ବୋଲେରୋ ପିକଅପ ସହ ୧୩୨ କେଜି ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ଅବକାରୀ ବିଭାଗ ର ୬ ଜଣିଆ ସ୍କ୍ୱାଡ଼ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଂଜେଇ ଜବତ କରିଛି lତେଵେ ଗଂଜେଇ ମାଫିଆ ମାନେଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ lସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁପୂର୍ବରୁ ସୁଚନା ପାଇ ଅବକାରୀ ବିଭାଗ ର ଏକ ୬ ଜଣିଆ ଟିମ ଗାଡ଼ିଆ ପଡା ଘାଟିରେ ଛକି ରହିଥିଲେ l ହେଲେ […]

ରାତିପାହିଲେ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ(ଉଳାପ୍ର)ରାତି ପାହିଲେ ଜନ୍ମାଷ୍ଟମୀ, ଓସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି ।ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ […]

କନ୍ଧମାଳ ଜିଲ୍ଲାସ୍ତରୀୟ ମଙ୍କିପକ୍ସ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ମଙ୍କିପକ୍ସ ସଂକ୍ରମଣ ପରିପ୍ରେକ୍ଷୀରେ ଜାତୀୟ ଏଡସ୍‍ ନିୟନ୍ତ୍ରଣ ସଂସ୍ଥାଙ୍କର ନିୟମ ପ୍ରକାରେ ଓଡ଼ିଶା ରାଜ୍ୟ ଏଡସ୍‍ ନିୟନ୍ତ୍ରଣ ସମିତି ଓ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମଙ୍କିପକ୍ସ ସଚେତନତା କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂକ୍ରମଣର ଲକ୍ଷଣ, ପ୍ରକାର ଓ ଏହା କିପରି ଅନ୍ୟ ସଂକ୍ରମଣ ଗୁଡିକ ଠାରୁ ଭିନ୍ନ ତାହା […]

ଢେଙ୍କାନାଳ ପୌର ପାଳିକା ପକ୍ଷରୁ ୭୬ ତମ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ପୌରପାଳିକା ତରଫରୁ ୭୬ ତମ ସ୍ଵାଧୀନତା ଦିବସ ମୁଖ୍ୟ କାର୍ଯ୍ୟଳୟ ଠାରେ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ପୌରଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପତକା ଉଦ୍ଭୋଳନ କରିଥିଲେ । ଏଥିରେ ଉପସ୍ଥିତ ଥିଲେ ପୌର ନିର୍ବାହୀ ଅରକାରୀ ଅତୁନ କୁମାର ସାମନ୍ତ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ମୁଖ୍ୟକିରାଣୀ ସରୋଜ ରାଉତ, ସାନିଟାଇଜ ଇନିସ୍ପେକ୍ଟର ସନ୍ତୋଷ କୁମାର ରାଉତ, ଟ୍ୟାକ୍ସ ଦାରୋଗା ବସନ୍ତ ପଟ୍ଟନାୟକ ଓ ସମସ୍ତ ପୌର ପାଳିକାର କର୍ମଚାରି […]

ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ ” |ଏହି ଅବସରରେ ପ୍ରତ୍ୟୁଷ ରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ ଉପଖଣ୍ଡ ର ସମସ୍ତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ […]

ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ ନିକଟରେ ଏକ କାର ନଂ.ଓଡି-୦୭-ପି-୬୦୮୦ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୁଲିସ ଗାଡ଼ିକୁ ଅଟକାଇ ଥିବାବେଳେ ଗଞ୍ଜେଇ ଚାଲାଣ କାରି ତିନି ଜଣ ଗାଡ଼ିକୁ […]

ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍‌ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ,ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ ଆଇଟିଡିଏ ବାଲିଗୁଡା ମଧୁସୁଦନ ବେହେରା,ପିଡି ଡିଆରଡିଏ ବିଶ୍ୱରଂଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ୬୧ ଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ଭାବେ ଦୁଇଟି […]

ପୋଲିସ ଓ ପ୍ରଶାସନ ର ନିର୍ଭର ପ୍ରତିଶୃତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ଫୁଲବାଣୀ (ସୁନୀଲ ପଟନାୟକ )ପରିବାରିକ ସମ୍ପତି ରୁ ବଂଚିତ ହୋଇଆଉ ନିଜ ହକ ପାଇବା ପାଈଁ ବର୍ଷ ବର୍ଷ ଧରି ପ୍ରଶାସନ ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଫଳରେ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଈଁ ସ୍ୱାଧୀନତା ଦିବସ ରୁ ଆମରଣ ଅନଶନ ରେ ବସିଥିବା ପ୍ରଦୀପ ପଟନାୟକ ନାମକ ଜଣେ ପୂର୍ବତନ ସେନlକର୍ମଚାରୀ ପୋଲିସ ଓ ପ୍ରଶାସନ ର ନିର୍ଭର ପ୍ରତିଶୃତି ପାଇବାପରେ ବିଳମ୍ବିତ ରାତିରେ ଅନଶନ ପ୍ରତ୍ୟା ହୃତ […]

ଖଡଗ ନଦୀ କୂଳରୁ ମୃତ ଦେହ ମିଳିଲା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଧରୀଗାଁ ଲାଇନପାଲି ଠାରେ ଖଡଗ ନଦୀ କୁଳ ରେ ଏକ ମୃତ ଦେହ ମିଳିଛି l ମୃତ ଦେହ ଟି ଭାସି ଭାସି ଆସି ସେଠାରେ ଲାଗିଥିବା ଜଣାପଡିଛି lଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଉଦ୍ଧାର କରିଥୀ ଲା lମୃତ ଯୁବକ ର ନାଁ ଦୁରୁଙ୍ଗା ପ୍ରଧାନ l ୩ ୫ ବର୍ଷ lକ. ନୂଆଗାଁ ଥାନା […]

ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ମଙ୍ଗଳବାର ବଂଧଗଡ଼ ନିକଟ ସ୍ଥାନରେ ଚଢ଼ାଉ କରି ଏକ ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ କରିବା ସହ ୨ଗଂଜେଇ ମାଫିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବୋଲେରୋ ନମ୍ବର ଓ ଡି 02ଵି କ୍ୟୁ 4690ବୋଲି ପୋଲିସ କହିଛି lକୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱ ରେ […]