ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ

Udaya_Labanya | September 14, 2023 | 20 views |0 | Breaking News , District

ଭୁବନେଶ୍ୱର ( ଉଲ୍ଲାପ୍ର )ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ବଡ଼ମ୍ବା ନରସିଂହପୁରର ଲୋକପ୍ରିୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ନିଜର ଉଦବୋଧନରେ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଲିଖିତ ଅନେକ କବିତା ଓ ପ୍ରବନ୍ଧ ଆଦି କୁ ମନେ ପକାଇବା ସହ ସ୍ବାଧୀନତା ସଂଗ୍ରାମୀ ହିସାବରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ବ୍ଳକର ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସାହୁ, କଟକ ସାଂସଦଙ୍କ ପ୍ରତିନିଧି ସଦାନନ୍ଦ ସ୍ବାଇଁ, ସରପଞ୍ଚ ଶ୍ରୀ ଆଲୋକ ସାହୁ, କମଳଲୋଚନ ସଂଗ୍ରାମ ସିଂହ,ଯୁବ ସମାଜସେବୀ ସଞ୍ଜୟ ସ୍ବାଇଁ, ସରୋଜ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସାମ୍ବାଦିକ ତଥା ବଡ଼ମ୍ବା ପୂଜ୍ୟପୂଜା କମିଟିର ସମ୍ପାଦକ ଅମରେଶ ରଥ, ସାମ୍ବାଦିକ ଗିରିଜା ମିଶ୍ର, ଦ୍ବିଜରାଜ ବେହେରା,ପ୍ରଦିପ ମହାପାତ୍ର, କୃପା ନିଧି ବିଶ୍ବାଳ,ଆଇନଜୀବୀ ପ୍ରସନ୍ନ କୁମାର ମଲ୍ଲିକ, ସନ୍ତୋଷ କୁମାର ବେହେରା ଙ୍କ ସହିତ ପୂଜ୍ୟପୂଜା କମିଟିର ସମସ୍ତ ସଦସ୍ୟ ତଥା ବଡ଼ମ୍ବା ର ଅନେକ ସମାଜସେବୀ ଓ ସାହିତ୍ୟ ପ୍ରେମୀ ମାନେ ଯୋଗ ଦେଇ କବିଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ବଡ଼ମ୍ବାବାସୀଙ୍କ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସାହୁ ଓଡିଶା ସାହିତ୍ୟ ଏକାଡେମୀ ର ସମସ୍ତ ସଦସ୍ୟ ମାନଙ୍କ ସହିତ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଥିଲେ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories