ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସୋଲାର ପ୍ରକଳ୍ପ ଅଚଳ , ନିମ୍ନ ମାନର କାମ ଅଭିଯୋଗ

Udaya_Labanya | September 13, 2023 | 30 views |0 | Breaking News , District


ଫୁଲବାଣୀ( ସୁନୀଲ ପଟନାୟକ)

ସରକାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତିl ତେବେ ନିମ୍ନ୍ ମାନର କାର୍ଯ୍ୟ ସହ ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ପ୍ରକଳ୍ପ ଗୁଡିକ ମାସ କେଇଟାରେ ଅକାମୀ ହୋଇ ପଡୁଛି l ସରକାର ଙ୍କ କୋଟି କୋଟି ଟଙ୍କା ପାଣି ରେ ପଡୁଛି ଯାହାର କି ଏକ ଉଦାହରଣ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବୁଡ଼ା ଗୁ ଡା ରେ ଥିବା ବସୁଧା ପ୍ରକଳ୍ପ l କନ୍ଧମାଳ ଜିଲ୍ଲା ବୁଡ଼ାଗୁଡା ପଞ୍ଚାୟତ ୧ ନମ୍ବର ୱ।ଡ଼ ରେ ଥିବା ଏହି ପ୍ରକଳ୍ପ ସିମେଲକିଆ ଗ୍ରାମରେ ଥିବା ଡପାକିଆ, ମାସନପାଙ୍ଗ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଦିନକ ପାଇଁ ମଧ୍ୟ ପାଣି ପାଇନାହାନ୍ତି ଲୋକେ l ଯାହାରି ଫଳରେ ଏସବୁ ଗ୍ରାମର ୧୦୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଗ୍ରାମରେ ପିଇବା ପାଣି ପାଇଁ ଏକ ସୋଲାର ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ଆଜକୁ ଦୁଇ ବର୍ଷ ରୁ ଉର୍ଦ୍ଧ ସମୟ ଧରି ନିର୍ମାଣ ସରିଥିଲେ ବି ଆଜି ପର୍ଯ୍ୟନ୍ତ କଯ୍ୟକ୍ଷମ ହୋଇପାରୁନାହିଁ । ଗ୍ରାମରେ ନିର୍ମାଣ ହେବା ଦିନଠାରୁ ଦିନକ ପାଇଁ ପାଣି ଆସୁନଥିବା ଅଭିଯୋଗ ହେଉଛି । ପିଇବା ପାଣି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା କଥା
ସିମେଲକିଆ ଗ୍ରାମର ସାନ୍ତନୁ ବିସମାଝୀ,ଦିଲ୍ଲୀପ ମଲ୍ଲିକ,ଗଙ୍ଗା ବିସମାଝୀ,ବଦକା ପ୍ରଧାନୀ,ରମା ମଲ୍ଲିକ,ଟବେରୀ ପ୍ରଧାନ,ଶିବ ପ୍ରଧାନୀ ପ୍ରମୁଖ।ଅଭିଯୋଗ କରିଛନ୍ତି।
୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କି ନିର୍ମାଣ କରାଯାଇ ଯେଉଁ ଉଦେଶ୍ୟରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଏବେ ଅଚଳ ହୋଇପଡ଼ିଛି ।ଏନେଇ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ଙ୍କୁ ପଚାରିବାରୁ ସେକିଛି ଜାଣିନଥିବା କହିବା ସହିତ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରି ବାରୁ ସେ ଏହି ପ୍ରକଳ୍ପ ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l ସେପଟେ ଗ୍ରାମରେ ତୁରନ୍ତ ପାନୀୟଜଳ ପ୍ରକଳ୍ପ କୁ କାଯ୍ୟକ୍ଷମ କରା ନଗଲେ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସୀ ।
ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories