ବରଗଡ଼ ମହିଳା କଲେଜ ଠାରେ ରକ୍ତଦାନ ଶିବିର

ବରଗଡ଼ (ଉଲାପ୍ର)ବରଗଡ଼ ମହିଳା କଲେଜ ଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ବାରା ସଂକୁଳ ସ୍ତରୀୟ ସ୍ବେଚ୍ଛାସେବୀ ମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ନଗର ବିଜେଡି ସଭାପତି କିଶୋର ମିଶ୍ର ଯୋଗଦେଇ ଥିଲେ। ଏଥିରେ ଛାତ୍ରୀ ମାନଙ୍କୁ ଜରୁରୀ ସମୟରେ ଆଶୁ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ […]

ସହୀଦଙ୍କୁ ଶ୍ରଦ୍ଧାଞଳୀ ସହ ପରିବାର ସଦସ୍ୟଙ୍କୁ ସାକ୍ଷାତ, ସମ୍ମାନ ଉଦ୍ଦେଶ୍ୟରେ ରାସ୍ତା ନାମକରଣ

ଫୁଲବାଣୀ(ଉଲାପ୍ର)ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସ ସହୀଦ ଦିବସ ପାଳନ କର। ଯାଉଛି । ପୋଲିସ ଅଧିକାରୀମାନେ ସହୀଦ ଙ୍କୁ ବିଭିନ୍ନ ଥାନ।ରେ ଶ୍ରଦ୍ଧାଞଳୀ ଜଣାଇବା ସହ ଘରକୁ ଯାଇ ପରୀବାରବର୍ଗକୁ ଭେଟି ସାକ୍ଷାତ କରିଛନ୍ତି। ସେହିପରି ଫୁଲବାଣୀ ସହରର ଶିରିଡି ସାହି ଛକଠାରୁ ଫୁଲବାଣୀ ସାହି ଛକଯାଏ ରାସ୍ତାକୁ ସହିଦ ସୁନା ଶୀର ମାର୍ଗ ଭାବରେ ନାମିତ କରିଥିବାବେଳେ, ପିଅନପଡ଼ା ଛକଠାରୁରୁବନେଶ୍ଵରୀ ସାହୀ ଯାଏ ରାସ୍ତାକୁ ସହିବ ସଂଗ୍ରାମ ମାର୍ଗ […]

ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରିବାର ଲୋକେ ସନ୍ଦେହ କରି ଝିଅକୁ ପଚାରିବାରୁ ସେ ସବୁ କଥା […]

ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନରେ ତୃଟି ନବୋଦୟ ନାମଲେଖାରୁ ବଞ୍ଚିତ

ଫୁଲ ବାଣି-୨୮/୧୦(ସୁନୀଲପଟନାୟକ)ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ତୁଟିପୂର୍ଣ୍ଣ କାର୍ଯ୍ୟ, ଅବହେଳା ଦାୟୀତ୍ଵହୀନତା ଯୋଗୁଁ ଜଣେ ଛାତ୍ର ନବୋଦୟସୁଲରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି । ଛାତ୍ର ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାରିଙ୍ଗବାଡି ବ୍ଲକ୍ ଦାସିଙ୍ଗବାଡିର ବ୍ରଜକିଶୋର ପଟନାୟକଙ୍କ ପୁଅ ସମ୍ବିତ ପଟ୍ଟନାୟକ । ଏ ନେଇ ଗୁରୁବାର ଫୁଲବାଣୀସ୍ଥିତ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାରେ ଅନୁଷ୍ଠିତ ମେଡିକାଲ ବୋର୍ଡ ନିକଟରେ ଗୁହାରୀ କରିଥିଲେ ମଧ୍ୟ ଫଳ ଶୁନ । ଆଶ୍ଚର୍ଯ୍ୟର କଥା ଏହି କି ଯେ, ସମ୍ବିତ […]

ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଗତ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ (ଉଲାପ୍ର)ସୋହେଲା ବ୍ଲକ କୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀ ଙ୍କ ସମ୍ପୁର୍ଣ୍ଣ ଋଣ ଛାଡ,ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବିରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ ଶାଖା ପକ୍ଷରୁ ସୋହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ସୋହେଲା ବ୍ଲକ ରେ […]

ଜଗବନ୍ଧୁ ଦାସ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଶିବିର ଉଦଯାପିତ

ବରଗଡ଼(ଉଲାପ୍ର)ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିର ର ଉଦଯାପନୀ ଦିବସରେ ଇ° କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ ଇଲେକ୍ଟ୍ରିକାଲ ବ୍ୟବହାର ଓ ତତ୍ ସଙ୍ଗେ ସଙ୍ଗେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଟ୍ରାଫିକ ଇନ୍ସପେକ୍ଟର ଯୁଗଲକିଶୋର୍ ସିରୀୟା ଯୋଗ ଦେଇ ଯାନବାହାନ ଚଳାଚଳ ସମୟରେ ଟ୍ରାଫିକ ନିୟମ […]

ଦୁର୍ନୀତି ନିବାରଣ ସପ୍ତାହ ପାଇଁ ସଚେତନତା

ବରଗଡ଼(ଉଲାପ୍ର)ଚଳିତ ମାସ ୨୭ ତାରିଖ ରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ବିଭାଗ ପକ୍ଷରୁ ଏକ ସଚେତନତା ରେଲି ର ଆୟୋଜନ କରାଯାଇଥିଲା। ସରକାରୀ କର୍ମଚାରୀ ଦୁର୍ନୀତି ମୁକ୍ତ ହେଲେ ସମାଜ ତଥା ଦେଶର ପ୍ରଗତି ରେ ସହାୟକ ହୋଇପାରିବ ବୋଲି ସଚେତନତା କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ।

ବିଡାନାସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହେକୋଟି ଟୀକାକରଣ ପାଇଁ ସମ୍ବର୍ଦ୍ଧନା

କଟକ(ଉଲାପ୍ର)କଟକନଗର ଭାଜପା ସଂଖ୍ୟା ଲଘୁ ମୋର୍ଚ୍ଚା ତରଫରୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଡାନାସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଟୀକାକରଣ କେନ୍ଦ୍ରଠାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରି ଶହେ କୋଟି ଟୀକାକରଣ ପୂର୍ତ୍ତି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ, ଜିଲ୍ଲା ମିଶନଶକ୍ତି ସହ ସଂଯୋଜିକା ଶ୍ରୀମତୀ […]

ମମତା ମେହେର ହତ୍ୟାକାଣ୍ଡ ନେଇ ଉପଜିଲାପାଳଙ୍କ ଅଫିସ ଘେରିଲା ଆଠଗଡ କଂଗ୍ରେସ, ମନ୍ତ୍ରୀଙ୍କ କୋକେଇ ଶୋଭାଯାତ୍ରା

ଆଠଗଡ(ଉଲାପ୍ର)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ମୃତକ ପରିବାରକୁ ୨ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଓ ଘଟଣାର ସିବିଆଇ ତଦନ୍ତ ଦାବୀକରି ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରା ଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ […]

ଅହମଦ ନଗର ରୁ ବାହାରିଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ ଙ୍କୁ ବରଗଡ ରେ ସମ୍ବର୍ଦ୍ଧନା

ବରଗଡ (ଉଲାପ୍ର)ମହାରାଷ୍ଟ୍ର ର ଅହମଦ ନଗର ରୁ ବଙ୍ଗଳାଦେଶ ର ନୌଖାଲୀ କୁ ବାହାରି ଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ କୁ ଆଜି ବରଗଡ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରା ଦଳ ରାୟପୁର ରୁ ସୋହେଲା ଦେଇ ଆଜି ବରଗଡ ସହରରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ଟିଭିଏସ ମୋଟର୍ସ ସମ୍ମୁଖରେ ସ୍ଵାଗତ କରାଯିବା ସହ ସେମାନଙ୍କୁ ସହର ଦେଇ ସ୍ଥାନୀୟ ଟାଉନ ହଲ କୁ ପାଛୋଟି ନିଆଯାଇଥିଲା। […]