ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣା
ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀକରି ଶତାଧିକ ଲୋକଙ୍କ ରାସ୍ତା ଅବରୋଧ

Udaya_Labanya | August 29, 2023 | 15 views |0 | Breaking News , District

ଫୁଲବାଣୀ ଉଲ୍ଲାପ୍ର )
ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟତ୍ରି ପଦ୍ମିନୀ ପ୍ରଧାନ ଙ୍କ ଅବହେଳା ଦାୟିତ୍ବହୀନତା, ଖାମ୍ ଖିୟାଲ ମନବୃତି ଯୋଗୁଁ ଜଣେ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତ ଛାତ୍ର ର ଅବିଭାବକ ଓ ଗ୍ରାମବାସମାନେ ମିଶି ବାଟା ଗୁଡ଼ା ଆଶ୍ରମ ସ୍କୁଲ୍ ସମ୍ମୁଖ ୫୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଶନିବାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟା ଗୁଡ଼ା ମଙ୍ଗଳ ବିଭାଗ ପରିଚାଳିତ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା
ଛାତ୍ର ସତ୍ୟାନନ୍ଦ ନାୟକ ର ଅକାଳ ମୃତ୍ୟୁ ଘଟିଥିଲା
ଶନିବାର ମଧ୍ୟାହ୍ନ ରେ ସତ୍ୟାନନ୍ଦ ହଟା ତ ଅସୁସ୍ଥ ହୋଇ ପଡିବା ପରେ ଅଚେତ ହୋଇପଡ଼ିଥିଲା l ତାକୁ ତୁରନ୍ତ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷୋଣl କରିଥିଲେ l
ମୃତ ଛାତ୍ର ର ଘର କୋଟ ଗଡ ବ୍ଲକ ଓରା କଲୋନୀ ସାହୀ ରେ l
ବାପା ମା ଙ୍କ ଏକ ମାତ୍ର ପୁଅ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l
ପୂର୍ବରୁ ସତ୍ୟାନନ୍ଦ ଭଲ ଥିଲା ଠିକ୍ ଭାବରେ ଖିଆପିଆ ମଧ୍ୟ କରୁଥିଲା lହେଲେ ହଟl ତ ତାର ମୃତ୍ୟୁ ହେଲା କିପରି ବୋଲି ବାପାମା ପ୍ରଶ୍ନ କରିଛନ୍ତି l ଉପଯୁକ୍ତ କ୍ଷତିପୂରଣ ଓ ଦାୟିତ୍ଵ ରେ ଅବହେଳା ପ୍ରଦର୍ଶନ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଗିରଫ ଦାବୀ କରିଛନ୍ତି l
ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାର ସେ କୌଣସି ସନ୍ତୋଷ ଜନକ ଉତ୍ତରମଧ୍ୟ ଦେଇନଥିଲେ l ଏ ବିଷୟରେ ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରି ମଲିକ ସ୍କୁଲ ରେ ପହଞ୍ଚି କାହିଁକି ଓ କେଉ ପରିସ୍ଥିତି ରେ ଛାତ୍ର ର ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛନ୍ତି l
ଜିଲାରେ ଥିବା ଅନେକ ମଙ୍ଗଳ ବିଭାଗ ସେବାଶ୍ରମ ଗୁଡିକରେ ନିମ୍ନ ମାନର ଖାଦ୍ୟ, ଅପରିଷ୍କାର ପରିବେଶ, ଦୂଷିତ ପାଣି ବ୍ୟବହାର ସାଙ୍ଗକୁ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ଙ୍କ ଅକାଳ ରେ ଜୀବନ ଯାଉଚି l
ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories