ବିଦ୍ୟାଳୟ ରୁ ଚୋରି ଅଭିଯୋଗ
ନାବାଳକ ସମେତ ତିନି ଗିରଫ

Udaya_Labanya | September 11, 2023 | 13 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ)
କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଆରପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡି ପଂଚାୟତ ହାଇସ୍କୁଲ ରୁ ଗତ ୩୧ ତାରିଖରେ ହୋଇଥିବା ଚୋରି ଘଟଣା ପରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ.l ଅଭିଯୋଗ ପାଇ ପୋଲିସ ୧୧୮/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ସବ ଇନିସ୍ପେକଟର ଦୀନବନ୍ଧୁ ପ୍ରଧାନ ଙ୍କୁ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ତଦନ୍ତ ଦାୟିତ୍ୱ ଦେଇଥିଲେ.l ତଦନ୍ତ କାରୀ ଅଧିକାରୀ ଶ୍ରୀ ପ୍ରଧାନ ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚୋରି ସାମଗ୍ରୀ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ. L ମୁଖ୍ୟ ଅଭିଯୁକ୍ତ ହେଲେ ଦରଡ଼ା ଗ୍ରାମର ସୁମନ୍ତ ନାୟକ ଏବଂ ଜଣେ ନାବାଳକ ସାମିଲ ଥିବାବେଳେ ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଅଭିଯୁକ୍ତ ହେଲା ବୁରୁପଦା ଅଂଚଳର ଦୀପକ କହଁର. ସେହିଭଳି ଚୋରି କାର୍ଯ୍ୟରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ନାବାଳକ ଫେରାର ଥିବା ପୋଲିସ ସୂଚନା ଦେଇଛି. I ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଆଜି ପ୍ରେସମିଟ ରେ ସଦର ଏସ୍ଡ଼ିପିଓ ଶ୍ରୀ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି. ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ କମ୍ପ୍ୟୁଟର ୧୦ଗୋଟି ଏବଂ କିବୋର୍ଡ଼ ସମେତ ମାଉସ, କ୍ରିକେଟ ବ୍ୟାଟ, ବଲ, ଫୁଟବଲ, ପ୍ରିଣ୍ଟର, ଗ୍ଲୋବସ ଏବଂ ହେଡଫୋନ ଆଦି ଜବତ କରିଥବା ପୋଲିସ ସୂଚନା ଦେଇଛି. ଖଜୁରୀପଡା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଏବଂ ବର୍ତମାନ ଆବାସ ଯୋଜନାରେ ଘର ଏବଂ ମନ୍ଦିର ତିଆରି ପାଇଁ ବହୁତ ଲୁହା ଛଡ଼ ରହିଥିବା ବେଳେ ସେସବୁ ଚୋରି ମାମଲାରେ ପୋଲିସ ଆଜିର ଏହି ଅଭିଯୁକ୍ତ ମାନଙ୍କ ଲିଙ୍କ ଅଛିକି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନ ରେ ଏସ୍ଡ଼ିପିଓ ଏମାନଙ୍କ ଅନ୍ୟ କୌଣସି ମାମଲାରେ ଲିଙ୍କ ନାହିଁ ବୋଲି କହିବା ସହ ଲୁହାଛଡ଼ ଚୋରୀ ମାମଲା ର ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories