କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ସଂକ୍ରମଣ ଏବଂ ଏଥିପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଫୁଲବାଣୀ ସହରରେ କୌଣସି ପ୍ରକାର ସାଂସ୍କୃତିକ ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରି ନାହିଁ । ଦୀର୍ଘଦିନ ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏ.କେ.ପ୍ରଡ଼କସନ୍ ପକ୍ଷରୁ ଜିଲା ସ୍ତରୀୟ କନ୍ଧମାଳ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିିଭିନ୍ନ ଅଞ୍ଚଳ ର କଳାକାର ମାନେ ଯୋଗଦେଇ ସେମାନଙ୍କର କଳା […]

ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ କଲେ ସୁଦ୍ଧା ମିଳୁନାହିଁ ନ୍ୟାୟ । ମିଳୁଛି ଖାଲି ତାରିଖ ଉପରେ ତାରିଖ । ଏପରିକି ଶ୍ରମିକଙ୍କୁ ନ୍ୟାୟ ଦେବା ବଦଳରେ ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କୁ ଖର୍ଚ୍ଚାନ୍ତ କରାଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ […]

ରୁଙ୍ଗଟା ମାଇନିସ ର ମନମାନି କୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ , ଗାଲପଡ଼ା ଓ ତର୍କବେଡା ର ଗ୍ରାମବାସୀମାନେ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କମ୍ପାନୀ ନାମରେ ବଡ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାଇ ଗତ 2006 ଠାରୁ ଏହି କମ୍ପାନୀ ସେଠାକାର ପ୍ରଜାମାନଙ୍କ ଠାରୁ ଶାଗ ମାଛ ଦରରେ ଜମି କିଣି ନେଇଯାଇଥିବା ବେଳେ କମ୍ପାନୀ କତ୍ତୃପକ୍ଷ ନିଜର ଦାଇତ୍ୱ ବିଷୟରେ ସମ୍ପୂର୍ଣ ଭୁଲିଯାଇଥିଲେ ।ଜମିହରା ପ୍ରଜାମାନଙ୍କୁ କମ୍ପାନୀରେ ଚକେରି ଦେବା, ନିଯୁକ୍ତିରୁ ବଂଚିତ ଜମିହରା ପ୍ରଜାମାନଙ୍କୁ ପରିବାର […]

ଯୋରନ୍ଦା ମହିମାଗାଦିରେ ନୂଆଖାଇ ପାଳିତ,ଜିଲ୍ଲାରୁ ବହୁ ଭକ୍ତ ଓ ସାଧୁସନ୍ଥଙ୍କ ଯୋଗଦାନ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ନୂଆ ଧାନରୁ ତିଆରି ହୋଇଥିବା ଚୁଡାରୁ ପ୍ରସ୍ତୁତ ଭୋଗ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥିଲା। ଏହା ପରେ ଏହି ନୂଆ ଚୁଡାରେ ପ୍ରସ୍ତୁତ ଭୋଗ ସାଧୂସନ୍ଥ ଓ ଉକ୍ତ ମାନେ ସେବନ କରିଥିଲେ। ମହିମା ଧର୍ମ ଏକ କୃଷି ପ୍ରଧାନ ଧର୍ମ। ତେଣୁ ଚଳିତ ବର୍ଷର ଫସଲର ପ୍ରଥମ ଶସ୍ୟ କୁ ମହିମା ଗୋସାଇଁଙ୍କ ନିକଟରେ ଅର୍ପଣ କରାଯାଇଥାଏ। ମହିମା ଧର୍ମର […]

ରାଜ୍ୟସ୍ତରୀୟ ମହୋତ୍ସବ

ଶ୍ରୀ ବଲ୍ଲଭ ତରାଇ ସମାଜସେବୀ ସ୍ମୃତି ସମ୍ମାନ-୨୦୨୧ ନିମନ୍ତେ ଚୟନ ପ୍ରାର୍ଥୀ , ରାଜ୍ୟ ସ୍ତରୀୟ ମହୋତ୍ସବ , ବଲ୍ଲଭ ପୁସ୍ତକ ଲୋକାର୍ପଣ ,କବିତା ପାଠ, ବଲ୍ଲଭ ତରାଇ ଭଜନ ସମାରୋହ ,ନିଶିଗନ୍ଧା ଜନ କଲ୍ୟାଣ ପାଣ୍ଠିର ଶୁଭ ଲୋକାର୍ପଣ, ଐତିହ ସ୍ଥାନ ପଞ୍ଚମହାଦେବଙ୍କ ପୀଠ ପରିଭ୍ରମଣ , କଂକଣ ଶିଖରୀ ସ୍ଥିତ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ , ସାହିତ୍ୟ ସାରସ୍ୱତ ସମାରୋହ ତଥା ବନ୍ଧୁ ମିଳନ ହେବାକୁ ଯାଉଛି ଆସନ୍ତା ତା ୧୮- ୯- ୨୧ […]

ବର୍ଷା ନାହିଁ, ପାଣି ପାଇଁ ରାସ୍ତା ଅବରୋଧ

|ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ଆଙ୍କର – ପିଈବା ପାଣି ର ସମସ୍ୟା କୁ ନେଇ ଖଜୁରୀପଡ଼ା ବ୍ଲକ ର ମୂଳ ଗୁଦାରୀ ର ଗ୍ରାମବାସୀ ମାନେ ଫୁଲବାଣୀ ଠାରୁ ଭୁବନେଶ୍ବର କୁ ସଂଯୋ ଗ କରୁଥିବା 59 ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମର ମହିଳା ମାନେ l ଫୁଲବାଣୀ ଠାରୁ 5 କିଲୋ ମିଟର ଦୂରରେ ରହିଥିବା ଏହି ଗ୍ରାମ ବହୁ ବର୍ଷ ହେଲା ପାଣିର ସମସ୍ୟା […]

ଅଭିନଵ ପ୍ରତିବାଦ,ରାସ୍ତାରେ ଧାନ ରୋଇଲେ ବିଲାବାଡ଼ି ଗ୍ରାମବାସୀ

ଫୁଲବାଣୀ ( ସୁନୀଲ ପଟନାୟକ )ଭାରତ ସ୍ୱାଧୀନତାର ଦୀର୍ଘ 75 ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ l କନ୍ଧମାଳ ଜ଼ିଲ୍ଲା ବଣ୍ଡଗୁଡା ଗ୍ରାମପଂଚାୟତର ବିଲାବାଡ଼ି ରାଜସ୍ବ ଗ୍ରାମ ସମେତ ବିଲାବାଡ଼ି (1) ବିଲା ବାଡ଼ି (2) ୱାର୍ଡର ପଦାସାହି, ରେକାପଡି, ବାଡିଆନାଜୁ, ମହାନାଜୁ ସୀତାପଡି ଗ୍ରାମର ଏଗାରଶହ ପରିବାର ର ପ୍ରାୟ ଦୁଇହଜାରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି ବଣ୍ଡଗୁଡା ଚଞ୍ଚଳl ସାହି ଠାରୁ ପଂଚାୟତ ଅଫିସ କୁ ଯିବାକୁ ହେଲେ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୮ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ରାତ୍ରି ଘ୦୨/୫୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର- ଉତ୍ତରା ଫା ଦିବା ଘ୦୪/୫୦ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର- କନ୍ୟାଯୋଗ-ଶୁଭକରଣ – ବ।ଳବସୌରମାସ-ସିଂହ ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୮*✧═════•❁❀*ଯୋଗିନୀ ଉତ୍ତରେ ର।ତ୍ରି ଘ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*ବୃଷ ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୮/୩୮ ଗତେ ଘ୧୦/୧୧ ମଧ୍ୟେବାରବେଳ।- ଦିବା ଘ୧୧/୪୪ ଗତେ ଘ୦୧/୧୭ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ […]

ଏକଡାଳ ଗ୍ରାମର ଶ୍ରୀଯୁକ୍ତ କେଦାରନାଥ ସାହୁଙ୍କୁ ଚାକିରୀର ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡାଳ ଗ୍ରା:ପର ଶ୍ରୀଯୁକ୍ତ କେଦାରନାଥ ସାହୁ ବିଶାଖାପାଟଣା ଠାରେ ଇଣ୍ଡୋ ତିବତ୍ତୀୟନ ବର୍ଡର ପୋଲିସ ବିଭାଗର ହାବିଲ ଦାର ମେଜର ପଦବୀରେ କାର୍ଯ୍ୟରତ ଥିଲେ । ଶ୍ରୀଯୁକ୍ତ ସାହୁ ଗତ ଅଗଷ୍ଟ ୩୧ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ତାଙ୍କର କର୍ତ୍ତବ୍ୟ ସ୍ଥଳରେ ଜଣେ ଦାୟିତ୍ବବାନ ଏବଂ ଶୃଙ୍ଖଳିତ କର୍ମଚାରୀ ଥିଲେ ବୋଲି ସ୍ଥାନୀୟ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ତାଙ୍କ ଗ୍ରା:ପରେ ସେ […]

କଟକରେ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ୱାଗତ

କଟକ( ଉଲାପ୍ର)ଭାରତ ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣକାରୀ ବିଭିନ୍ନ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଲୋକଙ୍କ ସହିତ ବିଚାର ବିମର୍ଷ ତଥା ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନତାଙ୍କ ଠାରୁ ଜନ ଆଶୀର୍ବାଦ ଲୋଡିବା ପାଇଁ ତାଙ୍କ ଓଡ଼ିଶା ଗସ୍ତ ଅବସରରେ ମହୋଦୟ ଆମ କଟକ ବାଟ ଦେଇ ଗଲେ। ମନ୍ତ୍ରୀ ହେବା ପରେ ପ୍ରଥମ ଥର କଟକ […]