ପଟ୍ଟା କରାଇ ଦେବାକୁ
ଲାଂଚ ନେଇ ଧରାପଡିଲେ ତହସିଲ ପିଅନ
Udaya_Labanya | August 23, 2023 | 20 views |0
| Breaking News
, District
ଫୁଲବାଣୀ-୨୩/୦୮( ସୁନୀଲ ପଟ୍ଟନାୟକ)
ଲାଂଚ ନେଇ ଧରାପଡିଲେ କଂଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ପିଅନ ଅଜୟ ମଲିକ l
ବୁଧବାର ବାଳଣ୍ଡାପଡା ଆର ଆଇ ଅଫିସ ଡେପୁଟେଶନ ରେ ଥିବା ପିଅନ ଅଜୟ ମଲିକ ସ୍ଥାନୀୟ ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବାପାଙ୍କ ନାମରେ ଥିବା ଜମିକୁ ତିନି ଭାଇ ଙ୍କ ମଧ୍ୟରେ ଭାଗ କରି ପଟ୍ଟା ପ୍ରଦାନ କରିବା ଲାଗି ୮ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଛନ୍ତି l ଏହି କାମ କରିବା ପାଇଁ ଅଜୟ ୪୨ହଜାର ଟଙ୍କା ଦାବିକରି ୩୪ହଜାର ଟଙ୍କା ଆଗରୁ ନେଇଥିଲେ ବି ପଟ୍ଟା ନ କରି ବଳକା ଥିବା ଟଙ୍କା ଆଜି ଦେବାକୁ କହିଥିଲେ ଅଜୟ l ଫଳରେ ବିଜୁ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ l
ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ
ଟଙ୍କା ଦେବାବେଳେ ସେହି ନିକଟରେ ଛକି ବସିଥିଲେ ଆଉ ଲାଂଚ ନେବାବେଳେ ଭିଜିଲାନସ୍ ଟିମ ମାଡ଼ି ବସିଥିଲା lଅଜୟ ନିକଟରୁ ସମସ୍ତ ଲାଂଚ ଟଙ୍କା ଜବତ କରିବା ସହ ଗିରଫ କରି ଛନ୍ତି l
ଭିଜିଲାନ୍ସ ବିଭାଗ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l
ଏହି ଆରଆଇ ଅଫିସରେ ଆର ଆଇ ଓ ପିଅନ ମିଶି ବ୍ୟାପକ ଦୁର୍ନୀତି ଓ ଅନିୟମିତତା କରୁଥିବା ଅଭିଯୋଗ ହୋଇଆସୁଥିଲା l