ଆଠଗଡ ରେ ବିଜେପିର ମହମବତୀ  ଶୋଭାଯାତ୍ରା

ଆଠଗଡ ( ଉଲ୍ଲାପ୍ର )ବାଲେଶ୍ୱର ବାହାନାଗା ରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତୁ ବରଣ କରିଥିବା ଯାତ୍ରୀମାନଙ୍କ ଉଦେଶ୍ୟରେ ଶନିବାର ସନ୍ଧ୍ୟା ରେ ଆଠଗଡ ବିଜେପି ତରଫରୁ ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା, ଯୋଉ ଯାତ୍ରୀମାନେ ଏହି ରେଳ ଦୁର୍ଘଟଣାରେ ମୃତୁ ବରଣ କରିଥିଲେ ସେମାନଙ୍କର ଆତ୍ମାକୁ ଶାନ୍ତି ଦେବାପାଇଁ ରଘୁନାଥ ମନ୍ଦିରରେ ଏକ ସାମୁହିକ ପ୍ରାର୍ଥନା କରାଯାଇଥିଲା ବିଜେପି ପକ୍ଷରୁ, ଏହି ଶୋଭାଯାତ୍ରା ରେ ଆଠଗଡ ଓକିଲ ସଙ୍ଘ ସଭାପତି […]

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍‌ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ ବୋବାଳି … ଚାରିଆଡ଼େ ଶୁଭୁଥିଲା କରୁଣ ସ୍ୱର. . . ହେଲେ ସାହାଯ୍ୟର ହାତ ବଢ଼ିବା ଆଗରୁ ଛଟପଟ୍‌ ହୋଇ ଅନେକ ଲୋକଙ୍କ ଜୀବନ […]

ଗାଈସୀମାରେ ଶୈବ ପୂଜକ ଜନ ଜାଗରଣ ସମାବେଶ
ପୂଜକମାନଙ୍କ ସାମାଜିକ ସୁରକ୍ଷା ଦାବି

ବରଗଡ଼( ଉଲ୍ଲାପ୍ର )ବରଗଡ଼ ଜିଲ୍ଲା ଗାଈସୀମା ସ୍ଥିତ ଶ୍ରୀଶ୍ରୀ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଅଷ୍ଟ ଶମ୍ଭୁ ଶୈବ ପୀଠ ମନ୍ଦିର ପ୍ରାଙ୍ଗଣରେ ରବିବାର ମଧ୍ୟାହ୍ନରେ ଉତ୍କଳଶିବଶକ୍ତି ପୂଜକ ସଂଘ, ଓଡ଼ିଶା ତରଫରୁ ଶୈବ ପୂଜକ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଗାଈସୀମା ସରପଞ୍ଚ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶ ରେ ଯୁଧିଷ୍ଠିର ମହାପାତ୍ର ସଂଯୋଜନା କରିଥିଲେ l ରାଜ୍ୟ ସଭାପତିପରମଶୈବ ଲଳିତ ମହାପାତ୍ର ମୁଖ୍ୟ ଅତିଥି, ରାଜ୍ୟ କୋଷାଧକ୍ଷ ଆଚାର୍ଯ୍ୟ ନିରଞ୍ଜନ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ରେ ଅମଲା ଙ୍କ ଆନ୍ଦୋଳନ, ଅଫିସ କାମ ଠପ

ଫୁଲବାଣୀ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଯୋଗ୍ୟତା ଆଧାରରେ ଦରମା ଲେବେଲ୍-୯, ଗ୍ରେଡ୍ ପେ ୧୯୦୦ ରୁ ୪୨୦୦ କୁ ବୃଦ୍ଧି ଦାବି ନେଇ କୋଟଗଡ଼ ର ବ୍ଲକ୍, ତହସିଲ, ଆଇ.ସି.ଡି.ଏସ୍, ମେଡିକାଲ, ଓ ବିଇଓ ଅଫିସ୍ ରେ କାର୍ଯ୍ୟରତ ସମସ୍ତ ଅମଲା ଯଥା କନିଷ୍ଠ କିରାଣୀ, ବରିଷ୍ଠ କିରାଣି, ବିଭାଗୀୟ ଅଧିକାରୀ ଆଜି ଜୁନ୍ ୧ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ବ୍ଲକ୍ କାର୍ଯ୍ୟାଳୟ […]

ବାଘ ନୁହେଁ ଜଙ୍ଗଲୀ ବିଲେଇ

ଫୁଲବାଣୀ (ସୁନୀଲ ପଟନାୟକ )ଦୀର୍ଘ ୩ଦିନ ଧରି ବାଘ ଭାବି ଆଶଙ୍କାରେ ରହୁଥିବା ଲୋକେ ଏବେ ଅlଶ୍ୱସ୍ଥ ହୋଇଛନ୍ତି lଲୋକେ ଆଜି ଜଙ୍ଗଲ ଆଡକୁ ନିର୍ଭୟରେ ଯାଇଥିଲେ lସୂଚନା ଯୋଗ୍ୟ ଯେ, ବାଲିଗୁଡା ବଡ଼ଗାଁ କନ୍ୟାଶ୍ରମ ପଛପଟ ପମ୍ପ ହାଉସ ନିକଟ ରେବାଘ ବୁଲୁଥିବା ନେଇ ଚର୍ଚା ଯୋର ଧରିଥିଲା lଲୋକେ ବି ଭୟଭୀତ ହୋଇପଡିଥିଲେ lଫଳରେ ବାଲିଗୁଡା ଡ଼ିଏଫଓ ବିଶ୍ୱ ରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବାଲିଗୁଡା ରେଞ୍ଜର ଉଦିତ କୁମାର ପ୍ରଧାନଙ୍କ […]

ଫିରିଙ୍ଗିଆ ପୋଲିସ ର ସଫଳତା
ଚୋରି ବାଇକ ଉଦ୍ଧାର, ଅଭିଯୁକ୍ତ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ବ ରେ ପୋଲିସ ଟିମ ଚାରିଟି ବାଇକ ଚୋରି ରାକେଟ ଠାବ କରିଛି l ଫିରିଙ୍ଗିଆ ପୋଲିସ କେଶ ନ. 33/23,78/23ଓ ବାଲିଗୁଡା ପୋଲିସ କେଶ ନ. 132/23,142/23 ରେ ଚୋରି ହୋଇଥିବା ଚାରୋ ଟି ବାଇକ ଉଦ୍ଧାର କରିବା ସହ ଆଉ […]

୫-ଟି ସଚିବ ଯୋରନ୍ଦା ବୁଲିଲେ, ସାଧୁଙ୍କ ସଙ୍ଗେ ବସି ତଳେ ଖାଇଲେ

ଢେଙ୍କାନାଳ ( ଉଲ୍ଲାପ୍ର ) ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର […]

ବାଲ୍ୟାଆମ୍ବ ଗ୍ରାମରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ( ଉଲ୍ଲାପ୍ର )ନେହେରୁ ଯୁବ କେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର ମିଳିତ ଆନୁକୁଲ୍ୟ ରେ ଢ଼େଙ୍କାନାଳ ସଦର ବାଲ୍ୟମ୍ବା ଗ୍ରାମରେ Misson Lifestyle for Environment (Life) ଓ Catch The Rain Phase 3 ଅନୁଷ୍ଠିତ ହୋଇଛି।ଏଥିରେ ବଲ୍ୟମ୍ବା ଗ୍ରାମର ଯୁବକ ଗ୍ରାମ ସ୍କୁଲ୍ ଘର ସଫେଇ କରିଥିଲେ ଓ ଯୋଗ ମାଧ୍ୟମରେ ଲୋକଙ୍କ ପାଖକୁ ବାର୍ତ୍ତା ପଠେଇ ଥିଲେ।ବର୍ଷା ଜଳର ଦୁରୁପଯୋଗ ନ କରି କେମିତି ଏହା ସଠିକ୍ […]

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀ ଯୋଗଦେଇଥିଲେ। ଶିକ୍ଷକ ମାନେ ନିଷ୍ଠାର ସହ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦାନ […]

ଲାଞ୍ଚ ନେବା ଅଭିଯୋଗରେ ଖାଉଟି ଅଦାଲତ ଷ୍ଟେନୋଙ୍କୁ ୩ ବର୍ଷ ଜେଲ୍

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗର ବିଚାର କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବୌଦ୍ଧ ଖାଉଟି ଅଦାଲତର ତତ୍କାଳୀନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅଦାଲତ। ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଖାଉଟି […]