କଳିଙ୍ଗା ଘାଟିରେ ଦୁର୍ଘଟଣା; ଦୁଇ ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ଏକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଏକ ମାଲ ବୋଝେଇ ପିକପ ଗାଡି ନଂ ଓଡି- ୦୩-ଏଫ୍- ୭୫୧୨ କଳିଙ୍ଗା ଘାଟିରୁ ଗଡୁଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ […]

ବଲସକୁମ୍ପା ହାଇସ୍କୁଲରେ ସ୍ୱେଚ୍ଛାସେବୀ ଅନ୍ୱେଷଣ କାର୍ଯ୍ୟକ୍ରମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ବଲସକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବଲସକୁମ୍ପା ହାଇସ୍କୁଲରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱେଚ୍ଛାସେବୀ ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବେହେରା, ବନ୍ଦନା ପଟ୍ଟନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦଳବେହେରା ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ, […]

ବରିଷ୍ଠ ନାଗରିକ ଓ ବିକଳାଙ୍ଗଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କୋଠରୀ ଖୋଲିଲା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ପରିସରରେ ଓପିଡି- ୨ ରୁମ ନମ୍ବର ୫ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ ଓ ବିକଳାଙ୍ଗ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଖୋଲା ଯାଇଛି। ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକଙ୍କ ଚିକିତ୍ସା ନିମନ୍ତେ ଦାୟିତ୍ୱ ଦିଆଯାଇଛି। ସେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା କରିବେ। କନ୍ଧମାଳ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ମଞ୍ଚ ଓ ମିଳିତ ନାଗରିକ ମଞ୍ଚ […]

ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଗଞେଇ ଜବତ: ଚାଲାଣକାରୀ ମାନେ ଫେରାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞେଇ ଜବତ କରିବାରେ ସଫଳ ହୋଇଛି। ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରି ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫିରିଙ୍ଗିଆ ବ୍ଲକର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥିବା ସୁମେରବନ୍ଧ ପଂଚାୟତ ରିବିଲଦା ଗ୍ରାମ ପାଖ ଜଙ୍ଗଲରେ ଗଞେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୁତ୍ରରୁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର […]

ବାଲିଗୁଡାରେ ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମାରବାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି| ଘଟଣାରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟା ରେ ସାରଙ୍ଗଗଡ଼ ରୁ ଜଣେ ବାଇକ ଚାଳକ ବାଲିଗୁଡା ଅଭିମୁଖେ ଆସୁଥିବା ସମୟରେ ମାରବାଲି ନିକଟ ସବେଲୀ ଜଙ୍ଗଲ ଏକ ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଛି | ମୃତ ବାଇକ ଚାଳକ ବାଲିଗୁଡା […]

ଗୋଷ୍ଠୀ ଶୌଚାଳୟ ରେ ତାଲା

ଫୁଲବାଣୀ(ସୁନୀଲ ପଟନାୟକ )ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ସତ କିନ୍ତୁ କାମରେ ଆସୁନି lନିର୍ମାଣ ପରଠୁ କୁଆଡେ ତାଲା ଝୁଲୁଛି lକନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ବା ଗୋଷ୍ଠୀ ଶୌଚାଳୟ ଏଭଳି ଅବସ୍ଥାରେ ରହିଛି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ତାଲା ପଡ଼ିଛି,l କୁହାଯାଉଛି ଶୌଚାଳୟ କୁ ପାଣି […]

ଫୁଲବାଣୀ ଚା ବିକାଳୀ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ,ଖୁସିର ଲହରୀ

ଫୁଲବାଣୀ(ସୁନୀଲ ପଟନାୟକ )ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣିଦେଇଥାଏ l ସେହିପରି ଫୁଲବାଣୀସହର ର ଗୋଟଏ ଚା ଦୋକାନୀ ର ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଛନ୍ତି lଫୁଲବାଣୀର କଣ୍ଟ୍ରାକ୍ଟର ପଡ଼l ର ବାସୀନ୍ଦା ଶିବ ଶଙ୍କର ବେହେରା ଙ୍କ ବଡ଼ ପୁଅ ସୂରଜ ମୋଟ ୬୩୫ ନମ୍ବରରଖି ୮୬୫ନମ୍ବରରେଙ୍କ ରଖିଛନ୍ତି l ସୁରଜ ଙ୍କବାପା ମେଡିକାଲ ଛକରେ […]

ବାଇକ ରୁ ଖସି ଆଇ ସି ଡି ଏସ ସୁପ୍ରଭାଇଜର ଗୁରୁତର

ଫୁଲବାଣୀ(ସୁନୀଲ ପଟନାୟକ )ଅସାବଧାନତା ବଶତଃ ଚଳନ୍ତା ବାଇକ ରୁ ଖସିପଡି ଆଇ ସି ଡ଼ିଏସ ସୁପର ଭାଇଜର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ହୋଇଥିବା ସୁପରଭାଇଜର ଜଣଙ୍କ ଖଜୁରୀପଡା ବ୍ଲକ ରା ଶୁଭଲକ୍ଷ୍ମୀ ପାଣିଗ୍ରାହୀ lଶୁଭଲକ୍ଷ୍ମୀ ଙ୍କ ମୁଣ୍ଡଓ ଶରୀର ର କେତକ ସ୍ଥାନରେ ଆଘାତ ଲାଗିଛି lସେ ଶୁକ୍ରବାର ରାତିରେ ଡିଉଟି ସାରିବାଇକ ରେ ତାଙ୍କ ଗ୍ରାମ କୁ ଯାଉଥିବାବେଳେ ରତଙ୍ଗ ନିକଟ ଡଙ୍ଗରପଡା ଠାରେ ଅସାବଧାନତା ବଶତଃ ହମ୍ପସ ନିକଟରେ ବାଇକ […]

ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକଙ୍କ ସମ୍ମିଳନୀ

ଫୁଲବାଣୀ(ଉଲା ପ୍ର )ହାଇସ୍କୁଲ ମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷପ ନେଇଛନ୍ତି ହାଇସ୍କୁଲ ରେ ପଢ଼ୁଥିବା ନବମ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଅଭିଭାବକଙ୍କୁ ନେଇ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକଙ୍କ ସହ ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳରର ବୈଠକ ଅନୁଷ୍ଠିତ ହୋଇଥିଲା । ନବମ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ୮୦ ରୁ ଉର୍ଦ୍ଧ ଅଭିଭାବକ ଉପସ୍ଥିତ ରହିବା ସହିତ ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ […]

ଅନୁପମା ଘୋଷ ହେଲେ ଖଜୁରୀପଡା ବିଡ଼ିଓ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ର ନୂତନ ବିଡ଼ିଓ ଭାବେ ଅନୁପମା ଘୋଷ ଦାଇତ୍ୱ ଗ୍ରହଣ କରିଛନ୍ତି lଏଥି ପୂର୍ବରୁ ଥିବା ବିଡ଼ିଓ ରବୀନ୍ଦ୍ର ନାଥ କହଁର ଙ୍କୁ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ବିଡ଼ିଓ ଭାବେ ବଦଳି କରାଯାଇଛି lନୂତନ ବିଡ଼ିଓ ଅନୁପମା ଘୋଷ ଙ୍କୁ ବ୍ଲକ କର୍ମଚାରୀ ମନେ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ lନୂତନ ବିଡ଼ିଓ ଘୋଷ ବ୍ଲକ ଅଂଚଳର ଜନସାଧାରଣଙ୍କ ଉନ୍ନତି ପାଇଁସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି […]