ଅତାବିରା ଓକିଲ ସଂଘ ନିର୍ବାଚନ: ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ଆଜି ଅନୁଷ୍ଠିତ ହୋଇଥିବା ଅତାବିରା ଓକିଲ ସଂଘ ନିର୍ବାଚନ ରେ ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ତ୍ରିପୁରାରୀ ଚାନ୍ଦ ଉପ ସଭାପତି ଓ ଭି. ଜଗନ୍ନାଥ ରାଓ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିରେ ହିତେନ୍ଦ୍ରିୟ ପ୍ରଧାନ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ।

ଓକିଲ ସଂଘର ନିର୍ବାଚନ: ସଭାପତି ଵିଜୟ ମହାନ୍ତି ସମ୍ପାଦକ ଦୁର୍ଗା ପଟ୍ଟନାୟକ

ଫୁଲବାଣୀ:-(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଵିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୁର୍ଗା ଶଙ୍କର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ଭାବେ କମଳ କୁମାର ବେହେରା, ସହ ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ,ଲାଇବ୍ରେରୀ ସମ୍ପାଦକ ସୁନିଲ କୁମାର ବେହେରା,କୋଷାଧ୍ୟକ୍ଷ ପିତାମ୍ବର ସାହୁ ନିର୍ବାଚିତ ହୋଇଛନ୍ତି।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସତ୍ୟ ନାରାୟଣ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି,ଜୟନ୍ତୀ ପାଣିଗ୍ରାହୀ,ଦିଲୀପ […]

ଫୁଲବାଣୀ ମୁନିସପାଲିଟି ରେ ବିଜେପି, ବାଲିଗୁଡା ଓ ଜି. ଉଦୟଗିରିଏନ ଏ ସି ରେ ବିଜେଡି ପାର୍ଥୀ ଙ୍କ ବିଜୟୀ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣି ପୌର ପରିଷଦ ରେ ବି ଜେପି ଅଧ୍ୟକ୍ଷା ପାର୍ଥୀନୀ ସ୍ମିତା ରାଣୀ ପଟନାୟକ ବିଜୟୀ ହୋଇଥିବା ବେଳେ ବାଲିଗୁଡା ରେ ବିଜେଡି ପାର୍ଥୀ ଗୋଵିନ୍ଦ ପ୍ରଧାନ ଓ ଜି. ଉଦୟଗିରି ଏନଏ ସି ରେ ବିଜେଡି ପାର୍ଥୀନୀ ଭାନୁ ପ୍ରଭା ମିଶ୍ର ବିଜୟୀ ହୋଇଛନ୍ତି lଫୁଲବାଣୀ ରେ ବିଜେପି ପାର୍ଥିନି ସ୍ମିତା ରାଣୀ ମହାନ୍ତି ବିଜେଡି ପାର୍ଥିନି ପୁନମ କହଁର ଙ୍କୁ ୭୭୯ ଭୋଟ ରେ ପରାସ୍ତ କରି ବିଜୟି ହୋଇଛନ୍ତି […]

ଜିଲ୍ଲା ସ୍ଥରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨

ଫୁଲବାଣୀ:-(ଉଲାପ୍ର)(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଜିଲ୍ଲା ସ୍ଥରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ କ୍ୟାମ୍ପ ୨୦୨୧-୨୨ ଉଦଘାଟିତ ହୋଇଯାଇଛି। ଏସ ଏସ ଭି ଏମର ପ୍ରଧାନାଚାର୍ଯ୍ୟ ତଥା କ୍ୟାମ୍ପ ଆୟୋଜକ ଜାନକୀ ବଲ୍ଲଭ ବିଷୋୟୀ ଅତିଥି ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଯୋଗ ଦେଇ ପିଲାମାନେ ହାରିବା ଜିତିବାକୁ ନଜର ନଦେଇ ଜିତିବା […]

ପଦ୍ମପୁରରେ ଶ୍ରୀମତୀ ସାବିତ୍ରୀ ବାଗ୍‌ ପୌରାଧ୍ୟକ୍ଷା ନିର୍ବାଚିତ

ବରଗଡ଼:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ ର ଶ୍ରୀମତୀ ସାବିତ୍ରୀ ବାଗ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛିନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜୁ ସେଠୀଙ୍କୁ ୬୬୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସାବିତ୍ରୀଙ୍କୁ ୪୭୩୭ ଭୋଟ ମିଳିଥିବାବେଳେ ରଞ୍ଜୁଙ୍କୁ ୪୦୭୫ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ନିରୁପମା ସେଠ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ମଧ୍ୟ ପଛରେ ଅମାନତ ହରାଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୧୬୦ ଖଣ୍ଡ ଭୋଟ ମିଳିଥିବା […]

ବରପାଲି ଅଧ୍ୟକ୍ଷ ହେଲେ ଦିନେଶ ଗହୀର

ବରଗଡ଼:-ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ପପଦବୀରେ ସ୍ବାଧୀନ ପ୍ରାର୍ଥୀ ଦିନେଶ ଗହୀର ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କୁ ୧୫୭୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ଦିନେଶଙ୍କୁ ୬୦୦୦ ଭୋଟ ମିଳିଥିବାବେଳେ ପ୍ରଦ୍ୟୁମ୍ନଙ୍କୁ ୪୪୨୭ ଖଣ୍ଡ ଭୋଟ ମିଳିଛି। ସେହିପରି ଭାଜପା ପ୍ରାର୍ଥୀ ଅଜିତ କୁମାର ଦାଶଙ୍କୁ ୭୪୩ ଏବଂ କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୩୩୭ ଖଣ୍ଡ ଭୋଟ ମିଳିଛି। ଏହି ଆସନ […]

ବରଗଡ଼ରେ ଶ୍ରୀମତୀ କଳ୍ପନା ମାଝୀ ପୌରାଧ୍ୟକ୍ଷା ନିର୍ବାଚିତ

ବରଗଡ:-ବରଗଡ଼ ପୌର ପରିଷଦରେ ବିଜୁ ଜନତା ଦଳର ଶ୍ରୁମତୀ କଳ୍ପନା ମାଝି ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୪୪୨ ଖଣ୍ଡ ଭୋଟରେ ହରାଇଛନ୍ତି। କ୍ରମାଗତ ବିଜୟଧାରାକୁ ବଜାୟ ରଖି ବିଜେଡି ନେତା, କର୍ମୀ ମହଳରେ ଆନନ୍ଦ ପ୍ରକାଶ ପାଇଛି।

ବିଜେପୁରରେ ବିଜେଡିର ସୀତା ବାରିକ ପ୍ରଥମ ଅଧକ୍ଷା

ବରଗଡ଼:-ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମଥର ପାଇଁ ଏଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ନିର୍ବାଚନ ହୋଇଥିବା ବେଳେ ଏଥିରେ ବିଜେଡିର ବିଜୟକୁ ନେଇ ଦଳୀୟ କର୍ମୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ସରକାରୀ ଜମିକୁ ଜବରଦଖଲ କାରୀଙ୍କ ଠାରୁ ହଟାଯିବ,ନିର୍ଦେଶ ଦେଲେ ହାଇକୋର୍ଟ

ଆଠଗଡ(ଉଲାପ୍ର)ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ କଡରେ ଥିବା ଖାତା ନମ୍ବର ୭୮୮,ପ୍ଲଟ ନମ୍ବର ୨୦୩୭ ସରକାରୀ ଜମିକୁ ଜବରଦଖଲ କାରୀଙ୍କ ନିକଟରୁ ହଟାଯିବ ବୋଲି ନିର୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ,ଏହିଠାରେ ଏକ ରାସ୍ତାଥିଲା ଯୋଉ ରାସ୍ତା ବିଶ୍ୱନାଥ ବିଦ୍ୟାପୀଠ ପାଚେରୀ କଡରେ ଯାଇ ବିଷ୍ଣୁ ପ୍ରସାଦ ବାରିକଙ୍କ ଘର ନିକଟରେ ବାହାରିଥିଲା,ଏହି ରାସ୍ତାକୁ ମାଡି ବସି କିଛି ଯୁବକ କ୍ଲବ ଘରକରି ଭଡା ଲଗାଇଥିଲେ,ଆଠଗଡ ର ଆଇନଜୀବୀ ସୁପ୍ରଭା ଦୋରା ଏ ସମ୍ପର୍କରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ […]

କନ୍ଧମାଳ ଜିଲ୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ

ଫୁଲବାଣୀ( ସୁନୀଲ ପଟନାୟକ)କନ୍ଧମାଳ ଜିଲାର ୧୨ଟି ବ୍ଲକରେ ପଞ୍ଚାୟତ ସମିତି ଉପା ଧ୍ଯକ୍ଷ ନିର୍ବ।ଚନ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।ଚକାପାଦ ବ୍ଲକ୍ ଉପାଧକ୍ଷ ଭାବେ ସୋମନାଥ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଥିବା ବେଳେ ତୁମୁଡ଼ିବନ୍ଧ ବ୍ଲ୍କ୍କ୍କ୍କ ଉପାଧ୍ୟକ୍ଷ ଭାବରେ ସନ୍ତୋଷ ସାହୁ, ଟିକା ବାଲି ବ୍ଳକରେ ପ୍ରସ୍ମିତା ପ୍ରଧାନ, ଖଜୁରୀପଡ଼ା ବ୍ଲ୍କକରେ ଅମିତ କୁମାର ଡିଗାଲ , କନୁଆଁ ଗା ବ୍ଲକରେ ଧବଲେଶ୍ଵର ପାତ୍ର, ଜିଉ ଦୟ ଗିରି ଏନ. ଲୁକ ନିର୍ଦ୍ଵନ୍ଦରେ ନିର୍ବାଚିତ […]