ପୋଖରୀ ଗାଁରେ ବନ ମହୋତ୍ସବ ପାଳିତ

ନିଆଳି ( ଉଲ୍ଲାପ୍ର )କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ପୋଖରୀଗାଁ ୟୁଥ୍ ଜେନେରେସନ ତରଫରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ଶ୍ରୀ ଶ୍ରୀ ବାବା ପିଙ୍ଗଳେଶ୍ୱର୍ କୁ ସୋଞ୍ଜଗ କରିଥିବା ରାସ୍ତା ପାର୍ଶରେ ରେ ବୁକ୍ଷ ରୋପଣ କରାଯାଇଥିଲା ଯୋଉଥିରେ ବହୁ କୁନି କୁନି ସଦସ୍ୟ ମଧ୍ୟ ରହିଥିଲେ ଯେତେବେଳ ଓଡ଼ିଶା ରେ ଫନି ବାତ୍ୟା ରେ ସବୁ କ୍ଷୟ କ୍ଷେତି ଘଟିଥିଲା ଓଡ଼ିଶା […]

ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବୀ।

ଢେଙ୍କାନାଳ ( ଉଲ୍ଲାପ୍ର )ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଗାଁରେ ଆପ୍‌ର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵରରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା। ରାଜ୍ୟ ସରକାର ଏଥିରେ କର୍ଣ୍ଣପାତ କରିବା ପରିବର୍ତ୍ତେ ବିଜୁଳି ବିତରକ ସଂସ୍ଥା “ଟାଟା […]

ଯୁବକ ଙ୍କ ଗଳା କାଟି ନୃଶଂସ ହତ୍ୟା କଲେ ଦୁର୍ବୃତ୍ତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀ ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡ଼ମାହା ଗ୍ରାମର ମହେଶ୍ବର ମାଝୀ ( 50ବର୍ଷ ) ଙ୍କୁ ରବିବାର ରାତ୍ରରେ ଏକ ଧାରୁଆ ଛୁରୀ ଦ୍ବାରା ଦୁର୍ବୃତ୍ତ ଗଳା କାଟି ନୃଶଂସ ଭାବେ ହତ୍ୟା କରିଛନ୍ତି । କାରଣ ଏ ପର୍ଯ୍ୟନ୍ତ ଅସୃଷ୍ଟ ରହିଛି । ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ଥାନା ଆଇଆଇସି ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ ଟିମ […]

ପରିବାର ପ୍ରତିପୋଷଣ ପାଇଁ ବାଲିଗୁଡ଼ାରୁ ମୁମ୍ବାଇ ଗସ୍ତ:
ପଙ୍ଗୁ ହୋଇ ଘରକୁ ଫେରିଲେ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଗସ୍ତ, କିଛି ଦିନ ପରେ ପଙ୍ଗୁ ହୋଇ ଯୁବକ ଫେରିଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡର ଡହଲପଡ଼ି ସାହିର ଅଙ୍ଗଦ ମଳିକ(୨୨) ନାମକ ଜଣେ ଯୁବକ ଭଗାମୁଣ୍ଡା ସାହିର ତାଙ୍କ ସାଙ୍ଗ ରବି ସାହାଣି ସହ କାମଧନ୍ଦା କରିବା ପାଇଁ ଗତ […]

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ :
ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ କ.ନୂଆଗାଁ ଥାନା ରାଜଘରା ଗ୍ରାମର ସୁବେରସିଂ ପ୍ରଧାନଙ୍କ ପୁଅ ଆଡଭାନସିଂ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ସକାଳେ ରାଜଘରା ଗ୍ରାମର ଦୁଇ ଯୁବକ ଆଡଭାନସିଂ ପ୍ରଧାନ […]

ମାଁ ର ସବ ଛୁଇଁଲେନି ପୁଅ, ସବ ସତ୍କାର କଲା ଟିମ୍ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବହୁତ ଦିନ ହେଲା ଜଣେ ବୃଦ୍ଧା (ସୁମିତ୍ରା ବେହେରା) ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟ ପୋର୍ଟମ କରି ଆଜି ମୃତ ବୃଦ୍ଧାଙ୍କ ସବକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଥିଲେ ।ଦୁଇ ପୁଅ ମଧ୍ୟରେ ଜଣେ ଜିରିଙ୍ଗ ପଡ଼ା ଓ ଅନ୍ୟ ଜଣେ ଜାମୁଝୋରୀ ରେ ରୁହନ୍ତି। […]

କୋଟଗଡ଼ ବନାଞ୍ଚଳ ରେ ବନ ମହୋତ୍ସବ

ଫୁଲବାଣୀ( ଉଲ୍ଲାପ୍ର )ବାଲିଗୁଡା ବନ ଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ର ଲାସେରୀ ଅଭୟାରଣ୍ୟ ଖାରିନାଳ ବିଲେଇପୂଜା ଜଙ୍ଗଲ ରେ କୋଟଗଡ଼ ବନବିଭାଗ ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ ହୋଇଛି | ଏହି ଅବସରରେ ଆୟୋଜିତ ସଭାରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ସଭାପତିତ୍ୱ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ କୋଟଗଡ଼ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ର ସୁରକ୍ଷା କରିବା ସମସ୍ତ ଙ୍କ କାର୍ଯ୍ୟ, […]

ମୂଖ୍ୟ ବିଚାରପତିଙ୍କ ଦ୍ଵାରାଭରଚୁଆଲରେ ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାସଦର ମହକୁମା ଫୁଲବାଣୀ ସ୍ଥିତ ଦାତପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ କରିଥିଲେ l ଏହି ଶୁଭ ଉଦଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବରଜଷ୍ଟିସ୍ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ. […]

ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଉଛି ଆୟନ ଇନସ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି

ଫୁଲବାଣୀ(ସୁନୀଲ ପଟନାୟକ )ବିଶେଷ କରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଫୁଲବାଣୀ ବସ ଷ୍ଟାଣ୍ଡ ରୋଡ଼ ରେ ଥିବା ଆୟନ ଇନଷ୍ଟିଟ୍ୟୁଟ ଅଫ ମେନେଜ ମେଣ୍ଟ ଏଣ୍ଡ ଟେକ୍ନୋଲୋଜି lସୂଚନା ଯୋଗ୍ୟ ଯେ, 2023/24 ଶିକ୍ଷା ବର୍ଷ ପାଇଁ କମ୍ପୁଟର ସାଇନ୍ସ ରେ ସ୍ନାତକ,ଓ ସ୍ନାତକତୋର, ଏମ ଏସ ଡବ୍ଲୁ, ଏମବିଏ ଫାଇନାନ୍ସ, ଏମ ଏ, ପି ଏମ ଆଇ ଆର, ଏପରି […]