କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି। ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତି ର ଅଧକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ଯେହେତୁ ଧନୁଯାତ୍ରା ଭଳି ଏକ ବହୁଜନ ସମାଗମ କାର୍ଯ୍ୟକ୍ରମ ଆୟୋଜନ […]