ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ରେ ଚାଲିଛି ମେସିନ ରେ କାମ

ଢେଙ୍କାନାଳ(ଉଲାପ୍ର(ଦୀପ ତଳେ ଅନ୍ଧାର ଦିନ ଦିହପାରେ ଚାଲିଛି ମନରେଗା କାର୍ଯ୍ୟ…. କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନରେ ମେସିନ ଦ୍ୱାରା କାମ!କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷମଜୁର ହୋଇଛି !ଏଠି ଶ୍ରମିକ ବଦଳରେ ମେସିନ ଲଗାଇ କାମ କରୁଛନ୍ତି!ବ୍ଲକ ପ୍ରଶାସନ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ଜାଣତରେ ମନରେଗା ଯୋଜନାର ଆତ୍ମସାତ କରୁଛନ୍ତି!ଖୋଦ ବ୍ଲକ ପାଚେରୀକୁ ଲାଗିଛି ଏହି ଖେଳ ପଡିଆ କେମିତି ଜାଣିପାରୁନି ବ୍ଲକର ଅଧିକାରୀ!ଏ […]

ପରଜଙ୍ଗ ରେ ରକ୍ତଦାନ ଶିବିର ଅନୁଷ୍ଠିତ

ପରଜଙ୍ଗ(ଉଲାପ୍ର)ବସନ୍ତପଡ଼ା ଉପ୍ରା ବିଦ୍ୟାଳୟ ଠାରେ ଆଗାମୀ ୧୬ ତାରିଖ ମଙ୍ଗଳବାର ଦିନ ସକାଳ ୦୮ ଘଟିକା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ହେବାକୁ ଥିବା ସ୍ବେଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ, ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ବିଶ୍ଵାଳ, ସଞ୍ଜୀବ ଖିଲାର, ଏବଂ ଗ୍ରାମର ସମସ୍ତ ଯୁବକ ଭାଇ ମାନେ ସାମିଲି ହୋଇ […]

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ (ଉଲାପ୍ର)ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ପକ୍ଷରୁ ଆଜି ପାରିଶ୍ରମିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଆଦି ୩ଦଫା ଦାବୀରେ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ସୈ।ମ୍ୟ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ସଂଘ ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବରଗଡ଼ ସହରର ଲୋକ ମଣ୍ଡପ […]

ଶହେ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ସଦର ପୋଲିସ, ଓ ଅବକାରୀ ବିଭାଗ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ସଦର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ମିଣି ଆ ପଞ୍ଚାୟତର କରନଡ଼ା, ମଗମୁଣ୍ଡା, କାଙ୍ଗା ନାଡ଼ା, ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୦୫ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା ଏସିଡି ପିଓ […]

ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଉତ୍ସବ

ବରଗଡ଼(ଉଲାପ୍ର)ପବିତ୍ର ଦୀପାବଳି ଅବସରରେ ବରଗଡ଼ ସ୍ଥିତ ଏମ . ଆର ପ୍ରେସ କାର୍ଯ୍ୟାଳୟରେ ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଦିବ୍ୟକିଶୋର ଦେବତା ଯୋଗଦାନ କରି ସାଂପ୍ରତିକ ସମାଜ ପରିପ୍ରେକ୍ଷୀରେ ସାହିତ୍ୟର ଭୂମିକା ସମ୍ପର୍କରେ ବକ୍ତବ୍ୟ ଦେବା ସହ ସ୍ୱୟଂସିଦ୍ଧା ପତ୍ରିକା ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ସଭାରେ ମୁଖ୍ୟବକ୍ତା ଭାବରେ ଡକ୍ଟର ସୁଜିତ କୁମାର ପୄଷେଟ ଯୋଗଦାନ […]

ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

ବରଗଡ଼((ଉଲାପ୍ର)ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ,ଭେଡେନ,ବରଗଡ଼ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତା ଧର ଙ୍କ ସ୍ଵାମୀ ଭୁବନେଶ୍ବର ଧର ଫିତା କାଟି ଉଦ୍ଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ […]

ଅବ୍ୟବସ୍ଥା ଘେରରେ ନୂଆପାଟଣା ଚୈତନ୍ୟ ସାହୁ ମହାବିଦ୍ୟାଳୟ: ଶୌଚାଳୟ ନାହିଁ କି କମନ୍‌ରୁମ୍‌ ନାହିଁ

ତିଗିରିଆ(ଉଲାପ୍ର)ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହା ସତ୍ତ୍ବେ ଅନେକ ଶିକ୍ଷାନୁଷ୍ଠାନ ଅବହେଳିତ ଅବସ୍ଥାରେ ଥିବା ଓ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଏହିପରି ଏକ ଉଦାହରଣ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତସ୍ଥିତ ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟ। ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟଟି ବର୍ତ୍ତମାନ […]

ଫୁଲବାଣୀ ପୂର୍ତ୍ତ ବିଭାଗ ର ୩ ଯନ୍ତ୍ରୀ ଙ୍କ ବଦଳି

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ପୂର୍ତବିଭାଗ ର ୩ ଜଣ ଯନ୍ତ୍ରୀ ଙ୍କ ବଦଳି ହୋଇଛି l ସେମାନେ ହେଲେ କନିଷ୍ଠ ଯନ୍ତ୍ରୀ ଇଂ. ଉମା କାନ୍ତ ପୃଷ୍ଟି, ସହକାରୀ ଯନ୍ତ୍ରୀ ଇଂ ସରୋଜ ପାଢ଼ୀ ଓ କଳିଙ୍ଗା ସହକାରୀ ଯନ୍ତ୍ରୀ ଇଂ. ଅରୁଣ କୁ ମାର ସାହୁ lଏମାନଙ୍କ ନାମରେ ପୂର୍ବରୁ ବହୁ ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା lସହକାରୀ ଯନ୍ତ୍ରୀ ଅରୁଣ ସାହୁ ଙ୍କ ନାମରେ ଜି. ଉଦୟଗିରି ବିଧାୟକ ସରକାର […]

ଫୁଟବଲ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ଓ ମାର୍‌ପିଟ୍; ପଥର ସାହାଯ୍ୟରେ ଆକ୍ରମଣ

କନ୍ଧମାଳ,.(ସଞ୍ଜୟ କୁମାର ପାଣିଗ୍ରାହୀ):ଫୁଟବଲ ମ୍ୟାଚରେ ହାରଜିତକୁ ନେଇ ଗଣ୍ଡଗୋଳ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡାଠାରେ । ଏଠାରେ ଏକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା। ଦାମାରାଜୁ ଓ ଡାଙ୍ଗାଣାମା ଗ୍ରାମ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଡାଙ୍ଗାଣାମା ଦଳ ବିଜୟୀ ହୋଇଥିଲା। ତେବେ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ହୋଇଥିଲା। ଯୁକ୍ତିତର୍କ […]

ଭୁଲ ଇଞ୍ଜେକ୍ସନ ଡାକ୍ତର ଦେବାରୁ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଜାରୀ: ୫୯ ଜାତୀୟ ରାଜପଥ ରାସ୍ତାରୋକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଗୁରୁବାର ରାତି ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି। ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ହେବା ସହ ଜ୍ବର ହେଉଥିଲା । ସମ୍ପର୍କୀୟ ଲୋକେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ l ରବିଚନ୍ଦ୍ରଙ୍କୁ ଡ଼ାକ୍ତର ଚିକିତ୍ସା କରି ଇଞ୍ଜେକସନ ଦେବା କିଛି ସମୟ ପରେ […]