ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ ପର୍ବ ପାଳିତ

Udaya_Labanya | September 14, 2023 | 36 views |0 | Breaking News , District

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜିଲ୍ଲା ସଦର ବ୍ଲକର ବାଉଁଶୁଣି ଅଞ୍ଚଳରେ ଗୁରୁବାର ପୁରାଉଆଁସ (ସପ୍ତପୁରୀ ଅମାବାସ୍ୟା) ପର୍ବ ପାଳିତ ହୋଇଅଛି। ଛୋଟ ଛୋଟ ବାଳିକା ମାନେ ବାଉଁଶର କୂଲେଇ ଓ ଚାଙ୍ଗୁଡିରେ ମାଟିରେ ନିର୍ମିତ କାଁଚି, କୁଁଢ଼ି , ବିଭିନ୍ନ ପ୍ରକାର ଚଣା ଏବଂ ଅନ୍ୟାନ୍ୟ ଘରକରଣା  ସାମଗ୍ରୀ ନେଇ ଗ୍ରାମର ପୀଠ ଗୁଡିକରେ ଥିବା ଦେବାଦେବୀଙ୍କୁ ପୂଜା କରିଥିଲେ। ସେହିପରି ବାଳକ ମାନେ ମାଟି ଓ କାଠରେ ନିର୍ମିତ ଘୋଡା ହାତୀ ଆଦି ଚକଲଗା ଖେଳଣା ନେଇ ସେହି ସ୍ଥାନରେ ସେମାନଙ୍କ ଖେଳଣା ସବୁକୁ ପୂଜା କରିବା ସହ ଏହି ପର୍ବରେ ସାମିଲ ହୋଇଥିଲେ। କାହିଁ କେଉଁ କାଳରୁ ପଶ୍ଚିମ ଓଡ଼ିଶାରେ ଏହି ପର୍ବ ପାଳନ ହୋଇ ଆସୁଛି। ଏହିପରି ଭାବେ ଏପର୍ବକୁ ପାଳନ କରିବା ଦ୍ୱାରା ଝିଅ ମାନେ ଛୋଟ ବୟସରୁ ଘରକରଣା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି ବୋଲି ବୟସ୍କ ବ୍ୟକ୍ତି ମାନେ ମତ ଦିଅନ୍ତି। ସେହିପରି ପୁଅ ମାନେ ଘୋଡା ହାତୀର ଖେଳଣା ସହିତ ପର୍ବରେ ସାମିଲ ହେଉଥିବାରୁ ସେମାନେ ଯୁଦ୍ଧବିଦ୍ୟା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି ବୋଲି ପଶ୍ଚିମ ଓଡିଶାବାସୀଙ୍କ ବିଶ୍ୱାସ ରହିଅଛି।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories