ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା। ସମ୍ବଲପୁର ଜେ. ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ।

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆ ରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା ରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେ.ସି.ସି. କୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ ହୋଇଛି।ଆଜି ସମ୍ବଲପୁର ଜେ.ସି.ସି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ହେଲେ ଦଳ ଝାରସୁଗୁଡ଼ା ଦଳ ର ମାପଚୁକ ବୋଲିଂ ଯୋଗୁଁ ଦଳ ୨୩.୪ […]

ହୀରା ସିମେଣ୍ଟ ଶ୍ରମିକ ସଂଘ ର ସାଧାରଣ ପରିଷଦ ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସିମେଣ୍ଟ ନଗର ଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର ସଭାପତି ମହେନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନା ର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ,ମହା ପ୍ରବନ୍ଧକ ଖଣି ପ୍ରଦୀପ ସାହୁ,ଏଚଆର ଦୀନେଶ ପାଠକ,ସଂଘର ଉପଦେଷ୍ଟା ସମ୍ବିତ ଆଚାର୍ଯ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ଼ ରେ ଯୋଗଦେଇଥିଲେ। ଏଥିରେ ନିକଟରେ କାରଖାନା ରୁ ଅବସର ଗ୍ରହଣ କରିଥିବା […]

ସାନ୍ତାଳ ଜନ ଜାତି କର୍ମଚାରୀ ସଂଗଠନ ର ବନ୍ଧୁମିଳନ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ସାନ୍ତାଳ ଜନ ଜାତି କର୍ମଚାରୀ ସଂଗଠନ ପକ୍ଷରୁ ନବବର୍ଷ ଅବସରରେ ରାଇକିଆ ସ୍ଥିତ ମଣ୍ଡାସୁରକୁଟି ଠାରେ ଏକ ବନ୍ଧୁମିଳନ ର ଆୟୋଜନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଏସଡି ପିଓ ମହେନ୍ଦ୍ରନାଥ ମୁର୍ମୁ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପରସ୍ପର ମଧ୍ୟରେସ୍ନେହ, ସଦଭାବ, ଭାଇଚାରା ବଜାୟ ରଖିବା ଲାଗି ପରାମର୍ଶ ଦେଇଥିଲେ lସମସ୍ତେ ଘର ଠାରୁ ପାଞ୍ଚଶହରୁ ଉର୍ଦ୍ଧକିଲୋମିଟର ଦୂରରେ କନ୍ଧମାଳ ରେ ସରକାରୀ କର୍ମଚାରୀ ଭାବେ […]

ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ -ପ୍ରଯୋଜନାରେ ପାଦ ଥାପିଲେ ଝିଲିକ

ଭୁବନେଶ୍ୱର : ଅଭିନୟରେ ସେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ । ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍ । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ । ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର […]

କନ୍ଧମାଳ ଜିଲ୍ଲାପରିଷଦ ସଂରକ୍ଷଣ ତାଲିକା୧୮ରୁ ୧୧ଅନୁସୁଚିତ ଜନଜାତି, ୩ ଅନୁସୁଚିତ ଜାତି ଓ ୪ ଅଣସଂରକ୍ଷିତ

ଫୁଲବାଣୀ- ( ପଟନାୟକ) କନ୍ଧମାଳ ଜିଲ୍ଲାର ଜିଲ୍ଲାପରିଷଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲାର ମୋଟ ୧୮ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୧ଟି ଅନୁସୁଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବାବେଳେ ୪ଟି ଆସନ ଅଣସଂରକ୍ଷିତ ଥିବାବେଳେ ୩ଟି ଆସନ ଅନୁସୁଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ଜିଲ୍ଲା ପଞ୍ଚାୟତ ଅଧିକାରି ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି ।ସେହିପରି ଜିଲ୍ଲାପରିଷଦଅଧ୍ୟକ୍ଷ ପଦବୀ ଆଦିବାସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।ଜିଲ୍ଲାର କ. ନୁଆଁ ଗାଜୋନ ଅନୁସୂଚିତ ଜନଜାତି […]

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ଲୋକାର୍ପିତ

ଭାପୁର( ଉଲାପ୍ର)ସ୍ଥାନୟ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ର ଶୁଭ ଉଦଘାଟନ ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଙ୍କ ଦ୍ଵାରା ହୋଇଯାଇଛି, ଏହି ଅବସରରେ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ପୁରୁଣା କଟକ ସମ୍ବଲପୁର ରାସ୍ତା ଠାରୁ ଶିମିଳିପାଟଣା ରୁ କିଲୋଗ୍ରାମ କୁ ସଂଯୋଗ କରୁଥିବା ବିଜୁ ସେତୁ ଢେଙ୍କାନାଳ ରୁ ଦେଶ”ଖ “ରାଜା ତୈଳିକ ବେଶ୍ୟ ସମାଜର ସଭାଗୃହ 6କିଲୋଗ୍ରାମ ଠାରେ ନିମିତ୍ତ ମିଶନ ଶକ୍ତି ଗୃହ ର ଶୁଭ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ମାସ ୦୯ ତାରିଖ ୨୦୨୨ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ସପ୍ତମୀ ଦିବା ଘ ୧୧/୧୫ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୭/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ- ପରିଘକରଣ – ବାଣିଜ୍ୟସୌରମାସ- ଧନୁ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୮*✧═════•❁❀*ଯୋଗିନୀ ବୟବ୍ୟେ ଦିବା ଘ ୧୧/୧୫ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟ*ଧନୁ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ। – ଦିବା ଘ […]

ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା । ଖରିଫ ଧାନ ସଂଗ୍ରହ କରିବା ପାଇଁ ଶଙ୍କରାଖୋଲ ଗ୍ରାମକୁ ସରକାରଙ୍କ ଟାର୍ଗେଟ ୪୫୦୦ କ୍ୱିଣ୍ଟାଲ ଦିଆଯାଇଥିବା ବେଳେ ଆଶାନୁରୂପେ ପୂରଣ ହେଲାପରି ଦେଖାଯାଉନାହିଁ । କାରଣ ୨୦୨୧ ବର୍ଷର ବର୍ଷାର ଅଭାବ ସହ ଚାଷୀ ଡେରିରେ ଧାନ ଲଗାଇଥିବା ଯୋଗୁଁ ଭଲ ଧାନ ଚାଷ ହୋଇପାରି ନାହିଁ ବୋଲି ଚାଷୀମାନେ କହିଛନ୍ତି । ଯାହାବି ଚାଷ ହୋଇଥିଲା କିଛିଦିନ ତଳେ କୁଆପଥର […]

ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକାରେ ମୋଟର ସାଇକେଲ ଚାଳକ ମୃତ ଘଟଣା: ୫୯ନଂ ଜାତୀୟ ରାଜପଥ ଅବରୋଧ ଓ କ୍ଷତି ପୂରଣ ଦାବି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ସାରିଙ୍ଗିରିପି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥରେ ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକା ହୋଇ ଘଟଣା ସ୍ଥଳରେ ମୋଟର ସାଇକେଲ ଚାଳକ ମୃତ। ମୃତକ ସିମନବାଡ଼ି ଗ୍ରାମର ସାରୁମା ସାହିର କମାର ନାୟକଙ୍କ ପୁଅ ରତ୍ନାକର ନାୟକ(୩୨) । ଏହି ଘଟଣାରେ ମୃତକ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ କ୍ଷତି ପୂରଣ ବାବଦକୁ ୫୦ହଜାର ଟଙ୍କା ଦେବାକୁ ଦାବୀ […]

ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟ କାର୍ଯ୍ୟକ୍ରମ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ପ୍ରାରମ୍ଭକ ବୈଠକ ଅନୁଷ୍ଠିତ ହୋଇଛି, ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଏକ ସୁସ୍ଥ ସମାଜର ଗଠନ ରେ ଶିକ୍ଷା ସହିତ ସଂସ୍କାର ର ଭୂମିକା ଉପରେ ଯୁବ ଛାତ୍ର ଛାତ୍ରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, କାର୍ଯ୍ୟକ୍ରମ ର ସଯୋଜକ ତଥା ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଶ୍ରୀ ଶରଦା ପ୍ରସନ ପତି ଏକ ଉଜ୍ୱଳ […]