#Breaking News #District

ଗାଜିଆବାଦ ରେ ଆଇନଜୀବୀ ଙ୍କୁ ନିର୍ମମ ହତ୍ୟା ର ପ୍ରତିବାଦ


ଫୁଲବାଣୀ (ସୁନୀଲ ପଟନାୟକ)
ଉତ୍ତରପ୍ରଦେଶ ର ଗାଜିଆବାଦ ଠାରେ ଜଣେ ଆଇନଜିବି ଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ପଶି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ର ତୀବ୍ର ନିନ୍ଦା କରିଛି ଫୁଲବାଣୀ ଓକିଲ ସଂଘ l
ସଂଘ ସଭାପତି ତଥା ବରିଷ୍ଠ ଆଇନଜିବି ଭଗବାନ ମହାନ୍ତି ଙ୍କ ନେତୃତ୍ଵରେ ଏକ୍ ପ୍ରତିନିଧି ଦଳ ରାଲି ରେ ଯାଇ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l
ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଲlଗି ସଭାପତି ମହାନ୍ତି ଦାବୀ କରିିବା ସହ ଆଇନଜିବି ସୁରକ୍ଷା ଆଇନ୍ ପ୍ରଚଳନ କରିବା ସହ ଆଇନଜିବି ମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି l
ଦିନକୁ ଦିନ ଆଇନଜିବି ମାନଙ୍କ ଉପରେ ହେଉଥିବା ଆକ୍ରମଣ କୁ ସଂଘ ନିନ୍ଦା କରିଛି l

Leave a comment

Your email address will not be published. Required fields are marked *