ଢେଙ୍କାନାଳରେ ବୈଶାଖୀ ମହୋତ୍ସବ ଉଦ୍ଘାଟିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ମଂଚ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲା ସାଂସ୍କୃତିକ ଅନୁଷ୍ଠାନ ଗୁଡ୍ନାଇଟ୍ କ୍ଲବ୍ ପକ୍ଷରୁ ପ୍ରଥମ ବୈଶାଖୀ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି । ତିନିଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାକୁ ବିଶିଷ୍ଟ ଉଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠାନର ସଭାପତି ସୁକାନ୍ତ ମିଶ୍ର, ସଂପାଦକ ବିଶ୍ୱନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଲୁକ୍କାୟିତ କଳା ଓ […]

ଓଡିଶା ଡାକପରିମଣ୍ଡଳ ଦ୍ୱାରା ଆୟୋଜିତ ଆୱାର୍ଡ ସେରିମୋନୀ ରେ କଟକ ଦକ୍ଷିଣ ଡାକମଣ୍ଡଳ ତଥା ଜଗତସିଂହପୁର ଜିଲ୍ଲାର ଡାକ କର୍ମଚାରୀମାନଙ୍କ ଦ୍ୱାରା ରେକର୍ଡ ୧୬ ସଂଖ୍ୟକ ଆୱାର୍ଡ ଅଳଙ୍କୃତ

ଭୁବନେଶ୍ୱର(ଉଲାପ୍ର)ଓଡିଶା ଡାକ ପରିମଣ୍ଡଳ ତରଫରୁ ଗତ ୧୮.୦୫.୨୦୨୨ ତାରିଖରେ ଏକ ଆୱାର୍ଡ ସେରିମୋନୀ Mayfair Hotel & Resort, Chakratirtha Road,Puri ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେରିମୋନୀ ରେ ୨୦୨୦-୨୦୨୧ ଏବଂ ୨୦୨୧-୨୦୨୨ ବିତ୍ତୀୟ ବର୍ଷ ମଧ୍ୟ୍ୟରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ଏବଂ ସଫଳତା ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନକାରୀମାନଙ୍କୁ ମୁଖ୍ୟ ଅତିଥି ଓଡିଶା ପରିମଣ୍ଡଳର ମହା-ଡାକପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଓଡିଶା ପରିମଣ୍ଡଳ ଅଧୀନରେ ଥିବା ୨୨ ଟି ଡାକମଣ୍ଡଳ ଓ […]

ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ

ଭୁବନେଶ୍ବର(ଉଲାପ୍ର): ସ୍ଥାନୀୟ ନୟାପଲ୍ଲୀସ୍ଥିତ ଉତ୍କଳ ଚାମ୍ବର୍ ଅଫ୍ କମର୍ସର ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବ୍ ଅଫ୍ ଫେଲୋସିପ୍ ଭୁବନେଶ୍ବର ପକ୍ଷରୁ ଚାର୍ଟର୍ ପ୍ରେଜେଣ୍ଟେସନ୍ ଓ ପ୍ରଥମ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ଆରମ୍ଭ ହୋଇଥିଲା ଓ ପରେ ରୋଟାରୀର ପ୍ରତିଷ୍ଠାତା ପଲ୍ ପି. ହାରିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ଶାନ୍ତନୁ କୁମାର ପାଣି ଚାର୍ଟର୍ […]

ମେ ୨୭ ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ଭୁବନେଶ୍ୱର(ଉଲାପ୍ର) ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା […]

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଖଣି , ଇସ୍ପାତ ଓ ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ , ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖୁ ଜିଲ୍ଲାରେ ଥିବା ସମସ୍ତ ବହୁମୁଖୀ ଆଶ୍ରୟ ସ୍ଥଳୀଗୁଡିକୁ ପ୍ରସ୍ତୁତ ରଖ୍ , ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ […]

ଓଡ଼ିଶା ରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଦସ୍ତଖତ ଅଭିଯାନ

ବରଗଡ଼(ଉଲାପ୍ର)୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ସାପ୍ତାହିକ ବଜାର ଠାରେ ଦସ୍ତଖତ ଅଭିଯାନ କରାଯାଇଛି । ବିଜୁଳି ଏକ ମୌଳିକ ଅଧିକାର ହୋଇଥିବାରୁ ବହୁ ଲୋକ ଏହି ଦସ୍ତଖତ ଅଭିଯାନ ରେ ସହଯୋଗ କରିଥିବା ଜିଲ୍ଲା ଆବାହକ ଭବାନୀ ସାହୁ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ବାରମ୍ବାର ଅଘୋଷିତ ପାୱାର କଟ୍ ଓ ବିଜୁଳି ଦର ବୃଦ୍ଧି ସହ ଏରିଅର […]

ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଆଉ ନାହାନ୍ତି

ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଙ୍କ ଆଜି ସଂଧ୍ୟା ସମୟରେ ସୋହେଲା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଶଯ୍ୟାଶାୟୀ ଥିଲେ।ସେ ଦୈନିକ ଖବରକାଗଜ ଜନମୁଖ, ସମ୍ବାଦ ର ପ୍ରତିନିଧି ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ର ଆମର ଆତ୍ମା ର ସଦଗତି ପାଇଁ ଆମେ […]

ନିସ୍ ଶିକ୍ଷାନୁଷ୍ଠାନରେ ଜାତୀୟ ସେମିନାର

ଭୁବନେଶ୍ୱର(ଉଲାପ୍ର) : ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଛି । ଏହାର ଶୀର୍ଷକ ରହିଛି ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ ପ୍ରଫେସର ଡକ୍ଟର ରାମକୃଷ୍ଣ […]

କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ ଓ୍ବେବ ସିରିଜ୍ “ସୁପାରୀ”

ଭୁବନେଶ୍ୱର(ଉଲାପ୍ର)ସ୍ତ୍ରୀଙ୍କୁ ଜନ୍ମଦିନରେ ସରପ୍ରାଇଜ୍ ଦେବା ପାଇଁ ସ୍ବତନ୍ତ୍ର ଉପହାର ସହ ଅଫିସରୁ ଶୀଘ୍ର ଘରକୁ ଫେରନ୍ତି ସିଦ୍ଧାର୍ଥ । ଆଉ ଯେତେବେଳେ ସିଦ୍ଧାର୍ଥ ଘରକୁ ଫେରି ଦେଖେ ଆଶ୍ଚର୍ଯ୍ୟ ହେଇଯାଏ ଓ ତା ପାଦତଳୁ ଯେମିତି ମାଟି ଖସିପଡ଼େ । ଏମିତି କ’ଣ ଦେଖିଲା ସିଦ୍ଧାର୍ଥ??ଯଦି ଜାଣିବାକୁ ଚାହୁଁଛନ୍ତି ତାହାହେଲେ ଦେଖନ୍ତୁ “ସୁପାରୀ” ।ସୁପରିଚିତ ତଥା ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ ‘ସୁପାରୀ’ ଏହାର ପ୍ରଯୋଜକ ପ୍ରକାଶ ପ୍ରହରାଜ ଥିବାବେଳେ ନିର୍ଦ୍ଦେଶନା […]

ଶିଶୁ ସୁରକ୍ଷା ଆଇନ କୁ ଫୂ କେନ୍ଦୁପତ୍ର ଫଡ଼ି ରେ ଗଣ୍ଡା ଗଣ୍ଡା ଶିଶୁ ନିୟୋଜିତ

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ଶିଶୁ ଶ୍ରମିକ କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରଣୟନ କରିଛନ୍ତି lଆଉ ରୋକ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ହେଲେ ଆଇନ କୁ ଫୂ କରି ଖୁଲମ ଖୁଲା ଭାବେ କେନ୍ଦୁପତ୍ର ଫଡ଼ି ହେଉ ରାସ୍ତା କାମ ଆଦିରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରୁ ଥିବା ଅଭିଯୋଗ ହେଉଛି lଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ର ଗୋଛାପଡା ରେଞ୍ଜ […]