କନ୍ଧମାଳ ରେ ମକା ଚାଷଙ୍କୁ ମିଳୁନି ପ୍ରୋତ୍ସାହନ – ବ୍ୟବସାୟୀ ମାଲାମାଲ ଚାଷୀ ହତାଶ

ଫୁଲବାଣୀ -(ଉଲାପ୍ର)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ ଫଳରେ ଚାଷରୁ ମୁହଁ ଫେରିଇଲେଣି ଚାଷୀ l ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ର ସୀମାନ୍ତବର୍ତ୍ତୀ ବ୍ରାହ୍ମଣୀ ଗାଁ ଅଞ୍ଚଳ ରେ ଏକର ଏକର ଜମିରେ ଚାଷ ହେଉଛି ମକା l ପଡୋଶୀ ଗଜପତି ଜ଼ିଲ୍ଲାରେ ବସବାସ କରୁଥିବା ତିବତ୍ତିଆନ ଶରଣl ର୍ଥୀ ପ୍ରଥମେ ଆରମ୍ଭ କରିଥିଲେ ମକା ଚାଷ,ମକା ଚାଷ ରେ ଭଲ ଲାଭହେବା ଜାଣିବା ପରେ ଜ଼ିଲ୍ଲାର ସମସ୍ତ ଚାଷୀ […]

ପ୍ରଥମାଷ୍ଟମୀ ପାଇଁ ହଳଦୀପତ୍ରର ଚାହିଦା ବଢୁଛି

.ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ହଳଦୀର ଯେପରି ଚାହିଦା ରହିଛି ସେହିପରି ହଳଦୀପତ୍ରର ମଧ୍ୟ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ହଳଦୀପତ୍ରରେ ପ୍ରସ୍ତୁତ ପିଠା ବେଶ ସୁଆଦିଆ ହୋଇଥିବାରୁ ଏବେ ଗତ ୩/୪ ବର୍ଷ ହେଲା ହଳଦୀପତ୍ରରଡ଼ିମାଣ୍ଡ ବଢିଛି । ଚାଷୀ ଏବେ ହଳଦୀପତ୍ର ବିକ୍ରିକରି ମଧ୍ୟ ଭଲ ଦି ପଇସା ରୋଜଗାର ମଧ୍ୟ କରୁଛି ।ଜିଲାର ବିଶେଷକରି ଦାରିଙ୍ଗବାଡିସିମନବାଡି,କନୂଆଗାଁ ଆଦି ଅଞ୍ଚଳର ରାସ୍ତା କଡରେ ମହିଳାମାନେ ବିଡ଼ା ବାନ୍ଧି ହଳଦୀ ପତ୍ର ବିକ୍ରି […]

ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)କେନ୍ଦ୍ର ସରକାର ଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳ ର ମହିଳା,ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ କତୃପକ୍ଷଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସଦର ମହକୁମା ଗାନ୍ଧୀ ଛକ ଠାରେ ନଗର ବିଜୁ ମହିଳା ଜନତା […]

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲା ର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟ ରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସପିଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଓ ବରଗଡ଼ ସ୍ଥିତ ବିଭାଗୀୟ କର୍ମଚାରୀ ମାନେ ଏକକାଳୀନ ଚନ୍ଦ୍ରମା ସାହୁଙ୍କ ବରପାଲି ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ […]

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ: ଆମ୍ ଆଦମୀ ପାର୍ଟି

ବରଗଡ଼:((ସତ୍ୟ ନାରାୟଣ ପ୍ରଧାନ)ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟ ର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ ବର୍ତ୍ତମାନ ଗାନ୍ଧୀ ଛକ, ଭଟଲି ଛକ ରେ ଦୁଇଟି ଶୌଚାଳୟ ତିଆରି କରିବାକୁ ଆମ୍ ଆଦମୀ ପାର୍ଟି ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ […]

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତିଙ୍କ ଦ୍ୱାରା ଫୁଲବାଣୀ ବ୍ଲକରେ ସ୍ମାର୍ଟ କାର୍ଡ ବଣ୍ଟନ

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବୈଦ୍ୟୁ ଟିକ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାର କାନ୍ତି ବେହେରା ମଙ୍ଗଳବାର ଫୁଳବାଣୀ ବ୍ଲକ ଅନ୍ତର୍ଗତତୁଡି ପାଜୁ, ଡଡିକି, ଡୁଡୁକି, କଟ୍ରିଂଗିଆ, ବିସିପଡା ଆଦି ପଂଚାୟତ ଗସ୍ତ କରି ସ୍ମାର୍ଟ କାର୍ଡ ଦ୍ୱାରା କିପରି ଲୋକେ ବଡ ବଡ ହସ୍ପିଟାଲ ରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ସେ ନେଇ ଲୋକଙ୍କୁ ବୁଝାଇଥିଲେ lସେହିପରି ଗତକାଲି ସୋମବାର ମନ୍ତ୍ରୀ ବେହେରା ଆଲାମି, ଗନଜୁ ଗୁଡା, ମିଣିଆ, ଗୁମା […]

ଯୁବକଙ୍କ ମୃତ୍ଯୁ ଘଟଣାରେ ଶତାଧିକ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଫୁଲବାଣୀ (ସୁନୀଲ ପଟନାୟକ ) ମଙ୍ଗଳବାର ସକାଳୁ ସକାଳୁ କନ୍ଧମାଳଜ଼ିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଂଚାୟତର ପାଞ୍ଚ ଟି ଗ୍ରାମର ଶତାଧିକ ଲୋକ ଫିରିଙ୍ଗିଆ ସ୍ଥିତ ମାଶ୍ରୀପଡ଼ା ଛକରେ ଶବ ରଖି ରାସ୍ତା ରୋକ କରିଛନ୍ତି।ଅବକl ରି ବିଭାଗ କର୍ମଚାରୀ ଙ୍କ ଛାତ ରୁ ଡେଇଁ ଯୁବକ ଙ୍କ ମୃତ୍ଯୁହୋଇ ଥିଲା lମୃତକ ଜଣକ ହେଲେସାଇତିଙ୍ଗିଆ ଗ୍ରାମ ର ଅମିତ ନାୟକ l ଗତ ୧୩ ତାରିଖ ଦିନ ଅମିତ କୁ ଅବାକlରିବିଭାଗ କର୍ମଚାରୀମନେ ଗଂଜେଇ ଚାଲାଣ […]

କୃଷି ଆଇନ ପ୍ରତ୍ୟାହାର ଘୋଷଣା କୁ ଆଂଶିକ ସ୍ୱାଗତ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼: ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବରଗଡ଼ ଗାନ୍ଧିଛକ ଠାରେ ଏହି ଘୋଷଣା କୁ ଆଂଶିକ ଭାବେ ସ୍ୱାଗତ କରାଯାଇଛି । ଚାଷୀ ମାନଙ୍କ ବହୁ ଦିନର ସଂଘର୍ଷ ସଫଳ ହେଲା ବୋଲି ସମ୍ବିଧାନ ସୁରକ୍ଷା ମଂଚର ଆବାହକ ପବିତ୍ର ଦେହେରୀ କହିଛନ୍ତି । ସେହିପରି ଧାନ ଓ ଅନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନଗତ ମାନ୍ୟତା […]

କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ଓ ମହତାବ ଜୟନ୍ତୀ

ବରଗଡ଼: ୨୧/୧୧/(ସତ୍ୟ ନାରାୟଣ ପ୍ରଧାନ)ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ମହତାବ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହତାବ ଜୟନ୍ତୀ ଓ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ ପ୍ରଦାନ ସମାରୋହ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ହରେକୃଷ୍ଣ ମହତାବ ଙ୍କୁ ନବମ ଉତ୍କଳ ର ନିର୍ମାତା ଭାବେ ଅଭିହିତ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ […]

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେସ୍ଛସେବୀ ଙ୍କୁ ପ୍ରଶିକ୍ଷଣ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେସ୍ଛସେବୀଙ୍କ ତିନିଦିନିଆ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟାଶାଳା ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ଜିଲ୍ଲା ରେଡ଼କ୍ରସ ର ଉପସଭାପତି ବିରଞ୍ଚି ନାରାୟଣ ପାଣି ଏଥିରେ ଯୋଗଦେଇ ରେଡ଼କ୍ରସର ଲକ୍ଷ, ରକ୍ତଦାନ ଓ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।ମହାବିଦ୍ୟାଳୟର ପ୍ରଶାସନିକ […]