ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଟ୍ରକ୍ ସହ ଦୁଇ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇଜବତ
![](https://www.udayalabanya.com/wp-content/uploads/2023/09/IMG-20230921-WA0075.jpg)
![](https://www.udayalabanya.com/wp-content/uploads/2023/09/IMG-20230921-WA0075.jpg)
ଫୁଲବାଣୀ(ସୁନୀଲ ପଟନାୟକ )
:କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନିସ୍ ପେକ୍ଟର ଶ୍ରୀଧର ହେମ୍ରମ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝି ପଡା ରାସ୍ତା ରେ ଅବକାରୀ ବିଭାଗ ଟିମ୍ ଏକ୍ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇ କୁଇଣ୍ଟାଲ କୋଡ଼ିଏ କେଜି ଓଜନ୍ ର୍ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା l
ଫଳରେ ଅବକାରୀ ବିଭାଗ ଟିମ୍ 33/23 ରେ ମାମଲା ରୁଜୁ କରି ବା ସହ ଟ୍ରକ୍ ଯବତ୍ କରିଛି, ତେବେ ଡ୍ରାଇଭର୍ ଟ୍ରକ୍ ଛାଡି ଫେରାର୍ ହୋଇଯାଇଥିବା ଅବକାରୀ ବିଭାଗ କହିଚି l
ଏହି ଚଢାଉ ରେ ଅବକାରୀ ବିଭାଗ ଏ ଏସ୍ ଆଇ, କନେଷ୍ଟବଲ ପ୍ରମୂଖ ଚଢାଉ ରେ ସାମିଲ ଥିଲେ l
ଅବକାରୀ ଅଧିକ୍ଷକ ସାମଲ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା ଯୋଗୁଁ କନ୍ଧମାଳ ଜିଲାରେ ଅନେକାଂଶ ରେ ଚୋରା ଗଂଜେଇ ଚାଲାଣରୋକାଯାଇପାରିଛିl
ଏହା ବ୍ୟତୀତ ଗଂଜେଇ ମାଫିଆ ମାନଙ୍କୁ ସା ବା ଡ଼ କରିବାରେ ଓ ଗଂଜେଇ ଚାଷ ନଷ୍ଟ କରିବାରେ ସେ ସଫଳ ହୋଇଛନ୍ତି l ଆଗକୁ ଗଂଜେଇ ଚୋରା ଚାଲାଣ କୁ ସମ୍ପୂର୍ଣ ରୋକାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l