ଅମ୍ବାଭୋନା ଅଞ୍ଚଳରେ କୁଆପଥର ବର୍ଷା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଞ୍ଚଳ ରେ ଆଜି ସନ୍ଧ୍ୟାରେ ପବନ ବହିବ ସଂଗକୁ କୁଆ ପଥର ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଜିଲ୍ଲା ର ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଗତ କିଛି ଦିନ ହେବ ପ୍ରବଳ ଥଣ୍ଡା ହେଉଥିଲା। ଆଜି ମେଘୁଆ ପାଗ ଦିନ ତମାମ ଲାଗି ରହିବା ପରେ ସଂଧ୍ୟା ରେ କୁଆପଥର ବର୍ଷା ହୋଇଥିଲା।

ଟାଟା କମ୍ପାନୀର ଶୋଷଣ ବିରୋଧରେ ଆପ୍ ର ଗର୍ଜନ

ବରଗଡ଼: ଟାଟା କମ୍ପାନୀର ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ର ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ।୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାର ଙ୍କୁ ବିନାମୂଲ୍ୟରେ ବିଦ୍ୟୁତ ଯୋଗାଇବାକୁ ଆପ୍ ଦାବି କରିଛି । ସେହିପରି ଏରିଅର ଅସୁଲି କୁ ବିରୋଧ କରିବା ସହ ଅଘୋଷିତ ପାୱାର କଟ୍ ଓ ୨୪ ଘଣ୍ଟା ବିଦ୍ୟୁତ ସରବରାହ ରଖିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି । ରବିବାର ଗାନ୍ଧୀଛକ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ […]

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ। ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଛାଡି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲା ବେଳେ ଘଟିଲା ଦୁର୍ଘଟଣା। ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟଲୋକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।ଅନ୍ୟ ୨ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାରଙ୍ଗଗଡ଼ ପୋଲିସ ପହଞ୍ଚି […]

କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ପଂଚାୟତ ନିର୍ବାଚନ ରେ ଗଣମାଧ୍ୟମ ର ଭୂମିକାର ଆଲୋଚନା ଚକ୍ର ଅନୁଷ୍ଠିତ

ତିଗିରିଆ(ଉଲାପ୍ର)ରାଜ୍ୟରେ ଆଗାମୀ ଦିନରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ, ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଙ୍ଘ ଅନୁବନ୍ଧିତ କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ପାଞ୍ଚଗାଁ କଲ୍ୟାଣମଣ୍ଡପ ଠାରେ ପଞ୍ଚାୟତ ନିର୍ବାଚନ ରେ ଗଣମାଧ୍ୟମ ର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ସାହିତ୍ୟିକ, ସମାଲୋଚକ ଡ଼ଃ ନାରାୟଣ ପଣ୍ଡା,ଏହି କାର୍ଯ୍ୟକ୍ରମ ରେ ଭାରତୀୟ ପେଷାଦାର […]

ପ୍ରେସକ୍ଳବ ପକ୍ଷରୁ ବଡ଼ଦିନ ପର୍ବ ପାଳିତ

ଫୁଲବାଣୀ 25/12(ସୁନୀଲ ପଟନାୟକ )ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ବଡ଼ଦିନପର୍ବ ପାଳିତ ହୋଈ ଯାଇଛି l ଏହି ଅବସରରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ବରିଷ୍ଠସାମ୍ବାଦିକ ତଥା ଖ୍ରୀଷ୍ଟଧର୍ମାବଲମ୍ବି ଡ଼. ଅରୁପ ଜେନା ଓ ସଦସ୍ୟ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ପବିତ୍ର ବଡ଼ଦିନ ଅବସର ରେ ସମ୍ବ ର୍ଦ୍ଧିତ କରାଯାଇଥିଲା l ପ୍ରଥମେସୂର୍ଯ୍ୟ ନାରାୟଣ ବେହେରା ବାଇବେଲ ର କିଛି […]

ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଫୁଲବାଣୀ- (ସୁନୀଲ ପଟନାୟକ)ରବିବାର ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଗାନ୍ଧୀ ସ୍ତୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପତିତପାବନ ପରିଡା ଯୋଗଦେଇଥିବାବେଳେ ଏ.ସି ଏଫ ବିକ୍ରମଦେବ ପଟ୍ଟନାୟକ, ଯୋଗ ଦେଇ ସମସ୍ତେ ଏକ ଯୁଟ ରହିଲେ. ସଂଘମଜବୁତ ହେବ ଆଉ କର୍ମଚାରୀମାନଙ୍କ ନାର୍ଯ୍ୟଦାବୀ ପୁରଣ ଦିଗରେ ସହଜ ଓ ସୁବିଧା ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଘ ସଭାପତି ଜଗବନ୍ଧୁପାତ୍ର, ଯୋଗ […]

ବିଜେଡ଼ି ର ପ୍ରତିଷ୍ଠା ଦିବସ,ସଂଗଠନ କୁ ମଜଭୁତ କରିବାକୁ ଆହ୍ୱାନ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଫୁଲବାଣୀ ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏହାର ଶୁଭ ଉଦ୍ଘାଟନ କରିଥିଲେ l କେବଳ ଫୁଲବାଣୀ ସହର ନୁହେ ସାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ରେ ବିଜେ ଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରଯାଇଛି। ସଦର ମହକୁମା ଫୁଲବାଣୀ ଠା […]

କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଟିମ୍ ହ୍ୟୁମାନିଟି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଡିପାଜୁ ଠାରେ ହେଇଯାଇଛି |ଏହି କାର୍ଯ୍ୟକ୍ରମ ରେ ଟିମ୍ ର ଜିଲ୍ଲା ସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।ଏହି ବୈଠକରେ ଟିମ୍ ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗକୁ ଟିମ୍ […]

୩୩ ତମ ରାଜ୍ୟସ୍ତରୀୟ କେରାଟେ ଚମ୍ପିୟାନ : ଟିକାବାଲି ପାଇଲା ୮ ଟି ପଦକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଭୁବନେଶ୍ୱର ଉତ୍କଳ କେରାଟେ ସ୍କୁଲ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବ -ଜୁନିୟର କେରାଟେ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଟିକାବାଲି କେରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି l ଯଥା ଦୁଇ ଜଣ ସ୍ବର୍ଣ୍ଣ ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣା ପଡିଛି l ଓଡିଶା ରୁ ବିଭିନ୍ନ […]

ବଡ଼ ଦିନ ପାଳନପ୍ରସ୍ତୁତି,ସଜେଇ ହେଲାଣି ଚର୍ଚ ବଡ଼ ଦିନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

. ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ରାତି ପାହିଲେ ବଡ ଦିନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଲାଣି। ସଜେଇ ହେଲାଣି ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଚର୍ଚଗୁଡିକ। ଏହି ଦିନକୁ ଖ୍ରୀଷ୍ଟ ଧର୍ମl ବଲମ୍ବୀ ଭାଇଭଉଣୀ ମାନେ ବଡ଼ ଧୁମଧାମରେ ପାଳନ କରିବେlପ୍ରଭୂଯୀଶୁ ଧରା ପୃଷ୍ଠକୁ ଧରାବତରଣ କରିବେ l ସେଥିପାଇଁ ଫୁଲବାଣୀ ସହର ର କ୍ୟାଥଲିକ ଚର୍ଚ୍ଚ ଓ ବାପିଷ୍ଟ ଚର୍ଚ୍ଚ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଚର୍ଚ୍ଚ ଗୁଡିକ ରଙ୍ଗ ବେରଂଗ ଆଲୋକ ମାଳା […]