ଦାବୀ ପୁରଣ ନେଇ ଧାରଣା ରେ ପିଇଓ ସଂଘ

Udaya_Labanya | August 19, 2023 | 20 views |0 | Breaking News , District


ଫୁଲବାଣୀ (ସୁନୀଲ ପଟ୍ଟନାୟକ)
ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଶୁକ୍ରବାର ସମସ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେବା ଯାଏଁ ଏହି ଧାରଣା ଚାଲିବ ବୋଲି କୁହାଯାଇଛି l ସୁଚନା ଯୋଗ୍ୟ ଯେ ଗତ ଅଗଷ୍ଟ ସାତ ଋ
୧୭ ଯାଏ କଳା ବ୍ୟାଚ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଦାବୀ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ବୋଲି ସଂଘ ପକ୍ଷରୁ ମାନସ ରଂଜନ ପାଣିଗ୍ରାହୀ ଓ କବିରାଜ କହଁର ସୂଚନା ଦେଇଥିଲେ l ତେବେ ସରକାର ସେମାନଙ୍କ ଦାବି ପୂରଣ ଦିଗରେ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନ ନେବା ଫଳରେଶେଷରେ ପିଇଓ ସଂଘ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥଲା ବୋଲି ସଂଘ କର୍ମକର୍ତ୍ତା ମାନସ ପାଣିଗ୍ରାହୀ କହିଛନ୍ତି l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ଚାକିରି ର ଏଣ୍ଟ୍ରି ସମୟରେ ଥିବା ଯୁକ୍ତ ୨ ଯୋଗୀତା ଉଠାଇ ଯୁକ୍ତ ୩ ପାସ କରାଯିବା, ୨୦୧୭ ଓ ଆର ଏସ.ପି ପ୍ରକାରେ ଦରମା ହାର ଲେବେଲ୍‌ -୫ ୨୧ ହଜାର ୭ ଶହ ରୁ ଲେବେଲ -୯ ୩୫ ହଜାର ୪ ଶହ କରିବା,ନୂଆ ପଦବୀ ସୃଷ୍ଟି କରିବା ସହ ୧୦ ବର୍ଷ ରୁ ଉର୍ଦ୍ଧ୍ଵ ଚାକିରୀ କରିଥିବା ପିଇ ଓ ମାନଙ୍କୁ ଜି ପିଡିଓ ପଦନ୍ନୋତି ଦେବା, ଆଦି ଦାବୀ ଅନ୍ତର୍ଭୁକ୍ତ ବୋଲି ପାଣି ଗ୍ରାହୀ କହିଛନ୍ତି l
ସେମାନଙ୍କ ଏହା ଦୀର୍ଘ ଦିନ ର ଦାବୀ ଆଉ ନ୍ୟାର୍ଯ୍ୟ ଦାବୀ ଏଣୁ ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ତୁରନ୍ତ ଦାବୀ ଗୁଡ଼ିକ ପୂରଣ କରିବା ଦିଗରେ ଉଦ୍ୟମ କରିବା ଜରୁରୀ ବୋଲି ସଂଘ ସଭାପତି ପଦ୍ମଚରଣ ମହାନ୍ତି ଗାବ୍ରିଏ ଲ୍ ନାୟକ, ମହେଶ ପଟ୍ଟନାୟକ ପ୍ରମୁଖ କହିଛନ୍ତି । ଏଣୁ ସରକାର ସେମାନଙ୍କ ଦାବୀଗୁଡ଼ିକ ସହୃଦୟତାର ସହ ବିଚାର କରିବା କୁ ସଂଘ ଦାବୀ କରିଛି । ପିଇ ଓ ମାନଂକ ଆନ୍ଦୋଳନ ଯୋଗୁଁ କନ୍ଧ ମାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି l
ମ ନରେଗା ଶ୍ରମିକ ମାନଙ୍କୁ ମଜୁରୀ ମିଳୁ ନ ଥିବା ବେଳେ ଆବାସ ଯୋଜନା କାମ ଧିମେଇ ଯାଇଥିବା ଦେଖିବକୁ ମିଳିଛି l ବିଭିନ୍ନ ସ୍ଥାନ ରୁ ପଚାସ ରୁ ଅଧିକ ପିଇଓ ଧାରଣାରେ ସାମିଲ ଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories