ରାସ୍ତା ସମସ୍ୟା
ଭରା ନଈ ରେ ଟିୟୁବ ରେ ନଦୀ ପାରି ହେଲେ ରୋଗୀ

Udaya_Labanya | September 13, 2023 | 34 views |0 | Breaking News , District



ଫୁଲବାଣୀ ( ଉଲ୍ଲାପ୍ର )
ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଈ ରେ ରୋଗୀଙ୍କୁ ଟିଉବ ରେ ବସେଇ ବିପଦ ସଙ୍କୁଳ ଅବସ୍ଥାରେ ଖଡ୍ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତ ର କୁବେର ମୁଣ୍ଡା ଗାଁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି l କୁବେର ମୁଣ୍ଡା ଗାଁ ର ଆନନ୍ତି ପ୍ରଧାନ ନାମକ ଜଣେ ମହିଳା ଦୀର୍ଘ ଚାରି ଦିନ ହେଲା ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ l ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ ନୂଆଗାଁ କୁ ଯିବା ପାଇଁ ହେଲେ ପାଖା ପାଖି ବାଇଶ କିଲୋ ମିଟର ରାସ୍ତା ଅତିକ୍ରମ କରି ବାକୁ ପଡିଥାଏ lକୁବେର ମୁଣ୍ଡା ଠାରୁ ମହାସିଙ୍ଗ କୁ ଦେଢ଼ କିଲୋ ମିଟର ହେବ l ନଦୀରେ ପୋଲ ନଥିବା ରୁ ଜୀବନ କୁ ବାଜି ଲଗେଇ ଖଡ୍ଗ ନଦୀ ପାର ହେବା କୁ ପରସ୍ଥିତି ବାଧ୍ୟ କରୁଛି l ବାଲିଗୁଡା ଠାରୁ ସାଇନପଡା ଗ୍ରାମ ଦେଇ ଖଡ୍ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅସୁବିଧା ର ସମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ l କୁବେର ମୁଣ୍ଡା ଗ୍ରାମ ରେ ପନ୍ଦର ଗୋଟି ପରିବାର ରହୁଥିବା ବେଳେ ଗ୍ରାମ କୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଂଚି ପାରେ ନାହିଁ l ଯାହା ଫଳ ରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ର ସମ୍ମୁଖୀନ ହୋଇ ଆସୁଛନ୍ତି ଏଠାକାର ବାସିନ୍ଦା l
ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories