ରୋଗ ଶଯ୍ୟା ରେ ପୁଅ, ଚିନ୍ତାରେ ପରିବାର

Udaya_Labanya | September 14, 2023 | 213 views |0 | Breaking News , District , Health , Social

ଫୁଲବାଣୀ ( ଉଲ୍ଲାପ୍ର )- ପାଠ ପଢି ଚାକିରି କରିବ, ଆଉ କିଛି ରୋଜଗାର କରି ଘର ର ଦାୟିତ୍ବ ନେବ ବୋଲି ଆଶା ରଖିଥିଲେ ବାପା ମାଆl କିନ୍ତୁ ପୁଅ ଏବେ ରୋଗ ରେ ପଡି ଶଯ୍ୟା ଶା ୟୀ l ଆଜିକୁ ଦେଢ ବର୍ଷ ହେଲା ପେଟ ରୋଗ ରେ ପୀଡିତ l ପୁଅର ଚିକିତ୍ସା ପାଇଁ ଏ ଡାକ୍ତରଖାନା ରୁ ସେ ଡାକ୍ତରଖାନା କୁ ନେଇ ବାପା ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି କିନ୍ତୁ କୌଣସି ସୁଫଳ ମିଳିନାହିଁ l ଯାହା ସଞ୍ଚିତ ଧନ ଥିଲା ତାହା ଔଷଧ ପତ୍ର ରେ ସରିଲା l
ଅର୍ଥ ଅଭାବରୁ ଏବେ ପୁଅକୁ ଚିକିତ୍ସା କରିବା ପାଇଁ ଅକ୍ଷମ ବାପା ସରକାରୀ ସହାୟତା ପାଇଁ ଗୁହାରି କରୁଛନ୍ତି lପୁଅ ପାଠ ପଢ଼ି ରୋଜଗାର କରିବ ଆଉ ପରିବାର ର ଦାୟିତ୍ବ ନେବ ବୋଲି ଆଶା ରଖିଥିଲେ ବାପା ରଞ୍ଜିତ ମୁଖୀ କିନ୍ତୁ ପୁଅ ନୃସିଂହ ମୁଖୀ ପେଟ ରୋଗ ହୋଇ ଶଯ୍ୟାରେ ପଡ଼ି ଥିବାରୁ ବାପା ଏବେ ଚିନ୍ତାରେ l କନ୍ଧମାଳ ଜିଲା ଫୁଲବାଣୀ ସଦର ମହକୁମା ମା ମଙ୍ଗଳା ସାହିର ବାପା ରଞ୍ଜିତ ମୁଖୀ ଙ୍କ ଦୁଇ ପୁଅ ଗୋଟଏ ଝିଅ l ବାପା ଦିନ ମଜୁରି ଭାବେ କାମ କରି ପ୍ରତିପୋଷଣ କରନ୍ତି l କିନ୍ତୁ ଘର ର ବଡ଼ ପୁଅ ନୃସିଂହ ଦେଡ଼ ବର୍ଷ ହେଲା ପେଟ ଅଜଣା ରୋଗରେ ପୀଡିତ ହୋଇ ଘରେ ପଡ଼ିଛନ୍ତି l ବାପା ରଞ୍ଜିତ ନିଜ ଖର୍ଚ୍ଚ ରେ ବ୍ରହ୍ମପୁର ଠାରୁ କଟକ ନେଇ ଚିକିତ୍ସା କରି ଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ l ବାପା ଦିନ ମଜୁରିଆ ହୋଇଥିବାରୁ ସଞ୍ଚିତ କରିଥିବା ଅର୍ଥ ସରି ଯାଇଚି କିନ୍ତୁ ପୁଅକୁ ଚିକିତ୍ସା ପାଇଁ ଅର୍ଥ ଅଭାବ ରହିଛି l
ବହୁ କଷ୍ଟରେ +2 ପାଠ ପଢୁଥିଲା କିନ୍ତୁ କିଛି ଦିନ ପରେ ଜଣା ପଡିଲା ଯେ ନୃସିଂହ ପେଟରେ ଅଜଣା ରୋଗ ହୋଇଛି | ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ମଧ୍ୟ ରୋଗ ଭଲ ହୋଇନାହିଁ | ଦିନ କୁ ଦିନ ପେଟର ଯନ୍ତ୍ରଣା ବଢି ଚାଲିଲା ଏହା ପରେ ବାହାରକୁ ଚିକିତ୍ସା ପାଇଁ ଗଲେ ନୃସିଂହ | ଡକ୍ଟରଙ୍କ ପରାମର୍ଶ ନେବା ପରେ ନୃସିଂହଙ୍କ ଖାଦ୍ୟ ନଳୀ ରେ କୌଣସି ଅସୁବିଧା ଥିବା ଯୋଗୁ ଏଭଳି ହୋଇଥିବା ଡାକ୍ତର୍ କହିଥିଲେ ଅତିଶୀଘ୍ର ଅସ୍ତ୍ରପଚାର କରିବାକୁ ପଡ଼ିବ ଅସ୍ତ୍ରପଚାର ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ ଥିବା ଯୋଗୁ ଏବେ ନିରୁପାୟ ହୋଇଛନ୍ତି ବାପା | ଦିନ ମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି | କିନ୍ତୁ ପୁଅର ଚିକିତ୍ସା ପାଇଁ ସଞ୍ଚିତ କରିଥିବା ଅର୍ଥ ଖର୍ଚ କରିଥିବା ଯୋଗୁ ହାତରେ ପଇସାଟିଏ ବି ନାହିଁ l ରଞ୍ଜିତ ମୁଖୀଙ୍କ ର ଏଭଳି ଦୁଃଖ ଦେଖି ସାହିରେ ରହୁଥିବା ପଡୋଶୀ କିଛି ଅର୍ଥ ସଂଗ୍ରହ କରି ନୃସିଂହଙ୍କ ଚିକିତ୍ସା ପାଇଁ ଦେଇଛନ୍ତି | କିନ୍ତୁ ଅସ୍ତ୍ରପଚାର ପାଇଁ ଅନେକ ଗୁଡିଏ ଟଙ୍କା ଆବଶ୍ୟକ ଏଣୁ, ସରକାର କିମ୍ବା ସହୃଦୟ ବ୍ୟକ୍ତି, ସ୍ଵେଚ୍ଛାସେବୀ ସଂଗଠନ ଗୁଡିକ ସହଯୋଗ ର ହାତ ବଢ଼ାଇଲେ ନୃସିଂହ ସୁସ୍ଥ ହୋଇପାରନ୍ତା ବୋଲି କହିଛନ୍ତି ବାପା

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories