ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ।ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ।ଯୋରନ୍ଦା ଗାଦି ହେଲା ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଲା ଢେଙ୍କାନାଳର ମହିମାଗାଦୀ

Udaya_Labanya | September 19, 2023 | 21 views |0 | Breaking News , District


କାମାକ୍ଷା ନଗର ( ଉଲ୍ଲାପ୍ର )ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ଧୂମଧାମରେ ପାଳିତ ହୋଇଛି ନୁଆଖାଇ ପର୍ବ।ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ମହିମା ସାଧୂ ଓ ଭକ୍ତ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବକୁ ପାଳନ କରିଛନ୍ତି।ମହିମା ଧର୍ମ ହେଉଛି ଓଡିଶାର ନିଜସ୍ୱ ଏବଂ କୃଷି ପ୍ରଧାନ ଧର୍ମ ।ସେଥିପାଇଁ ବର୍ଷର ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ନୁଆଖାଇ ଦିନ ପ୍ରାତଃ କାଳରେ ମହିମା ଗୋସାଇଁଙ୍କ ନିକଟରେ ପ୍ରଥମେ ଅର୍ପଣ କରାଯାଇଥାଏ।ପରେ ଏହି ଚୁଡାକୁ ନେଇ ନଡିଆ କଦଳୀ ଖିର ଦହି ଛେନା ଗୁଡ ଆଦି ପକାଇ ନବାନ୍ନ ପ୍ରସ୍ତୁତ କରାଯାଇଥାଏ।ଆଉ ଏହି ନବାନ୍ନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ମହିମା ସାଧୁ ଓ ଭକ୍ତ ସେବନ କରିଥାନ୍ତି।ମହିମା ସନ୍ନ୍ୟାସୀ ମାନଙ୍କ ସହ ଏକତ୍ର ବସି ଏହି ନୁଆ ଖାଇଲେ ପରିବାରରେ ସୁଖ ଶାନ୍ତି ବଜାୟ ରହେ ବୋଲି ବିଶ୍ୱାସ ମଧ୍ୟ ରହିଛି।ଖାସ ସେଇଥିପାଇଁ ଏହି ନୁଆଖାଇ ଦିନ ଯୋରନ୍ଦା ମହିମାଗାଦୀକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଛୁଟି ଆସିଥାନ୍ତି ।


Vo2- ୧୮୭୪ ମସିହାରେ ମହିମା ପ୍ରଭୁ ସାରା ରାଜ୍ୟରେ ଧର୍ମ ପ୍ରଚାର କରି ସାରିବା ପରେ ଯୋରନ୍ଦା ନିକଟରେ ବ୍ରହ୍ମ ଧ୍ୱନୀ ସ୍ଥାପନ କରିଥିଲେ।ପରେ ମହିମା ସ୍ୱାମୀ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ।ପରେ ତାଙ୍କର ଶିଷ୍ୟ ମାନେ ଏହି ନବାନ୍ନ ପର୍ବକୁ ୧୯୪୬ ମସିହାରେ ଆରମ୍ଭ କରିଥିଲେ।ତା ପରଠାରୁ ଏହା ଅଦ୍ୟାବଧି ଚାଲି ଆସିଛି। ଢେଙ୍କାନାଳର ବ୍ରାହ୍ମଣୀ ନଦୀ ପଠା ଓ ମହାନଦୀ ପଠାରୁ ସଂଗୃହିତ ହୋଇ ବର୍ଷର ପ୍ରଥମ ଧାନ ମହିମା ପୀଠକୁ ଆସିଥାଏ।ଆଠଗଡର ଭୋଇ ପରିବାର ଶହଶହ ବର୍ଷ ହେବ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି।୧୯୪୨ ମସିହା ପର ଠାରୁ ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ଏହି ନୁଆଖାଇ ଉତ୍ସବ ପାଳିତ ହୋଇ ଆସୁଛି।ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଏହି ପର୍ବ ପାଳନ କରାଯାଇଥାଏ।ଅନେକ ମାନସିକ ଧାରୀ ମଧ୍ୟ ଏହି ଦିନ ମୁଣ୍ଡନ କରାଇ ନବାନ୍ନ ଖାଇ ସାଧୂଙ୍କ ଆଶିର୍ବାଦ ନେଇଥାନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ଏଠାକୁ ଛୁଟି ଆସିଥିବା ଭକ୍ତ ମାନେ ନବାନ୍ନ ସେବନ କରି ନିଜକୁ ଧନ୍ୟ ମନେ କରିଛନ୍ତି।
ବାବା ନିତ୍ୟାନନ୍ଦ ଦାସ ବକଳଧାରୀ ମହିମା ସାଧୂ।
Fvo- ଜଗତ ଭକତର ମଙ୍ଗଳ ଓ ବିଶ୍ୱ କଲ୍ୟାଣ ପାଇଁ ଉର୍ଦ୍ଧିଷ୍ଟ ମହିମା ଧର୍ମର ମାଘ ମେଳା ଓ ନୁଆଖାଇ ପର୍ବ ସବୁବେଳେ ନିଆରା ଓ ସ୍ୱତନ୍ତ୍ର ରହିଥାଏ ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories