ଏମ୍ କେ ଏସ ପି ର ନୂତନ କର୍ମକର୍ତ୍ତା ନିର୍ବାଚନ

Udaya_Labanya | August 22, 2023 | 17 views |0 | Breaking News , District


ଫୁଲବାଣୀ( ଉଲ୍ଲାପ୍ର )
ରବିବାର କନ୍ଧମାଳର ସର୍ବପୁରାତନଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସଭ୍ୟ, ସମାଜସେବୀ ତଥା ବରିଷ୍ଠ ଆଇନଜୀବି ପ୍ରତାପ କୁମାର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ପରିଷରେ ବୈଠକ ରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠି ତ ହୋଇଥଲା ।
ସଭାପତି ରୂପେ ସମାଜ ସେବୀ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ରୂପେ ବନ ବିହାରୀ ନନ୍ଦ, ଅଶୋକ କୁମାର ମିଶ୍ର ,ସାଧାରଣ ସମ୍ପାଦକ ରୂପେ ଶରତ ଚନ୍ଦ୍ର ସାହୁ ସହ ସାଧାରଣ ସମ୍ପାଦକ ରୂପେ ସତ୍ୟବ୍ରତ ପାତ୍ର, କୋଷାଧ୍ୟକ୍ଷ ରୂପେ କିଶୋର ମିଶ୍ର ନିର୍ବାଚିତ ହୋଇଛନ୍ତି ।
ପାଠାଗାର ସମ୍ପାଦକ ରୂପେ ବିପିନ ବିହାରୀ ପଟ୍ଟନାୟକ, ପାଠାଗାର ସହାୟକ ରୂପେ ରମାକାନ୍ତ ମାଝୀ, କଳା ସାହିତ୍ୟ ସମ୍ପାଦକ ରୂପେ ଅଧ୍ୟାପିକା ହରପ୍ରିୟା ମିଶ୍ର,ନାଟ୍ୟ ସଂସ୍କୃତି ସମ୍ପାଦକ ରୂପେ ସଚିଦାନନ୍ଦ ମହାପାତ୍ର, କ୍ରୀଡା ସମ୍ପାଦକ ରୂପେ ଦିଲ୍ଲୀପ କୁମାର ବାଘ, ସମାଜସେବା ସମ୍ପାଦକ ରୂପେ ଶଶୀଭୂଷଣ ପ୍ରଧାନ, ମହିଳା ସମ୍ପାଦିକା ରୂପେ ବିରାଜିନୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଗୌରୀ ଶଙ୍କର ବେହେରା, ସୂର୍ଯ୍ୟ ନାରାୟଣ ମହାନ୍ତି, ମୋଚିରାମ ମିଶ୍ର,ଶରତ ଚନ୍ଦ୍ର ପଟ୍ଟନାୟକ,ପ୍ରସନ୍ନ ବିଷୋୟୀ, ସୁବଳ ଚନ୍ଦ୍ର ନାୟକ,ବୈଜୟନ୍ତୀମାଳା ମହାପାତ୍ର ଙ୍କୁ ମନୋନୀତ କରାଯାଇଅଛି ।ଶରତ ଚନ୍ଦ୍ର ମହାନ୍ତି ଙ୍କୁ ସ୍ୱତନ୍ତ୍ର କାର୍ଯ୍ୟ କାରିଣୀ ସଭ୍ୟ ରୂପେ ମଧ୍ୟ ମନୋନୀତ କରାଯାଇଅଛି ।
କିଶୋର ଚନ୍ଦ୍ର ବେହେରା, ବିଶ୍ୱ ବିହାରୀ କର, ମହମଦ ନାଜିର ଆକତାର, ବିଜୟ କୁମାର ମହାନ୍ତି,ପ୍ରତାପ କୁମାର ପାତ୍ର,ନାରାୟଣ ସାହୁ,ଓ ହୃଦୟ ରଞ୍ଜନ ପାଣିଗ୍ରାହୀ ଙ୍କୁ ଉପଦେଷ୍ଟା ରୂପେ ସର୍ବସମ୍ମତି କ୍ରମେ ଚୟନ କରାଗଲା । ଶେଷରେ ନବ ନିର୍ବାଚିତ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ସମସ୍ତ ନୁତନ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories