#Breaking News #District

ଏବେବି ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି କନ୍ଧମାଳବାସୀ,ସଚେତନତାର ଅଭାବଯୋଗୁ ଖଟବିଦ୍ୟା ଏବେବି ଚାଲିଛି, ଗୁଣି ଗାରେଡି ପାଇଁ ଚାଲିଛି ଖଟବିଦ୍ୟା ର ବ୍ୟବହାର

l

ବାଲିଗୁଡା ( ଉଲ୍ଲାପ୍ର )ସଚେତନତା ଅଭାବରୁ କନ୍ଧମାଳ ଜିଲ୍ଲା ରେ କବଳିତ କରିଛି ଅନ୍ଧ ବିଶ୍ବାସ ଓ କୁ ସଂସ୍କାର ରେ କବଳିତ ରହିଛି l ଅନ୍ଧ ବିଶ୍ବାସ କୁ ସଂସ୍କାର ର ବଶବର୍ତ୍ତୀ ହେଉଛନ୍ତି ଲୋକେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯାଉନି l ଫଳରେ ଲୋକେ ଗୁଣି ଗାରେଡ଼ି ର ସାହାରା ନେଉଛନ୍ତି l ଏହା କୌଣସି ଉପାନ୍ତ ଇଲାକା ର ଚିତ୍ର ନୁହେଁ ବାଲିଗୁଡା ଉପଖଣ୍ଡ ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂରବର୍ତ୍ତୀ ବାରଖମା ଘଟିଛି ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ବାରଖମା ବଜାର ସାହି ଦିସାରା ନାୟକ ଝିଅ ସୋନପୁର ଗ୍ରାମରେ ବିବାହ କରିଥିଲେ।ହେଲେ ଦୀର୍ଘ ତିନିମାସ ହେବ ରୋଗ ଶଯ୍ୟାରେ ପଡ଼ିରହିଛନ୍ତି ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ବାରଖମା,ବାଲିଗୁଡା ପୁଣି ଜିଲ୍ଲା ଚିକିତ୍ସାଳୟ ନେଇ ଚିକିତ୍ସା କରିଥିଲେ l ଶରୀର ରେ ଥିବା ରୋଗ କୁ ଡାକ୍ତର ଚିହ୍ନି ପାରିନଥିବା କହିଛନ୍ତି ପରିବାର ଲୋକ lଶେଷରେ ବାଧ୍ୟ ହୋଇ ଜଣେ ଗୁଣିଆ ର ସାହାରା ନେଇଥିବା ଜଣାପଡିଛି। ସେହି ଗାଁ ର ଜଣେ ଲୋକ ଗୁଣି ଗାରେଡ଼ି କରି ଝିଅ କୁ ମାରି ଦେବାକୁ ଗୁଣି କରିଥିବା ସନ୍ଦେହ ହେବାରୁ ଉଭୟ ପରିବାର ଙ୍କ ମଧ୍ୟରେ ବଚସା ହୋଇ ଥାନା ରେ ମାମଲା ପହଞ୍ଚି ଥିଲା ଥାନାରେ ସମାଧାନ ନ ହେବାରୁ ଗୁଣି ଗାରେଡ଼ି ର ସହାୟତା ନିଆଯାଇଥିଲା l ଏନେଇ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ର ରୋବିଙ୍ଗିଆ ଅଞ୍ଚଳର ନାରାୟଣ କହଁର କୁ ଡକା ଯାଇଥିଲା l ଗୁଣିଆ ଜଣକ ଖଟ ଦଉଡ଼ି ସାହାଯ୍ୟ ରେ କିଏ ଗୁଣି ଗାରେଡ଼ି କରି ଝିଅ କୁ ମାରିବାକୁ ଚେଷ୍ଟା କରୁଛି ସେହି ବିଷୟ ଜାଣିବା ପାଇଁ ଖଟ ଦେବତା ବା ଖଟବିଦ୍ୟା ପାଇଁ ପୂଜାର୍ଚ୍ଚନା କରା ଯାଇ ଥିଲା l ଯେଉଁ ଲୋକ ଦୋଷ କରିଥିବ ସେହି ଲୋକଙ୍କ ଘରେ ପଶି ସେହି ବ୍ୟକ୍ତି ଙ୍କୁ ଧରୁଥିବା ନେଇ ଲୋକଙ୍କ ବିଶ୍ବାସ ରହୁ ଥିବା ରୁ ଦୀର୍ଘ ବର୍ଷ ହେବ ଲୋକଙ୍କ ଖଟ ଦେବତା ଉପରେ ବିଶ୍ବାସ ରଖୁଥିବା ନଜିର ରହିଛି l ପ୍ରଶାସନ ଲୋକଙ୍କୁ ସଚେତନ କରିବାରେ ଅସମର୍ଥ ହେଉ ଥିବା ପ୍ରମାଣିତ ହେଉଛି l


ଥରେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ଖଟ ଦେବତାଟି ପୂଜା ପାଇବା ପରେ ନିଜର ଅଲୌକିକ ଶକ୍ତି ପ୍ରଦର୍ଶନ କରି ଚାରିଜଣ ଯୁବକକୁ ବେହାଲ କରିଦିଏ। ଏହା ବିଶ୍ୱାସ ନା ଅନ୍ଧ ବିଶ୍ୱାସ ?
ମଣିଷ ଯେତେବେଳେ ନିରାଶ ହତାଶ ହୋଇଥାଏ ସେତେବେଳେ ସେ ବାଧ୍ୟହୋଇ ଏହିଭଳି ଅନ୍ଧବିଶ୍ୱାସ ର ଆଶ୍ରୟ ନେଇଥାଏ । କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ପୋଲିସ, ପ୍ରଶାସନ ଓ ବାରଖମା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ରୋଗୀ ରଶ୍ମିତା ନାୟକ ଙ୍କୁ ଅଟୋ ଯୋଗେ ବାଲିଗୁଡା ଚିକିତ୍ସାଳୟ କୁ ପଠେଇ ଥିବାବେଳେ ଘଟଣାର ଅନୁଧ୍ୟାନ କରି ଖଟ ଦେବତା ଓ ଗୁଣିଆ ନାରାୟଣ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରୋଗୀ ପରିବାର ପକ୍ଷରୁ ଅଭିଯୋଗ ଯେ ଆମ ଝିଅ ର ଯଦି କିଛି ହୁଏ ତେବେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି ଲ

Leave a comment

Your email address will not be published. Required fields are marked *