ପୌରଭୋଟ ପାଇଁ ଫୁଲିଙ୍ଗ ଟିମ ପହଞ୍ଚିଲେ ,ଆସନ୍ତାକାଲି ଭୋଟ ଗ୍ରହଣ

ଫୁଲ ବାଣୀ-(ସୁନୀଲପଟନାୟକ)ପୁରୁବାର ପୌର ନିର୍ବାଚନ I ସକାଳ ୮ଘଣ୍ଟାରୁ ସଂଧ୍ୟା ୫ଘଣ୍ଟାଯାଏଭୋଟଗ୍ରହଣ ହେବ।ନିର୍ବାଚନ ପାଇଁଫୁଲିଙ୍ଗ ପାର୍ଟି ପୋଲିସର କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚିଗଲେଣି । ଗୁରୁବାର ଭୋଟ ହେବ।ଜିଲାର ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ାଏ ନଏସିରେ ଭୋଟ ହେବ।ଏ ସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମୁନିସପାଲଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ଜି.ଉଦୟଗିରି ଏନଏସିପାଇଁ ୧୩ଟି ଭୋଟ […]

କୋର୍ଟ ପରିସରରେ ଇ ଲାଇବ୍ରେରୀ ଉଦଘାଟିତ

ଫୁଲବାଣୀ (ଉଲାପ୍ର) ଓଡ଼ିଶାର ୩୦ ଟି ଜିଲ୍ଲାରେ ଇ ଲାଇବ୍ରେCରୀ ଉଦଘାଟିତ ହୋଇଯାଇଛି।ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭରଚୁର୍ଆଲ) ଜରିଆରେ କରିଛନ୍ତି । ଫୁଲବାଣୀ କୋର୍ଟ ପରିସରରେ ସଭାପତି ସିଧେଶ୍ୱର ଦାସ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ […]

ନବରଙ୍ଗପୁର ଜିଲ୍ଲା କୋଡ଼ିଗାଁ ଠାରେ ଓଡିଶା ମିଲେଟ ମିଶନ ତରଫରୁ ସ୍ଵୟଂ ସହାୟକ ଗୋଷ୍ଟି ଦ୍ଵାରା “ମିଲେଟ ଶକ୍ତି ଟିଫିନ୍ ସେଣ୍ଟର” ଉଦ୍ଘାଟିତ

__________________ ନବରଙ୍ଗପୁର(ଉ.ଲା.ପ୍ର)/ ତା.୨୩.୦୩ : ସେଚ୍ଛାସେବି ଅନୁଷ୍ଠାନ “ଆର.ସି. ଡି.ସି” ଓ ଓଡ଼ିଶା ମିଲେଟ୍ ମିଶନ ସହୟତାରେ କସ୍ତୁରବା ସ୍ଵୟଂ ସହାୟକ ଗୋଷ୍ଟି , କୋଡ଼ିଙ୍ଗା ମିଳିତ ପ୍ରୟାସରେ କୋଡ଼ିଙ୍ଗା ଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ କାଜ୍ୟକ୍ରମକୁ ଫିତା କାଟି ଉଦଘାଟନ କରାଯାଇଥିଲା। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଆଶିଷ କୁମାର ସାହୁ ଯୋଗଦେଇ ସ୍ଵଂୟ ସହାୟକ […]

ଆଇନଜୀବୀଙ୍କ ନିମନ୍ତେ ଇ-ପାଠାଗାର ଉଦଘାଟିତ

କୋରାପୁଟ (ଉଲାପ୍ର) ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟ ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲା ପାଇଁ ଦୁଇଗୋଟି ଇ -ପାଠାଗାର ଜୟପୁର ଓ କୋରାପୁଟ ଓକିଲ ସଂଘ କାର୍ଯ୍ୟାଳୟ ମଧ୍ୟରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ, କୋରାପୁଟ -ଜୟପୁର ଶ୍ରୀଯୁକ୍ତ ସୌମେନ୍ଦ୍ର କୁମାର ରାଜଗୁରୁ, ଜିଲ୍ଲା ଓକିଲ ସଂଘ, […]

କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଦୁର୍ବୁତ୍ତ ଭାଙ୍ଗିଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିଷଦ ପ୍ରଚାର କରି ରାତିରେ ୬ନଂ. ୱାର୍ଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ। ତାଙ୍କ ମାରୁତି ୱାଗନର ଗାଡିଟି ଘର ପାଖରେ ରଖିଥିଲେ। ସକାଳେ ଦେଖିଲା ବେଳକୁ ଗାଡିର […]

ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷୀକ ଉତ୍ସବ ଅନୁଷ୍ଠିତ

ତା ୨୨.୦୩.୨୦୨୨ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ,କବିତା ପାଠ,ପୁସ୍ତକ ଉନ୍ମୋଚନ,ସାଧାରଣ ସଭା ଓ ସାରସ୍ୱତ ସମ୍ବର୍ଦ୍ଧନା ମହୋତ୍ସବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର […]

ଥରଟିଏ କଂଗ୍ରେସ କୁ ସୁଯୋଗ ଦିଅନ୍ତୁ,ଆଠଗଡ ହେବ ନବକଳେବର,କନ୍ତଲ ହାଟରେ ପରିବା ମଣ୍ଡି କରିବାପାଇଁ ନିଷ୍ପତି ନେଲା ଆଠଗଡ କଂଗ୍ରେସ,ହାତରେ ହାତ ମିଳାନ୍ତୁ,କଂଗ୍ରେସ କୁ ଜିତାନ୍ତୁ

ଆଠଗଡ଼ ( ଉଲାପ୍ର)ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ । ଘରକୁ ଘର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ ଜାରି ରଖିଥିବା ବେଳେ ସମ୍ପ୍ରତି ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଏହି ଲଢେ଼ଇ ଜାରି ରହିବ ବୋଲି ପୂର୍ବତନ ବିଧାୟକ […]

ଗୋଷ୍ଠୀକନ୍ଦଳ ବିଜେଡିକୁ ପରାଜୟ ମୁହଁକୁ ଠେଲିଦେବନି ତ? ପୂର୍ବତନ ନଗରପାଳ ଓ୨ କାଉନସିଲର ଙ୍କ ସମେତ ୪ ବିଜେଡିନେତା ଦଳରୁ ସସପେଣ୍ଡ

ଫୁଲ ବାଣୀ( ଉଲାପ୍ର)ପୌର ନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନକୁ ନେଇ କନ୍ଧମାଳ ବିଜୁଜନତା ଦଳରେ ଦିନକୁ ଦିନ ଅନ୍ତର୍ଦ୍ୱନ୍ଦ ବଢିବାରେ ଲାଗିଛି । ଦଳ ବିରୋଧି କାର୍ଯ୍ୟପାଇଁ ଦଳର ଜିଲ୍ଲାସଭାପତି ସରୋଜ କର୍ଣ୍ଣ ପ୍ରଥମେ ଜିଉଦୟଗିରି ଏନ ଏସିର ପୂର୍ବତନ ନଗରପାଳ ସଂଜିବ ପାତ୍ର ଓ ତାଙ୍କ ପତ୍ନୀ ମିତା ରାଣୀ ପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ,ଓ ମଙ୍ଗଳବାର ଫୁଲବାଣୀ ପୌରପରିଷଦର ୩ନମ୍ଵର ର ପୂର୍ବତନ କାଉନସିଲର ଭାଗବତ ବେହେରା ଓ ୧୦ ନମ୍ବର ପୂର୍ବତନ […]

ଦଳ ବିରୋଧୀ କାର୍ଯ୍ୟ ପାଇଁବିଜେଡି ର ୨ ପୂର୍ବତନ କାଉନସିଲର ନିଲମ୍ବିତ

ଫୁଲବାଣୀ (ସୁନୀଲ ପଟନାୟକ )ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ଆଜି ମଙ୍ଗବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଫୁଲବାଣୀ ସହର ର ତିନି ନମ୍ବର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡ ର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା ଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ନିଲମ୍ବିତ କରିଛନ୍ତି lଏ ନେଇ ଆଜି ମଙ୍ଗଳବାର ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତି ରେ […]

ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେବାବେଳେ ଜବତ ; ଜଣେ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନ ର ନିରବତା ପରେ ପୁଣି ଥରେ ପୁଲିସ କୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି, ତଥାପି ଗଞ୍ଜେଇ ଚାଷ ,ବା ଚୋରା ଚାଲାଣ ଥମିବାର ନାଁ ଧରୁ ନାହିଁ, ପୁଲିସ ଯେତିକି ଚଢ଼ାଉ […]