ଗାଁ ପାଈଁ କାଠ ପୋଲନିର୍ମାଣ କରିଥଲେ ଡଗିଶା ମଲିକ
ପ୍ରଶାସନ ପୁରସ୍କୃତ କଲା

Udaya_Labanya | August 18, 2023 | 30 views |0 | Breaking News , District


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନି lପରିଶ୍ରମ୍ ର ଫଳ ନିଶ୍ଚିତ ମିଳିବ l ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବିନ୍ଦୂପଦର ଗ୍ରାମ ରେ l
ଡଗିଶାମଲିକ ନିଜ ର ନିଷ୍ଠା, ଆନ୍ତରିକତା, ଆଗ୍ରହ, ଓ ପରିଶ୍ରମ ଦ୍ଵାରା ନିଜ ଗ୍ରାମ ବିନ୍ଦୂପଦର ରେ ଏକ କାଠ ପୋଲ ନିର୍ମାଣ କରି ଗମନାଗମନ ର ସୁବିଧା କରିଥିଲେ l
ଫଳରେ ପ୍ରଶାସନ ପକ୍ଷରୁ ଡଗିସା ଙ୍କୁ ୭୭ତମ ସ୍ଵାଧୀନତା ଦିବସ ଅବସରରେ ପୁରସ୍କୃତ କରାଯାଇଥିଲା
ଆଦିବାସୀ ଅଧ୍ୟୁଷିତ କନ୍ଧ ମାଳ ଜିଲ୍ଲାରେ ପାଖାପାଖି ୮୦୦ଗ୍ରାମ ରହିଛି ଯେଉଁଠିକୁ ଗମନା ଗମନ ର ସୁବିଧା ନାହିଁ l ଖରା ଦିନେ ଯେକୌଣସି ପ୍ରକାରେ ଚଳି ଯାଉଥିବା ବେଳେ ବର୍ଷା ଦିନେ କଥା ସରିଲା l
ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇପଡୁ ଛି ଗାଁ l ଗମନା ଗମନ ଠପ୍ ହୋଇପଡୁଛି l
ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ସେହିପରି କ, ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡିମାହା ପଞ୍ଚାୟତ ର ବିନ୍ଦୁପଦର ଗ୍ରାମ ଅନ୍ୟତମl
ଏହି ଗ୍ରାମରେ ୨୦ପରିବାର ର ଶତାଧିକ ଲୋକ ବାସ କରନ୍ତିl ବିଶେଶ କରି ବର୍ଷl ଦିନ ରେ ପିଲାମାନେ ସ୍କୁଲ ଯିବା ଆସିବା, ପାଈଁ ଅସୁବିଧା ର ସମ୍ମୁଖୀନ ହେଉଥିଲେ l
ରୋଗୀ ମାନେ ଡାକ୍ତଖାନା ଯାଇନପାରି ମୃତ୍ୟୁ ବରଣ କରୁ ଥିଲେl ଜରୁରୀ ବେଳେ ଭରା ନଈ ପାର ହେବାକୁ ପଡ଼ିଥାଏ lଫଳରେ
ଗାଁ ମୁଣ୍ଡରେ ବୋହିଯାଇଥିବା ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ କୁ ବର୍ଷ ବର୍ଷ ଧରି ନେହୁରା ହୋଇଥିଲେ ବି କୌଣସି ସୁଫଳ ନ ମିଳିବା ଫଳରେ ଗ୍ରାମ ର ଡଗିଶା ମଲିକ ନାମକ ଜଣେ ଆଦିବାସୀ ଯୁବକ ନିଜେ ଆଗଭର ହୋଇ ଆସି ନିଜ ଅର୍ଥ ରେ ଗ୍ରାମବାସୀ ଙ୍କ ସହାୟତାରେ ଏକ ପୋଲ ନିର୍ମାଣ କରି ପ୍ରଶଂସା ସାଉଁଟିଛନ୍ତି l ପୋଲ ନିର୍ମାଣ ପାଇଁ ତାଙ୍କୁ ପାଖାପାଖି ତିନି ମାସ ସମୟ ଲାଗିଥିଲା l
ପୋଲ ନିର୍ମାଣ ପରେ ଲୋକେ ବେଶ ସୁବିଧାରେ ଯା ଆସ କରିପାରୁଛନ୍ତି l
ଡ଼ଗିଶା ଙ୍କ ଏଭଳି ସେବା ମନୋବୃତି କୁ ଗ୍ରାମବାସୀ ପ୍ରଶଂସା କରି ଥିଲେ l
ଯେ ଉଁଠି, ପ୍ରଶାସନ ଫେଲ ମାରିଲା ସେଠୀ ଡ ଗିଶl ନିଜ ବୁଦ୍ଧି ବିଦ୍ୟା ବଳରେ କାଠ ପୋଲ୍ ନିର୍ମାଣ କରିବା ରେ ସଫଳ ହୋଇଥିଲେ l
ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯାଇଥିଲା l
ପୁରସ୍କାର ପାଇବା ପରେ ଡଗିଶl
ବେଶ୍ ଖୁସି ଅନୁଭବ କରି ବା ସହ ଧନ୍ୟ ବାଦ୍ ଦେଇଛନ୍ତି ପ୍ରଶାସନ କୁ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories