ଫିରିଙ୍ଗିଆ – ଗୋଛା ପଡ଼ା ରାସ୍ତାରେ ମାଓ ପୋଷ୍ଟର, ଲୋକେ ଭୟଭୀତ

Udaya_Labanya | August 31, 2023 | 30 views |0 | Breaking News , Crime , District


ଫୁଲବାଣୀ (ସୁନୀଲ ପଟ୍ଟନାୟକ )
କନ୍ଧ ମାଳ ଜିଲ୍ଲା ର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛିl ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘl ବାଲି ଆଦି ଅଞ୍ଚଳ ରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବକୁ ମିଳିଛି l
ଫଳରେ ସେହି ଗ୍ରାମ ର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତିl କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି l
ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବି ଏନ୍ ଡିଭିଜନ ର ସଚିବ ବିଜୟ ଲେଖାଯାଇଛି l
ଫିରିଙ୍ଗିଆ ଥାନlପୋଡ଼ି ଘଟଣା କୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଂକ ଦମନ ମୂଳକ କାର୍ଯ୍ୟକଳାପ କୁ ନିନ୍ଦା କରିଛି ସଙ୍ଗଠନ l ଗଞ୍ଜେଇ ଚାଷ ଏଠାକାର ଲୋକଂକ ଆର୍ଥିକ ମାନଦଣ୍ଡ କୁ ସୁଦୃଢ଼ କରୁଚ୍ଛି l ସରକାର ଗଞେଇ ଚାଷ କୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟର ରେ ଉଲ୍ଲେଖ ଅଛି l
ଏହି ଦାବୀ ରେ ମାଓ ସଙ୍ଗଠନ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ତେବେ ଏହି ବନ୍ଦ ଡ଼ାକରା ର କୌଣସି ପ୍ରଭାବ ପଡିନଥିବା ଦେଖିବକୁ ମିଳିଛି l
ପୋଲିସ ପକ୍ଷରୁ ସତର୍କ ନଜର ରଖାଯାଇଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories