ବୌଦ୍ଧ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ନେଇ ” ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

Udaya_Labanya | September 13, 2023 | 47 views |0 | Breaking News , District , Politics

ବୌଦ୍ଧ – ୧୩.୦୯- ( ହୃଦାନନ୍ଦ ମେହେର )- ଆଜି ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ବିପ୍ରଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ,ବୌଦ୍ଧ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବ୍ଲକ୍ ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ତୁରନ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଶେଷ କରି ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଦ୍ଵାରା ପ୍ରେରିତ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା କରି ବିଡ଼ିଓ ଓ ତାଙ୍କ ଟିମ୍ , ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ସହିତ ଯୋଗ୍ୟ ବିବେଚିତ ହିତାଧିକାରୀ ଯେଉଁମାନେ ଭଙ୍ଗା ,ଗୁହାଳ , ଜରି ପଲିଥିନ ତଳେ ବାସ ସ୍ଥାନ କରି ରହୁଛନ୍ତି ସେମାନଙ୍କୁ ଘର ପ୍ରଦାନ ରୁ ବଞ୍ଚିତ କରି ଦଳୀୟ ନେତା ଙ୍କ ପୁତ୍ର , ବୋହୂ ,ଝିଅ, ଗୋଟିଏ ପରିବାରରୁ ୨ ରୁ ୩ ଟି ଘର ଦଳୀୟ ଭିତ୍ତିରେ ଅଯୋଗ୍ୟ ପରିବାର ମାନଙ୍କୁ ପ୍ରଦାନ କରିବା ସହିତ , ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ ନ କରି , ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରାଯାଇଥିବା ତାଲିକା କୁ ପ୍ରଦାନ କରାଯାଇଥିଲା l

ଏସବୁ ର ତଦନ୍ତ କରି ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଚେତାବନୀ ଦେବା ସହିତ , ଯଦି ଏହାର ବ୍ୟତିକ୍ରମ ହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଧାରଣ ବିକ୍ଷୋଭ ରୁ ବିରତ ହୋଇ ଥିଲେ । ଆଜି ର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ,କଣ୍ଟାମାଳ ବିଧାନସଭା ର ବିଧାୟକ ପ୍ରାଥି ୨୦୧୯ ର ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ କନେହି ଚରଣ ଡ।ଙ୍ଗ, ତାପସ କୁମାର ପଟ୍ଟନାୟକ , ସୁଶାନ୍ତ କୁମାର ବାଘ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ଯୀଶୁ ପ୍ରଧାନ, ନବୀନ ହୋତା, ଶମ୍ଭୁ ପ୍ରଧାନ, ମାଗୁଣି ଗାଈ ଗୌରୀ ଆ, ତ୍ରିପୁର ମହାକୁଡ , ବାମନ ବାରିକ, ସଂଗ୍ରାମ ବେହେରା , ବିଶି କେଶନ୍ ପ୍ରଧାନ ,କାଇଁଚ ପ୍ରଧାନ, ତ୍ରିବିକ୍ରମ ମହାକୁଡ, ବୈକୁଣ୍ଠ ପ୍ରଧାନ , ବିନୋଦ ମହାକୁଡ, ଶରତ କର୍ଣ୍ଣ , ମାନ ଭଞ୍ଜନ ସିଂହ ,ସିଦ୍ଧେଶ୍ୱର ପ୍ରଧାନ , ଶ୍ରୀମତୀ ଲଳିତା ପ୍ରଧାନ , ପ୍ରଭୁତି ବହୁ ଦଳୀୟ ପଦାଧିକାରୀ ବୃନ୍ଦ ଙ୍କ ସହିତ ଜନ ସାଧାରଣ , ଯୋଗ୍ୟ ହିତାଧିକାରୀ ମାନେ ଯୋଗଦାନ୍ କରିଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଉଦୟ ଲାବଣ୍ୟ ଡଟ କମ

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories