ହାଇସ୍କୁଲ ଖେଳ ପଡ଼ିଆରେ ସୂଚନା ଫଳକ ନାହିଁ

କଙ୍କଡ଼ାହାଡ଼ ବ୍ଲକ କାଲବୁଧିଆ ହାଇସ୍କୁଲ ଖେଳ ପଡିଆରେ ସୂଚନା ଫଳକ ନ ଥିବାରୁ ସାଧାରଣ ରେ ପ୍ରଶ୍ନ ଉଠିଛି!ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି 5t ରେ କାମ କରାଯାଇଛି ହେଲେ ଏହି ବୋର୍ଡ ରେ ସୂଚନା ଫଳକ ନାହିଁ କାର୍ଯ୍ୟ ଆରମ୍ଭ ରୁ ସୂଚନା ଫଳକ ଲେଖା ହେବା ପାଇଁ ସରକାର ନିୟମ ଅଛି ହେଲେ ତିନି ମାସ ରୁ ଅଧିକ ହେବ ସୂଚନା ଫଳକ ନାହିଁ ଜେଇ ମଧ୍ୟ ନିଘୋଡ଼ ନିଦରେ ସୋଇପଡିଛି କି ସାଧାରଣ […]

ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି, ତରଫ ରୁ ରକ୍ତଦାନ ଶିବିର

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛି ପରିମାଣ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଜାରି । ଶହୀଦ ରଞ୍ଜନ ଦାଶ ଙ୍କ ଷଷ୍ଠ ଶହୀଦ ବାର୍ଷିକି ପାଳନ ଅବସର ରେ ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ,ଖଣ୍ଡହତା, ବରଗଡ଼ ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଖଣ୍ଡହତା,ବରଗଡ ଠାରେ ଆୟୋଜନ କରାଯାଇଥିଲା। ଏହି ଶିବିର କୁ […]

ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ ପୁସ୍ତକ ଜ୍ଞାନ ଓ ନୈତିକତାର ବାର୍ତ୍ତାବହ

*ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)ପୁସ୍ତକ ସମ ବନ୍ଧୁ ଦୁନିଆରେ ନାହିଁ। ପୁସ୍ତକ ମାର୍ଗ ଦର୍ଶନ କରେ। ବିପଦ ରେ ସହାୟତା ର ହାତ ବଢାଏ। ପୁସ୍ତକ କେବେ ଧୋକା ଦିଅନି ବରଂ ସବୁ ସମସ୍ୟାର ସମାଧାନ କରେ, ସବୁ ସ୍ଵପ୍ନ କୁ ପୂରଣ କରିଥାଏ ବୋଲି ବରଗଡ଼ ବ୍ଲକ ନୀଲେଶ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନ […]

ବିଜେପୁର ଏନଏସି ଅଧ୍ୟକ୍ଷା ଦାୟିତ୍ୱ ନେଲେ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ଅଧକ୍ଷା ଭାବେ ସୀତା ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ନବ ନିର୍ବାଚିତ ସମସ୍ତ କାଉନସିଲର ମଧ୍ୟ ଶପଥ ପାଠ କରିଛନ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଅଧକ୍ଷା ଆସନକୁ ବିଜେଡି ଦଖଲ କରିଥିଲା। ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିବା ପରେ ବିଜେପୁର ବିଜ୍ଞାପିତ […]

କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଶେଷଣ ର ଶୀକାର ହେଉଛନ୍ତି ଆଦିବାସୀ ମହିଳା

.ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ମହୁଲର ଅଭାବୀ ବିକ୍ରି ଫଳରେ ଶୋଷଣର ଶୀକାର ହେଉଛନ୍ତି ଶତାଧିକ ଆଦିବାସୀ ମହିଳା। ଦିନ ତମାମ ପରିଶ୍ରମ କରି ମହୁଲ ସଂଗ୍ରହ କରୁଛନ୍ତି ହେଲେ ଉପଯୁକ୍ତ ମୂଲ୍ୟ ମିଳୁନି। ଏବେ ମହୁଲସିଜନ । ମହୁଲ ଗଛରେ ମହୁଲ ଫୁଲ ଭର୍ତ୍ତୀ ହୋଇ ରହିଛି। ଖରାପଡିଲେ ଗଛରୁ ମହୁଲ ଟପ୍ ଟପ ହେଇ ପଡିଥାଏ।ଏ ବର୍ଷ ମହୁଲ ବି ଭଲ ଆସିଛି lଫଳରେ ଗ୍ରାମର ମହିଳାମାନେ ସକାଳୁ ସକାଳୁ ମହୁଲ ଗଛମୂଳେ ହାତରେ […]

ଯୁବତୀଅପହରଣ ଅଭିଯୋଗରେ ଅଭିଯୁକ୍ତ କୁ ଜେଲ୍ ଓ ଜୋରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଯୁବତୀ ଅପହରଣ ଓ ବେଆଇନ ଅଟକ ରଖିବା ମାମଲା ର ସାଖ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଶ ହଜ଼ାର ଜୋରିମାନା ଆଦେଶ ଦେଇଛନ୍ତି lସୂଚନା ଯୋଗ୍ୟ ଯେ, ଗତ ୧୧- ୦୩- ୨୦ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା କେଶ୍ ନମ୍ବର […]

ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

ଫୁଲବାଣୀ(ସୁନୀଲ ପଟନାୟକ )ଆଜି ଗୁରୁବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟ କାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାୟୀ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ ଯୋଗଦେଇ ସାଧାରଣ ସେବା କ୍ଷେତ୍ରରେ ଦେଖାଯାଉଥିବା ତୃଟି ବିଚ୍ୟୁତି ର ସମାଧାନ ନିମନ୍ତେ ହିତାଧିକାରୀ କିପରି ଆଇନଗତ ସୁବିଧା ନେଇ ପାରିବେ, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କ ଅଧିକାରର […]

ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତା ରାଣୀ ଦାଇତ୍ୱ ଗ୍ରହଣ କଲେ

ଫୁଲବାଣୀ(ସୁନୀଲ ପଟନାୟକ )ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ବୁଧବାର ଦାଇତ୍ୱ ଗ୍ରହଣ କରିଛନ୍ତି lଆଜି ଦିନ ଏଗାରଟା ସମୟରେଅଧ୍ୟକ୍ଷା ସ୍ମିତାରାଣୀ ମୁନିସିପାଲିଟି କାର୍ଯ୍ୟାଳୟରେ ପହଂଚିବା ପରେ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଙ୍କ ସମେତ ସମସ୍ତ କର୍ମଚାରୀ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଧନା ଜଣାଇ ତାଙ୍କ ପ୍ରକୋଷ୍ଠ କୁ ପାଛୋଟି ନେଇଥିଲେ l,ଫୁଲବାଣୀ ସହର କୁ ସ୍ଵଛ ଓ ନିର୍ମଳ ରଖିବା ସହ ସର୍ବାଙ୍ଗୀନ ଉନ୍ନତି ଦିଗରେ ଦ୍ରୁଷ୍ଟି ଦେବେ ବୋଲି […]

ଯୁବତୀ ଙ୍କ ଝୁଲନ୍ତା ଶବ

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରେ ଜଣେ ଯୁବତୀ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ଯୁବତୀ ଜଣକ ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମା ଗ୍ରାମର ମୀନକେତନ ମହାପାତ୍ର ଙ୍କ ଝିଅ ବର୍ଷା […]

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ : (ସତ୍ୟ ନାରାୟଣ ପ୍ରଧାନ)ସ୍ବର୍ଗତ ରିପୁନାଥ ସେଠ ଥିଲେ କଂଗ୍ରେସ ଦଳର ସାଲିସ ବିହୀନ ନେତା।ଆଜି ସ୍ଥାନୀୟ ସୋଖିନ କଳାକାର ସଂଘ ଠାରେ ଯୁଗଳ ପ୍ରସାଦ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀରାଜନେତା ସ୍ବର୍ଗତ ରିପୁ ବାବୁ ଙ୍କୁ ପଶ୍ଚିମ ଓଡ଼ିଶା ର ଜଣେ ଟାଣୁଆ ନେତା ଭାବେ ଅଭିହିତ କରିବା ସହ ସେ ଓଡ଼ିଶା ରାଜନୀତି ରେ ଜଣେ ଯୁଗ ପୁରୁଷ ଥିଲେ ବୋଲି […]