ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ

Udaya_Labanya | September 13, 2023 | 15 views |0 | Breaking News , District


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ସୋମବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ଆଇନଜିବି ବିଜୟ ପଟନାୟକ, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରଣବ ମଣ୍ଡଳ, ପ୍ରମୂଖ ଫୁଲବାଣୀ କୁ ରେଳ ସଂଯୋଗ ରୁ ବାଦ୍ ଦିଆଯାଇ ଥିବା ପ୍ରତିବାଦ କରି
ସ୍ଥାନୀୟ ଲୋକପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ କତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର,ଓ ରି ଡେଲ କତୃପକ୍ଷ ଙ୍କୁ ଗତ ଏକ ସପ୍ତାହ ରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ଉତ୍ତର ନ ମିଳିବା ରୁ ଉଦବେଗ ପ୍ରକାଶ କରିବା ସହ ପୁଣି ଥରେ ଜିଲ୍ଲାପାଳ କନ୍ଧମାଳ ଜରିଆରେ ରିମାଇଣ୍ଡର ଦେବା ପାଇଁ ମତ ପ୍ରକାଶ ପାଇଥିଲା ସେହି ପରି ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ସହର ରେ ଥିବା ବି ଭିନ୍ନ୍ ସଂଗଠନ ର କର୍ମକର୍ତ୍ତା, ବୁଦ୍ଧିଜିବୀ, ସାମାଜ ସେବୀ,ସାମାଜିକ ସଂଗଠନ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କରି ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା l
ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ, ଗଣ ଧାରଣା, ଓ ଜିଲ୍ଲା ବନ୍ଦ ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ଆଇନଜିବି ବିଜୟ ପଟନାୟକ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, କୁଇ ସାମାଜ ସମିତି ସମ୍ପାଦକ ଅବନୀ କହ୍ନର, ପୂର୍ବତନ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହ୍ନର, ରାଜେନ୍ଦ୍ର କୁମାର ପାଢ଼ୀ, ପ୍ର ମୋଦ ସାହୁ, ବଟ କୃଷ୍ନ ପ୍ରଧାନ ଅଶୋକ ପରିଡା ପ୍ରମୂଖ ଉପସ୍ଥିତ ଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories