ବନାନୀ କଳା ସଙ୍ଗମ ନୂତନ କର୍ମକର୍ତ୍ତା, ଡଃ ଅରୂପ ଜେନା ସଭାପତି, ସୁନୀଲ ପଟନାୟକ ସାଧାରଣ ସମ୍ପାଦକ ମନୋନୀତ

Udaya_Labanya | September 11, 2023 | 17 views |0 | Breaking News , District

I
ଫୁଲବାଣୀ -( ଉଲ୍ଲାପ୍ର )
ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଂସ୍କୃତି ଅନୁଷ୍ଠାନ ର୍ ଏକ୍ ସାଧାରଣ ବୈଠକ ‘ନିଜସ୍ଵ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର୍ ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ର୍ ସଂଯୋଜକ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ସଂଗଠନ ର୍ ଆୟ ଏବଂ ବ୍ୟୟ ସହ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣନା କରିଥିଲେl ସମସ୍ତ ଆୟ ବ୍ୟୟ ସର୍ବସମ୍ମତ କ୍ରମେ ଗୃହିତ ହୋଇଥିଲା l ଏହା ପରେ
ସର୍ବସମ୍ମତ କ୍ରମେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା l
ସଭାପତି ଭାବେ ଡଃ. ଅରୂପ ଜେନା, ଉ ପ ସ ଭା ପତି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଭାତ ଦାସ , ସାଧାରଣ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ
ସହସମ୍ପାଦକ ସାମ୍ବାଦିକ କ୍ଷିତିଶ ମଲିକ୍ , କୋଷାଧକ୍ଷ ଭାବେ ବିଜୟ ମହାନ୍ତି ଓ ସଂଗଠନ ସମ୍ପାଦକ ଅଶୋକ ପରିଡା ପ୍ରମୂଖ ମନୋନୀତ ହୋଇଛନ୍ତି ଏଥି ସହ
କାର୍ଯ୍ୟକାରି ସଦସ୍ୟ ଭାବେ ପୂର୍ବତନ ସଭାପତି ରବିନ୍ଦ୍ର ନାଥ ମିଶ୍ର, ଅଶୋକ କୁମାର ବେହେରା, ବିରଜା ପ୍ରସାଦ ନାୟକ, ଭି ଭି ରାମଦାସ, ବନ ବିହାରୀ ନନ୍ଦ, ଆଇନଜିବି ବିଜୟ କୃଷ୍ନ ପଟନାୟକ,ସାମ୍ବାଦିକ ଜୟ ସେନ ପରିଡା, ରୋଟାରିଆନ ପ୍ରସନ୍ନ ପଣ୍ଡା, ନବୀନ୍ କିଶୋର ପଣ୍ଡା ପ୍ରମୂଖ ଙ୍କ ସମେତ
ନ ଜଣ ବରିଷ୍ଠ କଳାକାର ଓ କଳାପ୍ରେମୀ ପ୍ରମୂଖ ମନୋନୀତ ହୋଇଛନ୍ତି ସେହିପରି ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟl ଭାବେ ନିବେଦିତା ଖାଡ଼ଙ୍ଗା, ସୁଶ୍ରୀ ମମତା କହ୍ନର, ସମେତ ପାଞ୍ଚ ଜଣ ମନୋନୀତ ହୋଇଛନ୍ତି l
ଜିଲାର କଳା ଓ ସଂସ୍କୃତି ର ବିକାଶ ସାଙ୍ଗକୁ କଳାକାର ମାନଙ୍କ ସ୍ଵାର୍ଥରକ୍ଷା ପାଇଁ ସଂଗଠନ କାର୍ଯ୍ୟ କରିବ ବୋଲି ସାଧାରଣ ସମ୍ପାଦକ ସୁନୀଲ ପଟନାୟକ କହିଛନ୍ତି l
ଆସନ୍ତା ନଭେମ୍ବର୍ ମାସ ରେ ଅନୁଷ୍ଠାନ ପକ୍ଷ୍ୟରୁ ଏକ ସାମାଜିକ ନାଟକ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା l
ଏହି ଅବସର ରେ ବରିଷ୍ଠ କଳାକାର ବଂଶୀ ଧର ମହାପାତ୍ର, ରବିନ୍ଦ୍ର ନାଥ ମିଶ୍ର, ବନ ବିହାରୀ ନନ୍ଦ ଙ୍କ ସମେତ ସମସ୍ତ୍ ନୂତନ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସଂଗଠନ ସମ୍ପାଦକ ଅଶୋକ ପରିଡା ଧନ୍ଯ ବାଦ୍ ଅର୍ପଣ କରିଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories