ନଦୀରେ ବୁଡି ଦିବ୍ୟାଙ୍ଗ ଯୁବକ ମୃତ
Udaya_Labanya | September 14, 2023 | 13 views |0 | Breaking News , District
ରସୁଲପୁର ( ଉଲ୍ଲାପ୍ର )
ବ୍ରହ୍ମନଦୀରେ ବୁଡି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁ ଘଟିଛି
ମୃତକ ହେଲେ ବ୍ରହ୍ମବରଦା କାକୁଡି କୁଦ ଗ୍ରାମର ପଦ୍ମନାଭ ଦାସ ଙ୍କ ପୁଅ ମୁନା ଦାସ ବୟସ 19 ବର୍ଷ. ସେ ଦାରାପୁରସ୍ଥ ନିଜ ଅଜା ବ୍ରଜବନ୍ଧୁ ଦାସ ଙ୍କ ଘରେ ପିଲା ଦିନରୁ ରହିଆସୁଥିଲେ. ମୁନା ବାକ ଶକ୍ତିହୀନ ଥିଲେ. ସେ କ୍ୟୋଣସି କାମରେ ହଳଦୀ ବସନ୍ତ ନିକଟ ବ୍ରାହ୍ମଣୀ ନଦୀରେ ତିନିମୁହାଣୀ ପୋଲ ଉପରେ ବୁଲା ବୁଲି କରୁଥିବାବେଳେ ଆସାଧାବଶତଃ ପୋଲରୁ ନଦୀକୁ ଖସି ପଡ଼ିଥିଲେ. ଖବର ପାଇଁ ବରୀ ଅଗ୍ନିଶମ ବାହନୀ ପହଂଚି ଦ୍ରୀଘ ସମୟ ଧରି ଖୋଜାଖୋଜି ପରେ ସନ୍ଧ୍ୟା ରେ ମୁନା ଙ୍କ ମୃତ ଦେହ ଉଦ୍ଧାର କରି ବରୀ ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ. ପୋଲିସ ଏକ ଅପମୁରୁତ ମାମାଲା ରୁଜୁ କରି ସବକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାୟା ଳୟକୁ ପଠାଇଦେଇଛନ୍ତି.
ଯାଜପୁର ରୁ ସୁଶାନ୍ତ ଜେନା ଉଦୟଲାବଣ୍ୟ