ବୌଦ୍ଧ ବ୍ଲକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିନରେ

Udaya_Labanya | September 14, 2023 | 41 views |0 | Breaking News , District

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଁଚିଛି l ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘ ଡାକରା କ୍ରମେ ଗତ କାଲି ଠାରୁ ବୌଦ୍ଧ ଜିଲ୍ଲାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଅଛନ୍ତି l ଜିଲ୍ଲା ଅଣ ଗେଜେଟେଡ଼ କର୍ମଚାରୀ ସଂଘର ଚେୟାରମ୍ୟାନ ରେଜେନ୍ଦ୍ର ମହାପାତ୍ର, ସଭାପତି ଜିତେନ୍ଦ୍ର ମିଶ୍ର ଏବଂ ସମ୍ପାଦକ ତାପସ କୁମାର ମିଶ୍ର ଉକ୍ତ ଧାରଣାରେ ଉପସ୍ଥିତ ରହି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇ ଏନଜିଓ ସିସି ସହଯୋଗ କରୁଥିବା ଘୋଷଣା କରିଥିଲେ l ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ସମ୍ବିତ ପଟ୍ଟନାୟକ, ଆର ବି ଓ ସିଦ୍ଧାନ୍ତ ଶେଖର ପତି ଓ ଫିଲଡ ଅଫିସର ସୁବ୍ରତ ସୁରେନ ଉପସ୍ଥିତ ରହି ଧାରଣାକୁ ସହଯୋଗ କରିବାକୁ ଘୋଷଣା କରିଥିଲେ l ଜିଲ୍ଲା ସଭାପତି ଦିଲୀପ କୁମାର ପ୍ରଧାନ, ରାଜ୍ୟ ସଂଘ ଉପ ସଭାପତି ଶମ୍ଭୁ ଗିରି, ଜିଲ୍ଲା ସମ୍ପାଦକ ମହେଶ ସେଠି, ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଉପସଭାପତି ଅଶୋକ ଘିବେଲା, ପ୍ରତାପ ପ୍ରଧାନ, ସମ୍ପାଦକ ଉତ୍ତମ ନାୟକ,ଏକ୍ସ କେଡର ସଂଘ ସଭାପତି ବିରେନ ଦାସିଆ, ସୁଶାନ୍ତ ଅମାତ ଙ୍କ ସହିତ ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ସ୍ୱାଧୀନ ପ୍ରଧାନ, କମ୍ଭୁ ପାଣି ମଲ୍ଲିକ,ରମାକାନ୍ତ ବେହେରା,ରଂଜିତା ମିଶ୍ର, ରେଣୁପ୍ରଭା ବେହେରା, ମିନା ପ୍ରଧାନ, ଶାନ୍ତିଲତା ମଲ୍ଲିକ, ସଭାଗିନୀ ଦାଶ, ଝୁନୁ ପରିଡା, ରିତାରାଣୀ ପାଣିଗ୍ରାହୀ, ବସନ୍ତ ବିଶ୍ୱାଳ, ରଶ୍ମିରଂଜନ ଦାଶ, ପ୍ରଶାନ୍ତ ଝଙ୍କାର, ରବୀନ୍ଦ୍ର ମେହେର, ନିରଞ୍ଜନ ମେହେର, ସନତ କୁମାର ବାରିକ, ପ୍ରଦୀପ କୁମାର ସାହୁ ଙ୍କ ସମେତ ଶତାଧିକ ଶିକ୍ଷକ ଧାରଣାରେ ବସିଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories