ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ବୋଲେରୋ ସହ , ୬୨ କେଜି ଗଞ୍ଜେଇଜବତ, ଜଣେ ଗିରଫ
Udaya_Labanya | August 29, 2023 | 25 views |0 | Breaking News , District
ଫୁଲବାଣୀ(ସୁନୀଲ ପଟନାୟକ )
:କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗା ଡିଆ ପଡ଼ା ଘାଟି ରେ ଅବକାରୀ ବିଭାଗ ଚଢ଼ାଉ କରି ଫୁଲବାଣୀ ରୁ କଟକ ଯାଉଥିବା ଏକ ବୋଲେରୋ ସମେତ ୬୨ କେଜି ଗଂଜେଇ ଜବତ କରିଛି l
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ ରେ ସବ ଇନିସ୍ପେକ୍ଟର ସାଗର ଭୋଇ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡି ଆ ପଡ଼ା ଘାଟି ରେ ଓଡ଼ି ୦୨_ସି ଏଚ୍ ୧୭୮୯ ବୋଲେରୋ ଗାଡ଼ି କୁ ଜବତ କରିବା ସହ ଏ ଘଟଣା ରେ ଜଣଙ୍କୁ ଗିରଫ କରିଛି l ଅବକାରୀ ବିଭାଗ ୭୫ /୨ ୩ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛିl ଗିରଫ ଯୁବକ ଜଣକ କଟକ ଜିଲ୍ଲା ମl ଣିଆ ବନ୍ଧ ଥାନା ଅନ୍ତର୍ଗତ କୁଆଁରପାଳ ଗ୍ରାମ ର ମୁରଲୀ ଧର ପରିଡ଼ା ଙ୍କ ପୁଅ ପ୍ରକାଶ ଚନ୍ଦ୍ର ପରିଡା ୨୭ବର୍ଷ ବୋଲି ଅବକାରୀ ବିଭାଗ କହିଛି l
ଚଢ଼ାଉ ରେ ଅବକାରୀ ବିଭାଗ ସବ ଇନିସ୍ପେକ୍ଟର ସାଗର ଭୋଇ, ଏ ଏସ ଆଇ,, କନେଷ୍ଟେବଳ ପ୍ରମୁଖ ସାମିଲ ଥିଲେ ବୋଲି ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ କହିଛନ୍ତି l
ଅବକାରୀ ଅଧିକ୍ଷକ ସାମଲ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା ଯୋଗୁଁ କନ୍ଧମାଳ ଜିଲାରେ ଅନେକାଂଶ ରେ ଚୋରା ଗଂଜେଇ ଚାଲାଣରୋକାଯାଇପାରିଛିl
ଏହା ବ୍ୟତୀତ ଗଂଜେଇ ମାଫିଆ ମାନଙ୍କୁ ସା ବା ଡ଼ କରିବାରେ ଓ ଗଂଜେଇ ଚାଷ ନଷ୍ଟ କରିବାରେ ସେ ସଫଳ ହୋଇଛନ୍ତି l ଆଗକୁ ଗଂଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ ରୋକାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l