#Breaking News #District

ଦାବି ପୂରଣ ନେଇ ପାଚିକା ସଂଘ ର୍ ରାଲି


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି ଓ ବିକ୍ଷୋଭ ହୋଇଥିଲା l
ସରକାର ପାଚିକା ମାନଙ୍କ ଦରମା ଦୁଇହଜାର ଟଙ୍କା ଦେବାଲାଗି ପ୍ରତିଶ୍ରୁତି ଦେଇ ଚଉଦ ଶହ ଟଙ୍କା ଦେଉଛନ୍ତି l ଏଣୁ 2018 ଏପ୍ରିଲ ଠାରୁ ଦୁଇହଜାର ଟଙ୍କା ପ୍ରଦାନ, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ରେ ନିୟୋଜିତ ନ୍ କରିବା, ବର୍ଷକୁ ଦୁଇ ହଳ ଶାଢ଼ି ପ୍ରଦାନ, ଚ୍ଛ ତେ ଇ ହୋଇଥିବା ପାଚିକା ଙ୍କ ପୁନଃ ନିଯୁକ୍ତି, ଷାଠିଏ ବର୍ଷ ପରେ ପେନସନ୍ ଯୋଜନା ଲାଗୁ, ବର୍ଷକୁ ଦଶ ମାସ ପରିବର୍ତେ ବାର ମାସ ଦରମା ପ୍ରଦାନ, ଚିକିତ୍ସା ଭତ୍ତା, ଆଦି ଦାବୀ କରି ଶତାଧିକ ପାଚିକା ଦଧିବାମନ ଛ କ୍ ରୁ ମୁଖ୍ୟ ବଜାର୍ ଦେଇ ରାଲି ରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

Leave a comment

Your email address will not be published. Required fields are marked *