ଗୋପାଲପୁର – ସମ୍ବଲପୁର ରେଳ ପ୍ରକଳ୍ପ ରୁ ଫୁଲବାଣୀ ବାଦ୍ ପଡିବା ନେଇ ବୁଦ୍ଧିଜିବୀ ମହଲ ରେ ତୀବ୍ର ପ୍ରତିକ୍ରିୟା

Udaya_Labanya | September 4, 2023 | 27 views |0 | Breaking News , District


ଫୁଲବାଣୀ ( ସୁନୀଲ ପଟନାୟକ)
ବିଳମ୍ବ ରେ ହେଲେ ବି ଫୁଲବାଣୀ କୁ ରେଳ ସଂଯୋଗ ହେବ, ଗୋପାଲପୁର – ରୁ ସମ୍ବଲପୁର ରେଳ ଲାଇନ ଆସିକା, ଭଞ୍ଜନଗର୍, ଫୁଲବାଣୀ ଦେଇ ଯିବ ବୋଲି ଘୋଷଣା ହୋଇଥିଲା ଫଳରେ କନ୍ଧମାଳ ଲୋକେ ସୁବିଧାରେ ଯିବା ଆସିବା କରିବା ସହ ମାଲ୍ ପରିବହନ ଦ୍ଵାରା ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ଲୋକେ ବେଶ୍ ଖୁସି ହୋଇ ଥିଲେ l ହେଲେ ପୁଣି କୌଣସି କାରଣ ରୁ ଏବେ ଏହି ରେଳ ଲାଇନ ଫୁଲବାଣୀ ଦେଇ ଯିବ ନାହିଁ ବୋଲି ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ବିଭିନ୍ନ୍ ମହଲ ରେ ଉଦବେଗ ପ୍ରକାଶ ପାଇଛି l
ଏ ନେଇ ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଭାପତି କମଳାକାନ୍ତ ପାଣ୍ଡେ ଙ୍କ ସଭାପତିତ୍ଵ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମିଳିତ ନାଗରିକ ମଂଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନା, ଓ କିଲ ସଂଘ ସଭାପତି ଭଗବାନ ମହାନ୍ତି, ଫୁଲବାଣୀ କୁଇ ସାମାଜ ସମ୍ପାଦକ ଅବନୀ କହ୍ନର, ମିଡିଆ ଫୋରମ ସଭାପତି ସନ୍ତୋଷ ଦିଗାଲ, ଆଇନଜିବି ବିଜୟ ପଟନାୟକ, ସତ୍ୟ ପ୍ରିୟ ମହାନ୍ତି, ବରିଷ୍ଠ ଆଇନଜିବି ପ୍ରତାପ ପାତ୍ର, ଅଶୋକ କୁମାର ବେହେରା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ପ୍ରମୂଖ ଯୋଗ ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସରକାର ପୂର୍ବ ପରି ଫୁଲବାଣୀ ଦେଇ ରେଳପଥ ନିର୍ମାଣ କରିବା ପାଇଁ ଦାବି କରିଥିଲେ ନଚେତ୍ ଆନ୍ଦୋଳନ ଜୋରଦାର୍ ହେବ ବୋଲି ଚେତାବନୀ ଦେଇଛନ୍ତି l
ଏ ନେଇ ରେଳ ବିଭାଗ କତୃପକ୍ଷ, ରାଜ୍ଯ ସରକାର, କେନ୍ଦ୍ର ରେଳ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଙ୍କୁ ପତ୍ର ଦ୍ଵାରା ଅବଗତ କରାଯିବl
ଅଉ ଦାବୀ ପୂରଣ ନହେଲେ ଗଣ ଧାରଣା, ରାଲି, ବିକ୍ଷୋଭ ପ୍ରଦର୍ଶନ ସହ ଜିଲା ବନ୍ଦ କରିବା ପାଇଁ ଡାକରା ଦିଆଯିବା ଭଳି କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି କୁହାଯାଇଛି l
ଆନ୍ଦୋଳନ କୁ ଜୋରଦାର୍ କରିବା ପାଇଁ ଏକ୍ କ୍ରିୟାନୁଷ୍ଠାନ କମିଟି ମଧ୍ଯ ଗଠନ କରାଯାଇଛି l କମିଟି ର ଅଧ୍ୟକ୍ଷ ଭାବେ କମଳାକାନ୍ତ ପାଣ୍ଡେ ଥିବାବେଳେ ଅରୂପ ଜେନା, ଭଗବାନ ମହାନ୍ତି, ବିଜୟ ପଟନାୟକ, ଅବନୀ କହ୍ନର, ପ୍ରତାପ ପାତ୍ର, ସୁନୀଲ ପଟନାୟକ, ସନ୍ତୋଷ ଦିଗାଲ୍, ଅଶୋକ ବେହେରା, ଅଶୋକ ପରିଡା, ପ୍ରଣବ ମଣ୍ଡଳ, ପ୍ରମୂଖ ଅଛନ୍ତି l
ପରବର୍ତ୍ତୀ ସମୟରେ ଜିଲାରେ ଥିବା ବିଭିନ୍ନ ସଂଗଠନ ର ପ୍ରତିନିଧି ମାନଙ୍କୁ କମିଟି ରେ ସାମିଲ କରିବା ପାଇଁ
ନିଷ୍ପତ୍ତି ହୋଇଛି l
ବରିଷ୍ଠ ନାଗରିକ ନବୀନ କିଶୋର୍ ପଣ୍ଡା ଧନ୍ଯ ବାଦ ଦେଇଥିଲେ l
ଏହି ବୈଠକ ରେ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories