ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ନୂତନ ସ୍ମାର୍ଟ ବିଦ୍ୟାଳୟ । ଏଠାରେ ପାଠ ପଢିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି […]