୧୭ ଜୁଆଡ଼ି ଗିରଫ,ନଗଦ ୬୨ହଜାର ସହ ୯ମୋବାଇଲ ଜବତ

ଫୁଲବାଣୀ(ସୁନୀଲ ପଟନାୟକ)ଦାରିଙ୍ଗବାଡି ପୋଲିସ କୌଣସି ସୁତ୍ରରୁ ଖବର ପାଇ ବସଷ୍ଟାଣ୍ଡ ନିକଟରେ ଏକ ଘରେ ଚାଲିଥିବା ଜୁଆ ଆଡ଼ଡ଼ା ଉପରେ ଚଢ଼ାଉ କରି ନଗଦ୬୨ହଜାର ୮୬୦ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ। ଗଞ୍ଜାମ ଜିଲ୍ଲାସୋରଡ଼ା ଅଞ୍ଚଳର ଗୌରୀଶଙ୍କର ପାଢୀ ନାମକ ଜଣେ ବ୍ୟକ୍ତି ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡ଼ା ନେଇ ଏହିଜୁଆଆଡ଼ଡ଼ା ଚଳାଉଥିଲେ ବୋଲିଥାନା ଅଧିକାରୀ କୌଶିକ ମାଝି […]

ମମିତା ମେହେର କୁ ନ୍ୟାୟ ଦାବିରେ ରାଜସ୍ୱ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ପ୍ରତିବାଦ

ଢେଙ୍କାନାଳ(ଉଲାପ୍ର)ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଢେଙ୍କାନାଳ ଗ୍ରସ୍ତକୁ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା । ଓଡିଶା ରାଜସ୍ୱ ମନ୍ତ୍ରୀ ଆଜି ଢେଙ୍କାନାଳ ଗ୍ରସ୍ଥ କରିଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସାହୁ, ଉତ୍ତମ ମହାନ୍ତି, ପ୍ରିୟବ୍ରତ ଗଡନାୟକ ଓ ବିକାଶ ନାୟକଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ମମିତା ହତ୍ୟାକାଣ୍ଡ ରେ ଜଡ଼ିତ ମନ୍ତ୍ରୀଙ୍କୁ ଗିରଫ କରିବାକୁ ନାରା […]

ପଞ୍ଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଆସୁଛି ହେଲେ କର୍ମଚାରି ଅଭାବ ଯୋର୍ଗୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) ସରକାର ଗ୍ରାମ ।ଞ୍ଚଳର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି। କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନରେ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ପ୍ରତିବର୍ଷ ଯୋଗାଇଦେଉଛନ୍ତି. Iହେଲେ ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ଜିଆ ର ଏସପଦବୀ ଓ ୩୦ରୁ ଉର୍ଦ୍ଧ ପିଇ ଓ ପଦବୀ ଖାଲି ପଡିଛି, ସେହିପରି ୧୨ଟି ବ୍ଳକରେ ୧୨ଟିଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ମଧ୍ୟରୁ ଛଟି ବ୍ଳକରେ ଖାଲି ପଡିଛି। ସେଗୁଡିକ […]

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦନେକ୍ ବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ପଞ୍ଚାୟତ ସମ୍ମୁଖ ପଡ଼ିଆ ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ବିଜେଡ଼ିକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବା ବେଳେ କିଭଳି ନିଜର ସମର୍ଥିତ ପାର୍ଥି ର ବିଜୟ ସୁନିଶ୍ଚିତ […]

ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍: ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ହେଲେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଏକ ଅଭିଯୋଗ ହେବା ପରେ ବିଲ୍ ଅଟକି ରହିଛି । ସେପଟେ କାମ ଠିକ୍ […]

ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ ଶୀଘ୍ର ନଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ: ଆମ୍ ଆଦମୀ ପାର୍ଟି

ବରଗଡ଼(ଉଲାପ୍ର)ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ କୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନ ରେ ଏହାର କୁପ୍ରଭାଵ ପଡିବ ବୋଲି ଚେତାବନୀ ଦେଇଛି ।ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଦପ୍ତରରେ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ପଟେଲ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ କୋଭିଡ଼ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ସ୍ୱାଭାବିକ […]

ଖରିଫ ଧାନ କିଣା ପାଇଁ ବୈଠକ

ବରଗଡ଼(ଉଲାପ୍ର)ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାର ଆସନ୍ତା ଖରିଫ୍ ଋତୁ ଧାନ କିଣା ବିକା କାର୍ଯ୍ୟ ଆରମ୍ଭ ପୂର୍ବରୁ ବରଗଡ଼ ବ୍ଲକ ର ଫ୍ୟାକ୍ସ ସମ୍ପାଦକ ଏବଂ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବରଗଡ଼ ବ୍ଲକ ରେ ଧାନ କିଣା ବିକା କାର୍ଯ୍ୟ କିପରି ସୁବିଧାରେ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଧାନ […]

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ୟୁନିଟ୍ ରକ୍ତ_ ସଂଗୃହୀତ

ବରଗଡ଼(ଉଲାପ୍ର)ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରା ଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାର ର ମଳିତ ଉଦ୍ୟମ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡର ମାଲିକ ରବୀନ୍ଦ୍ର କୁମାର ଅଗ୍ରୱାଲ, ତାଙ୍କ ଭାଇ ରଥିନ୍ଦ୍ର କୁମାର ଅଗ୍ରୱାଲ, ଫିତା କାଟି ଉଦ୍ଘାଟନ କରିଥିଲେ। […]

ଗିରି ଗୋବର୍ଦ୍ଧନ ପୂଜାରେ ବାଡିଖେଳ

ବରଗଡ଼ (ଉଲାପ୍ର)ଶ୍ରୀ ଶ୍ରୀ ନୃସିଂହନାଥ ପବିତ୍ର ପୀଠରେ ଥିବା ସମଲେଶ୍ଵରୀ ମନ୍ଦିରରେ ପାଇକମାଳ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି l ଗତ ତିନି ଦିନ ଧରି ଅନୁଷ୍ଠିତ ପୂଜା ମହୋତ୍ସବର ପ୍ରାରମ୍ଭରେ କଳସଯାତ୍ରା, ଗିରି ପୂଜନ, ଗୋ ଭୋଜନ, ପରମ୍ପରା ଅନୁଯାୟୀ ଗଉଡ ବାଡିଖେଳ, ସଞ୍ଚାର ବାହକ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୂଜାକର୍ତ୍ତା ଭାବେ ଭୁବନେଶ୍ୱରପୁର ଗ୍ରାମର ଭରତ ଛତର […]

ଜଳଛାୟା ବିଭାଗରେ ଅର୍ଦ୍ଧାଧିକ ପଦବୀ ଖାଲି,ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ୧୦୯ ପଦବୀ ମଧ୍ୟରୁଅଛନ୍ତି ମାତ୍ର ୩୪ଜଣ

ଫୁଲବାଣୀ-(ସୁନୀଲପଟନାୟକ) ସରକାର କୃଷି ,ମୂର୍ତ୍ତିକା ସଂରକ୍ଷଣ ଓ ଜଳସେଚନ ଉପରେ ଗୁରୁତ୍ଵ ଦେଉଥିବା କଥା କହୁଛନ୍ତି ହେଲେ ବିଭାଗରେ କର୍ମଚାରୀ ଅଭାବରୁ ଉନ୍ନ ୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରୁନି । କନ୍ଧମାଳ ଜିଲ୍ଲା ଜଳଛାୟା ଉନ୍ନୟନ୍ନପ୍ରକଳ୍ପରେ ମୋଟ ୧୦୯ଟି ପଦବୀ ମଧ୍ୟରୁ ମାତ୍ର ୩୪ଜଣ ଥିବା ବେଳେ ୭୫ ପଦବୀ ଖାଲି ପଡିଛି।ଫିଲଡ ଷ୍ଟାଫ ୭୬ ପଦବୀ ମଧ୍ୟରୁ ୨୪ ଜଣ ଥିବା ବେଳେ ୫୨ ପଦବୀ ଖାଲି ପଡିଛି […]