Breaking News
ନୂଆଁଖାଇରେ ବି ଅନେକ ଜମି ପଡିଆ ପଡିଛି


- ପ୍ରେସ୍ ଇସ୍ତାହାର –
- ପ୍ରକୃତି ଦୟାରେ କଳାହାଣ୍ଡି ଚାଷୀ
- ବିହନ, ସାର ଅଭାବ ; ଶୀତଳ ଭଣ୍ଡାର ନାହିଁ
- କାଗଜ କଲମରେ ସୀମିତ ଚାଷୀ ଓ ଚାଷର ବିକାଶ
ଭବାନିପାଟଣା: ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା ରାଜ୍ୟର ଆଦିବାସୀ ବହୁଳ କଳାହାଣ୍ଡି ଜିଲାର ଚାଷୀମାନେ ପ୍ରକୃତି ଦୟାରେ ବଞ୍ଚିଛନ୍ତି । ଜିଲାର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଅଣଜଳସେଚିତ ଅବସ୍ଥାରେ ରହିଥିବାବେଳେ ଖରିଫ ଋତୁରେ ମୌସୁମୀ ବର୍ଷା ଉପରେ ଜିଲାର ଚାଷ ନିର୍ଭର କରୁଛି । ପରବର୍ତ୍ତୀ ରବି ଚାଷ ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ସହିତ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଶଙ୍କାଗ୍ରସ୍ତ କରିଛି ବୋଲି କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ ଆଜି ଭବାନୀପାଟଣାଠାରେ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ନୂଆଁଖାଇରେ ବି ଅନେକ ଚାଷୀ ନୂଆଁ ଧାନ ଅମଳ କରିନାହାନ୍ତି । ନୂଆଁ ଖାଇବେ କେଉଁଠୁ? କାରଣ ଏକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ବିଳମ୍ବିତ ଓ ଅନିୟମିତ ହେବା କାରଣରୁ ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର କମ୍ ଜମିରେ ଧାନ ଚାଷ କରାଯାଇଛି । ସେହି ଦୃଷ୍ଟିରୁ ବିଚାର କଲେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଚଳିତ ଖରିଫ ଋତୁରେ ଧାନ ଚାଷ ଅଞ୍ଚଳ

ହ୍ରାସପାଇଛି । ଏହାଦ୍ୱାରା ଚାଉଳ ଉତ୍ପାଦନ କମିବ ଏବଂ ଏହାଦ୍ୱାରା ପ୍ରଭାବିତ ହେବେ ଚାଷୀ ଓ ଦରିଦ୍ର ପରିବାର । ଜିଲ୍ଲାରେ ସବୁଜମିକୁ ଜଳସେଚନ ସୁବିଧା ଥିଲେ ଏହି ସମସ୍ୟା ସୃଷ୍ଟି ହୋଇନଥାନ୍ତା ।
ସୁନୀତି କହିଛନ୍ତି ଯେ କଳାହାଣ୍ଡି ଜିଲାର ପ୍ରାୟ ୮୦ ଭାଗ ଜନସାଧାରଣ ଜୀବିକା ଉପାର୍ଜନ ନିମନ୍ତେ ଚାଷ ଉପରେ ନିର୍ଭର କରନ୍ତି । ଜିଲାର ଅର୍ଥନୀତି କୃଷିଭିତ୍ତିକ । ଏଠାକାର କୃଷି ଜଳବାୟୁ ଓ ମୃତ୍ତିକା ଉଭୟ ଧାନ ଭଳି ଫସଲ ଏବଂ ଉଦ୍ୟାନ କୃଷି ନିମନ୍ତେ ଉପଯୋଗୀ । ଜିଲାର ପ୍ରାୟ ୩,୬୨,୦୦୦ ହେକ୍ଟର ଅଞ୍ଚଳରେ ଚାଷ କାର୍ଯ୍ୟ କରାଯାଉଛି । କିନ୍ତୁ ଚାଷୀଙ୍କୁ ଉଚିତ ସମୟରେ ଚାହିଦା ମୁତାବକ ବିହନ, ସାର, କୀଟନାଶକ ଯୋଗାଣ ସହିତ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଚାଷୀ ହାଡଭଙ୍ଗା ପରିଶ୍ରମ କରି ମଧ୍ୟ ଆଶାନୁରୂପ ଉତ୍ପାଦନ ପାଇପାରୁନାହାନ୍ତି । ଯେତିକି ବି ପାଉଛନ୍ତି, ତାହାର ଉପଯୁକ୍ତ ବିକ୍ରିବଟା ବ୍ୟବସ୍ଥା ଏବଂ ସାଇତି ରଖିବାକୁ ଶୀତଳଭଣ୍ଡାର ଆଦି ସୁବିଧା ନଥିବାରୁ ଅନେକ ସମୟରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏଠାକାର ମୁଖ୍ୟ ଫସଲ ଧାନ ହୋଇଥିବାବେଳେ ଧାନ ଉତ୍ପାଦନ ପରେ ଚାଷୀ ତାହା ମଣ୍ଡିରେ ବିକ୍ରି କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ବେପାରୀଙ୍କୁ ଧାର୍ଯ୍ୟ ମୂଲ୍ୟରୁ କମ୍ ଦାମ୍ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତାହାଛଡା ଏଠାକାର ଅନେକ ଭାଗରେ ଥିବା କୃଷ୍ଣକାର୍ପାସ ମୃତ୍ତିକା କପା ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି । କିନ୍ତୁ ଅନେକ କପା ଚାଷୀ କପା ତୁଳା ଅମଳ କରିବା ପରେ ମଣ୍ଡିରେ ବିକି ଉଚିତ୍ ମୂଲ୍ୟ ପାଉନଥିବା ଅଭିଯୋଗ ହେଉଛି । ଏସବୁ ବ୍ୟତୀତ ଜିଲାରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଉପଲବ୍ଧ କରାଯାଇନାହିଁ । ଯେଉଁ କାରଣରୁ ସଂଖ୍ୟାଧିକ ଚାଷୀଙ୍କୁ ମୌସୁମୀ ବର୍ଷା ଉପରେ ନିର୍ଭର କରିବାକୁ ପଡୁଛି । ଚଳିତ ବର୍ଷର ପାଗ ପରିସ୍ଥିତି ସେମାନଙ୍କୁ ଚିନ୍ତାରେ ପକାଇଛି । ଚାଷ କାର୍ଯ୍ୟ କରିବାକୁ ସେମାନେ ବିଭିନ୍ନ ସୂତ୍ରରୁ ଆଣିଥିବା ଋଣ ପରିଶୋଧ କରିପାରିବେ କି ନାହିଁ, ତାହାକୁ ନେଇ ସନ୍ଦେହରେ ରହିଛନ୍ତି । ତାହାଛଡା ଏବେ ଦରଦାମ୍ ଯେଉଁଭଳି ଭାବରେ ବୃଦ୍ଧିପାଇଛି ସେଥିରେ ସାଧାରଣ ପରିବାରଟିଏ ମଧ୍ୟ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି । ସେ କ୍ଷେତ୍ରରେ ଦରିଦ୍ର ପରିବାରର ଦୁର୍ବିସହ ସ୍ଥିତି କହିଲେ ନସରେ । ଜୀବନ ଧାରଣ ପାଇଁ ମୂଳ ଆବଶ୍ୟକତା ଚାଉଳ ଦର କିଲୋ ପିଛା ପାଖାପାଖି ୧୦ ଟଙ୍କାରୁ ଅଧିକ ବୃଦ୍ଧିପାଇଛି । ଏହା ପରିବାରଗୁଡିକ ଉପରେ ଢେର୍ ଆର୍ଥିକ ବୋଝ ପକାଉଛି ।

ଡଃ ମୁଣ୍ଡ୍ କହିଛନ୍ତି, ଜିଲାରେ ଅନେକ ପନିପରିବା ଓ ଫଳଚାଷ ହେଉଥିଲେ ମଧ୍ୟ ତାହାକୁ ସାଇତି ରଖିବା ଅଥବା ମୂଲ୍ୟଯୁକ୍ତ କରିବା ସୁବିଧା ନାହିଁ । ଏହି ଚାଷୀମାନଙ୍କର ମତ ଯେ ଜିଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରାଗଲେ ମକା, କନ୍ଦମୂଳ, ଆମ୍ବ, ପିଜୁଳି, ବେଲ, ଲେମ୍ବୁ, ଲଙ୍କା, ପଣସ ଆଦି ଉଦ୍ୟାନ କୃଷି ଜାତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ମୂଲ୍ୟଯୁକ୍ତ କରାଯାଇପାରନ୍ତା । ଏହା ସେମାନଙ୍କର ସାମଗ୍ରିକ ଆୟରେ ବୃଦ୍ଧି ଘଟାଇବାରେ ସମର୍ଥ ହୁଅନ୍ତା । କିନ୍ତୁ ସରକାରୀ ସ୍ତରରେ ଏ କ୍ଷେତ୍ରରେ ନିଷ୍କ୍ରିୟତା ସେମାନଙ୍କୁ ନିରାଶ କରିଛି । ଏତଦ୍ ବ୍ୟତୀତ ଜିଲା ଅଧିବାସୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ସେମାନଙ୍କୁ ଗୋ-ସମ୍ପଦ ପାଳନ, ମହୁମାଛି ଓ କୁକୁଡା ପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ତାଲିମ ପ୍ରଦାନ ସହିତ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି । ଯେଉଁ କ୍ଷେତ୍ରରେ ସରକାରୀ ସ୍ତରରେ ଶିଥିଳତା ପରିଲକ୍ଷିତ ହେଉଛି । ଚାଷୀ ପରିବାରକୁ ବିଭିନ୍ନ ଯୋଜନାରେ କେବଳ ବର୍ଷକୁ କିଛି ପରିମାଣରେ ଅର୍ଥ ପ୍ରଦାନ କଲେ ସେମାନଙ୍କ ସମସ୍ୟା ସମାଧାନ ବା ସେମାନଙ୍କର ବିକାଶ ହେବନାହିଁ ବୋଲି ଅନେକ ଚାଷୀ ମତ ଦେଉଛନ୍ତି । ଚାଷ କ୍ଷେତ୍ରରେ ସମସ୍ୟା ସହିତ ଜିଲାରେ ଥିବା ହାତଗଣତି ଶିଳ୍ପରେ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାଧ୍ୟହୋଇ ରାଜ୍ୟ ଓ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଭିଡ ସମୟରେ ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥିଲା । ଏ ସମସ୍ତ ବିଷୟକୁ ଅଗ୍ରାଧିକାର ଭାବରେ ବିଚାର କରି ରାଜ୍ୟ ସରକାର କଳାହାଣ୍ଡି ଚାଷୀମାନଙ୍କ ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ ଦାବି କରିଛନ୍ତି ।
ଞ୍ଚଞ୍ଚଞ୍ଚ
Breaking News
ଉଦ୍ୟାନ ବିଭାଗ ଆଠଗଡ ତରଫରୁ ରିହାତି ରେ ଚାଷୀ ମାନକୁ ଆଳୁ ବିହନ ବଣ୍ଟନ


ଆଠଗଡ ( ଉଲ୍ଲାପ୍ର )
ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ଆଠଗଡରେ ଚାଷୀ ଭାଇ ମାନଙ୍କର ଆର୍ଥିକ ମାନନ୍ଦଣ୍ଡର ଉନ୍ନତି ପାଇଁ ଆଳୁ ଚାଷରେ ଆଠଗଡ ସ୍ୱାବଲମ୍ବୀ ହେବାପାଇଁ ମାନ୍ୟବର କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ନିର୍ଦ୍ଦେଶରେ ଆଜି ଆଠଗଡ ମହିଳା ମହାବିଦ୍ୟାଳୟସମ୍ମୁଖ ପଡିଆ ଠାରେ ଉଦ୍ୟାନ ବିଭାଗ ଆଠଗଡ ତରଫରୁ ଶତକଡା 75 ପ୍ରତିଶତ ରିହାତି ଦରରେ ଆଜି ପ୍ରଥମ ପଯ୍ୟାୟରେ ତିନିଶହ କ୍ଯୁଣ୍ଟାଲ ଆଳୁ ବିହନ ଧୂରୁଷିଆ, କଟିକିଆସାହି ମେଘା, ବେଣ୍ଟାପଦା,କଣ୍ଡରେଇ, ଇଚ୍ଛାପୁର ପ୍ରଭୁତି ପଂଚାୟତ ର 180ଜଣ ଚାଷୀଙ୍କୁ ବଣ୍ଟନ କରାଗଲା ଏହି ବଣ୍ଟନ କାଯ୍ୟକ୍ରମ ରେ ଆଠଗଡ କୃଷି ସୂଚନା ପରାମର୍ଶ କେନ୍ଦ୍ର ର ଅଧକ୍ଷ ରବୀନ୍ଦ୍ର ନାଥ ରାଉତ ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା ଆଠଗଡ ସହକାରୀ ଉଦ୍ୟାନ ନିର୍ଦେଶକ ଵିଷ୍ଣୁ ପ୍ରସାଦ ସିଂ, ସହକାରୀ ଉଦ୍ୟାନ ଅଧିକରି ଧନଜୟ ରାଉତ ଙ୍କ ଉପସ୍ଥିତି ରେ ବଣ୍ଟନ କରାଗଲା ଅବଶିଷ୍ଟ ବିହନ ଆଉ ତିନି ଚାରି ଦିନ ମଧ୍ୟରେବିଭାଗ ତରଫରୁ ଯୋଗାଇ ଦିଆଯିବ ସହିତ ଆଳୁ ଗଛ ହେବାପରେ ଅଧ ଏକର କୁ 4400 ଟଙ୍କା ର ଆର୍ଥିକ ପ୍ରୋତ୍ସାହନ ରାଶି ଚାଷୀ ମାନଙ୍କୁ ପ୍ରଦାନ କରାଯିବ

Breaking News
ଢେ଼ଙ୍କାନାଳ ବନ ଖଣ୍ଡ ମହା ବିରୋଡ ରେଞ୍ଜ ମାଇ ହାତୀ ର ମୃତ୍ୟୁ । ବନ ବିଭାଗର ଅପାରଗତା ଯୋଗୁ ମାଇ ହାତୀର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ


।
କାମାକ୍ଷାନାଗାର ( ଉଲ୍ଲାପ୍ର )
ଢେଙ୍କାନାଳ-ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଇରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି,ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବାବେଳେ ଅସୁସ୍ଥତା କାରଣରୁ ମୃତ୍ୟୁ ସନ୍ଦେହ କରାଯାଉଛି,। ମାଈ ହାତୀଟିର ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ । ତାଳଚେର ରେଞ୍ଜ ଅଞ୍ଚଳରୁ ହାତୀଟି ମହାବିରୋଡ଼ ରେଞ୍ଜକୁ ଚାଲି ଆସିଥିବା ସୂଚନା ।

ଟାଟା ଷ୍ଟିଲ ତରଫରୁ ବିଶ୍ୱନାଥ ବିଦ୍ୟପୀଠ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଠଗଡ଼( ଉଲ୍ଲାପ୍ର )ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱର ସହଭାଗିତାରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୭ତମ ସଂସ୍କରଣ ଜୁଲାଇ ୨୮, ୨୦୨୩ରେ ଶୁଭାରମ୍ଭ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ, ମହାଜାଗତିକ ପଦାର୍ଥ ବିଜ୍ଞାନ କ୍ଷେତ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାପାଇଁ ଏକ ମଂଚ ପ୍ରଦାନ କରିଛି । ଓଡ଼ିଆ ଜ୍ୟୋର୍ତିବିଜ୍ଞାନୀ କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଉତ୍ସଗ୍ରୀକୃତ ।
ଏହି କ୍ରମରେ ଆଠଗଡ଼ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ତଥା ମହାଜାଗତିକ ପଦାର୍ଥ ବିଜ୍ଞାନ ଉପରେ କୁଇଜ୍ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ବିଜୟୀ ପ୍ରତିଭା ମାନଙ୍କୁ ଟାଟା ଷ୍ଟିଲ ପକ୍ଷରୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।
ଚଳିତ ବର୍ଷ ଦୁଇଟି ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତ ହେଉଛି । ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ କିମ୍ବା ୟାଟ୍ସର ୱେବସାଇଟ୍ (https://bit.ly/YATS2023) ଜରିଆରେ ଅନଲାଇନ୍ରେ ପରୀକ୍ଷାରେ ଭାଗ ନେଇପାରିବେ । ଅନଲାଇନ ମାଧ୍ୟମରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ୱେବସାଇଟ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଯେଉଁମାନେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବେ ସେମାନଙ୍କୁ ଡିସେମ୍ବର ୧୩, ୨୦୨୩ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ପୁରସ୍କାର ବିତରଣୀ ଉତ୍ସବକୁ ନିମନ୍ତ୍ରଣ କରାଯିବ । ସେହିଦିନଟି ହେଉଛି ପଠାଣି ସାମନ୍ତ ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜନ୍ମଜୟନ୍ତୀ ।
ଚଳିତ ବର୍ଷ ୟାଟ୍ସର ବିଷୟବସ୍ତୁ ରହିଛି “ଚନ୍ଦ୍ରର ଆଧାର-ମହାକାଶ ପାଇଁ ଭବିଷ୍ୟତର ଲଂଚ୍ପ୍ୟାଡ୍’ । ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଏବଂ ଅନଲାଇନରେ ଏମ୍ସିକ୍ୟୁ (ଏକାଧିକ ବିକଳ୍ପ ପ୍ରଶ୍ନ) ମୂଲ୍ୟାୟନ ପରୀକ୍ଷା ମଧ୍ୟ ଆୟୋଜିତ ହେବ ।
ଓଡ଼ିଶାର ପ୍ରତି ଜିଲ୍ଲାରୁ ଅଂଶଗ୍ରହଣକାରୀ ଚୟନ କରି ୨୦୨୩ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ପାଇଁ ଆମନ୍ତ୍ରଣ କରାଯିବ । ସେହିଦିନ ଆଉ ଏକ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀମାନଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ।

ଗତ ୧୬ ବର୍ଷ ଧରି ମହାକାଶ ବିଜ୍ଞାନର ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ୱେଷଣ କରିବା ଲାଗି ଯୁବବର୍ଗଙ୍କୁ ୟାଟ୍ସ ଅନୁପ୍ରାଣିତ କରୁଛି । ୟାଟ୍ସର ୧୬ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ୨୦୨୩ ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନାର ସୁଯୋଗ ପାଇଥିଲେ ।
ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଆୟୋଜିତ ଆଜିର ଏହି ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସାସମଲ, ବିଜ୍ଞାନ ଶିକ୍ଷକ ସରିତା ମିଶ୍ର ଓ କାଶୀନାଥ ସାହୁ, କଳା ଶିକ୍ଷକ ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଶ୍ରଦ୍ଧାଞ୍ଜଳି ଲେଙ୍କା ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ପକ୍ଷରୁ କାର୍ଯ୍ୟକ୍ରମକୁ କଳ୍ପନା ପ୍ରଧାନ ଓ ଯାଜ୍ଞସେନି ଦାସ ପରିଚାଳନା କରିଥିଲେ।

-
Uncategorized1 week ago
ଆଜିର ରାଶିଫଳ
-
Uncategorized2 weeks ago
ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
-
Breaking News6 months ago
କଟକରେ ବିଦୁତ ବିଭ୍ରାଟ ଘଟଣାରେ ବିଜେପିର ଅଭିନଵ ବିକ୍ଷୋଭ
-
Breaking News2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ
-
Business3 years ago
ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ
-
Breaking News2 years ago
ବିଭୁତି ମିଶ୍ର କଂଗ୍ରେସ ରେ ମିଶିଲେ, ସମବାୟ ଦୁର୍ନୀତି ହେବ ମୂଳ ପ୍ରସଙ୍ଗ ବୋଲି କହିଲେ
-
Uncategorized2 weeks ago
-
Blog3 years ago
ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି ନେଇ ଗଣଧାରଣା ଆରମ୍ଭ