍ମାଣ ଚାଲିଛି ସେସବୁ ଜମିର ଉତ୍ତରାଧିକାରୀ ସାର୍ଟିଫିକେଟ ଓ ଘରବାରୀ କିସମ ପରିବର୍ତନ ସାର୍ଟିଫିକେଟ ମଧ୍ଯ କୁଆଡେ ନଥିବା ନେଇ ସାମ୍ୱାଦିକ ସନ୍ତୋଷ ଡିଗଲ ଅଭିଯୋଗ କରିଛନ୍ତି! ଇଜମେଣ୍ଟ ପ୍ରଭିଜନ ଅନୁଯାଇ ପ୍ରସାଶନ ରାସ୍ତା ପ୍ରଦାନ ନ କଲେ ପ୍ରଭାବିତ ପରିବାର ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି! ତୁରନ୍ତ ରାସ୍ତା ପ୍ରଦାନ ପାଇଁ ଜିଲ୍ଲା ପାଳ ଓ ଉପଜିଲ୍ଲାପାଳ ଙ୍କୁ ପରିବାର ର ଲୋକ ଅନୁରୋଧ କରିଛନ୍ତି!
ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ମତ ପ୍ରକାଶ ପାଉଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories